ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 
 ମେଗା ସ୍ୱାସ୍ଥ୍ୟ ଶିବିର ଓ ମାଗଣା କ୍ୟାନସର ଯାଂଚ ଶିବିର ଅନୁଷ୍ଠିତ 

 ମୁନିଗୁଡ଼ା,୧୪।୫ ବେଦାନ୍ତ ଆଲୁମିନା ପ୍ରକଳ୍ପ ପକ୍ଷରୁ ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଜଗଦଲପୁର ସରକାରୀ ମେଡିକାଲ ପରିସରରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଓ ଦିନିକିଆ କ୍ୟାନସର ଯାଂଚ ଶିବର ଆୟୋଜନ ହୋଇଯାଇଛି । ଉକ୍ତ ଶିବିରକୁ ଆସିଥିବା ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁଳ୍କ ଔଷଧ ବଣ୍ଟନ କରାଯାଉଥିବା ବେଳେ କର୍କଟ ରୋଗର ଯାଞ୍ଚ ପାଇଁ କିଛି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।

ଏହି କାର୍ଯ୍ୟକ୍ରମରେ ଜଗଦଳପୁର ସରପଞ୍ଚ ରାମେଶ୍ବର ବାରିଆକା, ସମିତି ସଭ୍ୟା ଭାଲନ୍ତି କୁଶୁଲିଆ ଉପସ୍ଥିତ ରହି ଶିବିରର ଉଦ୍ଘାଟନ କରିଥିଲେ।ଏହି ଶିବିରରେ ରକ୍ତ ଜନିତ ରୋଗ ବିଶେଷଜ୍ଞ ଡ.ନିଲେସ ଜୈନ, ଶିଶୁ ବିଶେଷଜ୍ଞ ଡ.ବିକାଶ ରଞ୍ଜନ ପ୍ରହରାଜ, ବାଲକୋ ମେଡିକାଲର ଆଞ୍ଚଳିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ.ହେମଲତା, ଜଗଦଳପୁର ସରକାରି ଡାକ୍ତରଖାନାର ଡ଼ାକ୍ତର ଡ.ପାର୍ଥ ସାରଥି ସାହୁ, ବେଦାନ୍ତ ମେଡିକାଲ ଅଫିସର ପ୍ରଶାନ୍ତ କୁମାର ପରିମାଣିକ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବେଦାନ୍ତ ସିଏସଆର ମୂଖ୍ୟ ଶିଶିର ତରଫଦାର, ସିଏସଆର ବିଭାଗ ବଣ୍ଟିରାଣୀ ପତଗିରି, ବେଦାନ୍ତ ମେଡ଼ିକାଲ କୋଡ଼ିନେଟର ଅଶୋକ କୁମାର ଖୁରା ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଚିକିତ୍ସାରେ ୪୦୦ ରୁ ଅଧିକ ଲୋକମାନଙ୍କୁ ଏହି ଦିନିକିଆ ଶିବିର ଦ୍ୱାରା ସେବା ଯୋଗାଇ ଦିଆଯାଇଥିଲା ।

 ବେଦାନ୍ତ ପକ୍ଷରୁ ସାଧାରଣ ଲୋକମାନଙ୍କ ପାଇଁ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଓ ଏପରି ଏକ ପରୀକ୍ଷା ଶିବିର ଆୟୋଜନ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଏଥିପାଇଁ ବେଦାନ୍ତ ଧନ୍ୟବାଦର ପାତ୍ର ବୋଲି ଅଞ୍ଚଳରେ ଚର୍ଚା ହେଉଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା 

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

masiha

ଯାଦବ ସମାଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟ ର ଭିତି ପ୍ରସ୍ତର ସ୍ଥାପନ 

masiha

Leave a Comment

error: Content is protected !!