ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ଯୁବତୀ ମୃତ 

ପୋଖରୀରେ ବୁଡି ଯୁବତୀ ମୃତ 

ଡାବୁଗାଁ, ୧୬/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ – ଭାଲୁଗୁଡା ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡି ଜଣେ ଯୁବତୀର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ – ଭାଲୁଗୁଡା ଗ୍ରାମର ଦାମୁ ଭତ୍ରା ଙ୍କ ଝିଅ ଗୁରୁବାରୀ ଭତ୍ରା (୪୦) ଆଜି ସକାଳ ପ୍ରାୟ ୭.୩୦ ଘ. ସମୟରେ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା | ଗୁରୁବାରୀ ଗାଧୋଇବା ବେଳେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ | ପୂର୍ବାହ୍ନ ପ୍ରାୟ ୯ ଘ. ସମୟରେ ସେହି ରାସ୍ତାରେ ଗ୍ରାମର ଜଣେ ଯୁବକ ଜମିକୁ ଯିବା ସମୟରେ ପୋଖରୀରେ ଜଣେ ମୁହଁ ମାଡି ଭାସୁଥିବାର ଦେଖିଥିଲେ | ପରେ ଯାଇ ପାଖ ଜମିରେ ହଳ କରୁଥିବା ମୃତକର ବାପା ଦାମୁ ଭତ୍ରା ଙ୍କୁ ଖବର ଦେଇଥିଲା | ସଙ୍ଗେ ସଙ୍ଗେ ଦାମୁ ଭତ୍ରା ଓ ଅନ୍ୟ ମାନେ ପୋଖରୀ ପାଖକୁ ଆସି ଯୁବତୀଙ୍କୁ ଉଦ୍ଧାର କରି ପୋଖରୀ ହୁଡା କୁ ଆଣି ଦେଖିଥିଲେ ଯେ ଗୁରୁବାରୀ ର ମୃତ୍ୟୁ ଘଟିଛି | ଏନେଇ ମୃତକ ର ସାନ ଭାଇ ଉଲଧର ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଆୟୋଜିତ 

Sunil Chandra Nayak

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ -୨୦୨୩ ଅନୁଷ୍ଠିତ

Sunil Chandra Nayak

ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ

Leave a Comment

error: Content is protected !!