ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ” ଅପରେସନ ସିନ୍ଦୁର”କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା 

ନବରଙ୍ଗପୁର ଠାରେ” ଅପରେସନ ସିନ୍ଦୁର”କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା 

ନବରଙ୍ଗପୁର:( ତା୧୫.୫.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ପୂର୍ବାହ୍ନ ୮.୦୦ ଘ ସମୟରେ ନବରଙ୍ଗପୁରଠାରେ ବୀର ଯବାନଙ୍କ ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଇ ଏକ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାଇପାସ୍ ରାସ୍ତା ଦେଇ ମଙ୍ଗଲମ୍ ଟିମ୍ୱର , ଚାଉଁରିଆଗୁଡା ଛକ ଏବଂ ସହର ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଏବଂ ସ୍ଲୋଗାନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା l ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୌରୀ ଶଙ୍କର ମାଝୀ ମାନ୍ୟବର ବିଧାୟକ ନବରଙ୍ଗପୁର, ମନୋହର ରନ୍ଧାରୀ ମାନ୍ୟବର ବିଧାୟକ ଡ଼ାବୁଗାଁ, ଡ଼ା ଶୁଭଙ୍କର ମହାପାତ୍ର,ଜିଲ୍ଲାପାଳ,ନବରଙ୍ଗପୁର,ମିହିର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ,ନବରଙ୍ଗପୁର,ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର,ପ୍ରକାଶ କୁମାର ମିଶ୍ର,ଉପ ଜିଲ୍ଲାପାଳ,ନବରଙ୍ଗପୁର , କୁନୁ ନାୟକ, ପୌରାଧକ୍ଷ, ନବରଙ୍ଗପୁର ଉପସ୍ଥିତ ରହି ଶୋଭାଯାତ୍ରାର ଶୁଭାରାମ୍ଭ କରିଥିଲେ l ଏହି ଶୋଭାଯାତ୍ରାରେ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଅଧିକାରୀ ଙ୍କ ସହ କର୍ମଚାରୀ,ପୋଲିସ, ସୁରକ୍ଷା ବାହିନୀ, ଅଗ୍ନିଶମ ବାହିନୀ, ଲୋକ ପ୍ରତିନିଧି,ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା,କଳାକାର ,ସଭାପତି, ଓକିଲ ସଂଘ ଏବଂ ସଭ୍ୟ,ସହରର ବୁଦ୍ଧିଜୀବୀ, ଉତ୍ସାହୀ ଜନ ସାଧାରଣ ନିଜ ନିଜ ବାଇକ୍ ଏବଂ ସ୍କୁଟି ରେ ଜାତୀୟ ପତାକା ବାନ୍ଧି ତ୍ରିରଙ୍ଗା ବାଇକ ଯାତ୍ରା ରେ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ବାଇକ୍ ଯାତ୍ରା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜନ କରାଯାଇଥିଲା।ଏହି ତ୍ରିରଙ୍ଗା ବାଇକ ଯାତ୍ରା ଅପରେସନ ସିନ୍ଦୁର ର ସଫଳ ଅଭିଯାନ ପରେ ଆତଙ୍କବାଦ ଓ ଦେଶଦ୍ରୋହୀ ଙ୍କ ବିରୋଧ ରେ ଏକ ସଶକ୍ତ ବାର୍ତ୍ତା ଦେଉଛି। ବୀର ଯବାନ ସଦା ସର୍ବଦା ଦେଶର ସୁରକ୍ଷା ପାଇଁ ତତ୍ପର ରହିଥାନ୍ତି l ସେହିମାନଙ୍କ ବଳିଦାନ ପାଇଁ ଆମେ ଏକ ସୁଖ ଜୀବନ ଅତିବାହିତ କରୁଛୁ ।କାରଣ ସେମାନେ ବାହ୍ୟ ଶତ୍ରୁ ଆକ୍ରମଣରୁ ଆମକୁ ରକ୍ଷା କରିଥାନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଲକ୍ଷ୍ମୀ ବିକାଶ ଗ୍ରୁପ ସଦସ୍ୟଙ୍କୁ ଏଜୁକେଶନ ୱାଲଡ ସମ୍ମାନ

Sunil Chandra Nayak

ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!