ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁନ୍ଧରା ଯୋଜନା କାର୍ଯ୍ୟକ୍ରମ ରେ ଭୂମିହୀନ ମାନଙ୍କୁ ଘରଡ଼ିହ ପଟ୍ଟା ବଣ୍ଟନ

ବସୁନ୍ଧରା ଯୋଜନା କାର୍ଯ୍ୟକ୍ରମ ରେ ଭୂମିହୀନ ମାନଙ୍କୁ ଘରଡ଼ିହ ପଟ୍ଟା ବଣ୍ଟନ

ଆଜି ଧର୍ମଗଡ଼ ଠାରେ ତହସିଲ ପ୍ରଶାସନ ପକ୍ଷରୁ ଆୟୋଜିତ ଓଡ଼ିଶା ସରକାର ଙ୍କ ବସୁନ୍ଧରା ଯୋଜନା କାର୍ଯ୍ୟକ୍ରମ ରେ ଭୂମିହୀନ ମାନଙ୍କୁ ଘରଡ଼ିହ ପଟ୍ଟା ବଣ୍ଟନ କରଯାଇଥିଲା।ଧର୍ମଗଡ ବ୍ଲକ ସଭା ଗୃହ ରେ ଧର୍ମଗଡ ତହସିଲ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ମାଲବିକା କେଶରୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଯୋଗଦେଇଥିଲେ ।ଧର୍ମଗଡ ତହସିଲଦାର ସଞ୍ଜୟ କୁମାର ସାମନ୍ତରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରେ ଧର୍ମଗଡ ତହସିଲ ର ଖଇରପଦର, କିର୍କାକାନି, କାଙ୍କେରୀ, ଧର୍ମଗଡ (ଗ୍ରାମାଞ୍ଚଳ ) ଆର. ଆଇ ଅଧିନ ଅଞ୍ଚଳର ୫୭ ଜଣ ହିତାଧିକାରୀ ଙ୍କୁ ଘର ଡିହ ପଟ୍ଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଙ୍କୁ ରେକର୍ଡ କିପର ଗୋପାଳ ମେହେର ପରିଚାଳନା କରିଥିଲେ। ବଡବାବୁ ସୁନୀଲ କୁମାର କାନୁନଗୋ, ରେଭେନ୍ୟୁ ସୁପର ଭାଇଜର ରଂଜିତ କୁମାର ରାଉତ ସିନିୟର କ୍ଲର୍କ ଆଶିଷ କୁମାର ପଣ୍ଡା, ସତ୍ୟବାନ ନାଏକ, ନାଜିର ହରି ମେହେର, ଡିଇଓ କିରଣ କରୁଁଆ, ଚନ୍ଦ୍ରକାନ୍ତ ଦୁରିଆ, ବିକାଶ କୁମାର ନାଏକ, ସମସ୍ତ ଆର. ଆଇ ଏବଂ ତହସିଲ କର୍ମଚାରୀ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

masiha

ଗୀତି କବିତା ସାହିତ୍ୟ ଜଗତର ମୂଳାଧାର  ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର 

masiha

ସୁଦର୍ଶନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶିଳ୍ପ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!