ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଶେଷହେଲା ବିତର୍କ , ୨୮ ରେ ରାୟ ପ୍ରକାଶ ଦିନ ଧାର୍ଯ୍ୟ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଶେଷହେଲା ବିତର୍କ , ୨୮ ରେ ରାୟ ପ୍ରକାଶ ଦିନ ଧାର୍ଯ୍ୟ 

ପାଟଣାଗଡ ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଆଜି ଉଭୟ ପକ୍ଷର ଓକିଲ ଙ୍କ ମଧ୍ୟରେ ପାଟଣାଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ କୋର୍ଟରେ ବିତର୍କ (ଆର୍ଗୁମେଣ୍ଟ) ପ୍ରକିୟା ଶେଷ ହୋଇଯାଇଛି । ଆସନ୍ତା ୨୮ ରେ ଏହି ମାମଲାର ରାୟ ପ୍ରକାଶ ପାଇବ । ଅଭିଯୁକ୍ତ ପୁଞ୍ଜିଲାଲ ଙ୍କୁ କଣ ଦଣ୍ଡ ମିଲିବ, ଯଦି ମିଲିବ ତାହେଲେ କିପ୍ରକାର ଦଣ୍ଡ ମିଲିବ , ଏବେ ତା ଉପରେ ସମସ୍ତ ଙ୍କର ନଜର ରହିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଳ ମେହେର ଙ୍କୁ ବଲାଙ୍ଗୀର ଜେଲରୁ ଆଜି ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ପାଟଣାଗଡ଼ କୋର୍ଟକୁ ଅଣାଯାଇଥିଲା । କୋର୍ଟରେ ଉଭୟ ପକ୍ଷର ଓକିଲ ଶେଷ ପ୍ରକ୍ରିୟାର ବିତର୍କ କରିଥିଲେ । ଏହି ବିତର୍କକୁ ଶୁଣିବା ପାଇଁ ପଞ୍ଜିଲାଳ ଙ୍କ ପରିବାର ବର୍ଗ, ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ପିଡିତା ପରିବାର ଙ୍କ ଓକିଲ ଚିତ୍ତରଞ୍ଜନ କାନୁନଗୋ ଙ୍କ କହିବା ଅନୁସାରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଯାହାସବୁ ତଥ୍ୟ ମିଲିଥିଲା ତାକୁ ଆମେ ସମ୍ପୁର୍ଣ୍ଣ ଭାବରେ ତଥ୍ୟ ଆଧାରରେ କୋର୍ଟରେ ପ୍ରମାଣ କରାଯାଇଅଛି । ଠିକ୍ ଭାବରେ ତଦନ୍ତ ପ୍ରକିୟା ହୋଇଛି । ଏପରିକି ଯାହାଆମେ ଉପସ୍ଥାପନ କରିଛୁ ନ୍ୟାୟ ପାଇବା ନିଶ୍ଚିତ ବୋଲି ଶ୍ରୀ କାନୁନଗୋ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଙ୍କ ଓକିଲ ପ୍ରମୋଦ ମିଶ୍ର ଙ୍କ କହିବା ଅନୁସାରେ ବିତର୍କ ପ୍ରକିୟା ସରିଯାଇଛି । ଖୁବଶୀଘ୍ର କୋର୍ଟ ନିଜର ଫଇସଲା ଶୁଣିଇବେ। ପୁଞ୍ଜିଲାଲକୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଚାପଗ୍ରସ୍ତ ହୋଇ ଫସାଇଦେଇଛି । କ୍ରାଇମବ୍ରାଞ୍ଚ ଅନ୍ୟଦିଗ ଉପରେ ତଦନ୍ତ ନକରି ଆକ୍ରୋଷ ମୂଲକ ଭାବରେ ପୁଞ୍ଜିଲାଲକୁ କାଠଗଡାକୁ ଟାଣିବାସହ ନିଜ କାମ ସାରିଦେଇଛି । ପୁଞ୍ଜଲାଲ ଙ୍କ ବିରୁଦ୍ଧରେ ଯେତିକି ଅଭିଯୋଗ ଆସିଥିଲା ତାଠାରୁ ଅନ୍ୟ ମାନଙ୍କ ଉପରେ ଅଧିକ ଅଭିଯୋଗ ଥିଲା । କିନ୍ତୁ ପୁଲିସ ମଧ୍ୟ ଚାପଗ୍ରସ୍ତ ହୋଇ ସେମାନଙ୍କୁ ତଦନ୍ତ ପରିସରକୁ ଆଣି ମଧ୍ୟ ପରବର୍ତ୍ତି ସମୟରେ ଛାଡିଦେଇଥିଲା । ତେଣୁ ତଦନ୍ତ ଠିକ୍ ବାଟରେ ହୋଇନଥିବା ପୁଞ୍ଜିଲାଲ ଙ୍କ ଓକିଲ ଶ୍ରୀ ମିଶ୍ର କହିଥିଲେ । ସେପଟେ ମୃତ ସୌମ୍ୟଶେଖରଙ୍କ ବାପା ରବିନ୍ଦ୍ର ସାହୁ କ୍ରାଇମବ୍ରାଞ୍ଚ ଠିକ ଭାବରେ ଏହି ମାମଲାର ତଦନ୍ତ କରିଛି , ଆଗକୁ ଆମେ ନ୍ୟାୟ ପାଇବୁ ବୋଲି ଗଣମାଧ୍ୟମ ସମ୍ମୁଖରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ । ସୁଚନା ଅନୁସାରେ ୨୦୧୮ ଫେବୃୟାରୀ ୨୩ ରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଳ ସେତେବେଳର କଲେଜ ଅଧ୍ୟକ୍ଷା ସଂଯୁକ୍ତ ସାହୁଙ୍କ ଘରକୁ ଏକ ପାର୍ସଲ ବୋମା ପଠାଇଥିଲେ । ରବିନ୍ଦ୍ର ଓ ସଂଯୁକ୍ତା ଙ୍କ ଏକମାତ୍ର ପୁଅ ସୌମ୍ୟ ଶେଖର ଙ୍କ ବାହାଘର ୨୦୧୮ ମସିହା ଫେବୃଆରି ୧୭ ତାରିଖରେ ହୋଇଥିଲା । ପୁଞ୍ଜିଲାଲ ବିବାହ ଉପହାର ଭାବେ କୋରିଅର ମାଧ୍ୟମରେ ଏହି ପାର୍ସଲ ଗିଫ୍ଟ ଦେଇଥିଲେ । ୨୩ ତାରିଖରେ ପାର୍ସଲ ଗିଫ୍ଟ ଖୋଲିବା ସମୟରେ ତାହା ବିସ୍ପୋରଣ ଘଟିଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା ଜେନାମଣି ଙ୍କ ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନି ରିମାରାଣି ସାହୁ ଗୁରୁତର ହୋଇ ଦୀର୍ଘଦିନର ଚିକିତ୍ସାପରେ ସୁସ୍ଥତା ଅନୁଭବ କରିଥିଲେ । ପ୍ରଥମେ ପାଟଣାଗଡ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ କ୍ରାଇମବ୍ରାଞ୍ଚ ଏଦିଗରେ ତଦନ୍ତ କରି ପୁଞ୍ଜିଲାଳ ମେହେର ଙ୍କୁ ମାମଲାର ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା । ସେହିଦିନଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜେଲରେ ବିଚାରଧୀନ ଭାବରେ ରହିଆସୁଛନ୍ତି । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Sunil Chandra Nayak

ଦିନ ଦ୍ୱିପ୍ରହରରେ ଲୁଟ୍‌:କଳା ପଲସର ଆତଙ୍କ:ବ୍ୟବସାୟୀ ଙ୍କ ଠାରୁ ୧୭ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Sunil Chandra Nayak

ବହୁ ଚର୍ଚ୍ଚିତ ଧର୍ମଗଡ଼ ଦେଶୀ ମଦ ଭାଟିରେ ଲୁଟ୍ ଘଟଣା ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଙ୍କ ସାମ୍ବାଦିକ ସମ୍ବିଳନୀ

masiha

Leave a Comment

error: Content is protected !!