ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ରାୟଗଡ଼ ଦାୟିତ୍ୱ ଦେଲେ ସରକାର l “ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା” 

କୋରାପୁଟ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ରାୟଗଡ଼ ଦାୟିତ୍ୱ ଦେଲେ ସରକାର 

“ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା” 

ରାୟଗଡ଼ :-ତା. ୧୬/୦୫- ଏକ ନଅ ଦିନର ଶିଶୁକନ୍ୟା ସହ ଜଡିତ ମାମଲାରେ ସନ୍ଦେହ ଘେରରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି I ଉକ୍ତ ମାମଲା ଆଧାର ରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି ର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି I ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ନିଜର ଶକ୍ତ ଆଭିମୁଖ୍ୟ ଜାହିର କରିଛନ୍ତି ରାଜ୍ୟ ସରକାର I

ନଅ ଦିନର ଏକ ଶିଶୁକନ୍ୟା ସହିତ ଜଡିତ ଅବୈଧ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାର ତଦନ୍ତ ପରେ ଓଡ଼ିଶା ସରକାର ରାୟଗଡ଼ା ଶିଶୁ କଲ୍ୟାଣ କମିଟି ର ୪ ଜଣ ସଦସ୍ୟ ସମେତ ଅଧକ୍ଷଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା l ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୧ ମଇ, ୨୦୨୫ ର ପତ୍ର ସଂଖ୍ୟା ୧୦୯୧୦, ୧୦୯୦୨,୧୦୯୩୪ ଏବଂ ୧୦୯୨୬ ମାଧ୍ୟମରେ ଏହି ନିଲମ୍ବନ ଆଦେଶ କୁ ମହାମହିମ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଜାରି କରାଯାଇଥିଲା l ରାୟଗଡା ଶିଶୁ କଲ୍ୟାଣ କମିଟି ଦ୍ୱାରା ଶିଶୁ ସୁରକ୍ଷା ରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ସବୁ ତଦନ୍ତ ପ୍ରକ୍ରିୟା ରେ ଜଣାପଡିବା ପରେ ସରକାରଙ୍କ ତରଫରୁ ଏହି କଠୋର ନିଷ୍ପତ୍ତି ନିଆଯାଇଥିଲା I

ପ୍ରକାଶ ଥାଉକି ଆନ୍ଧ୍ରପ୍ରଦେଶର ଏକ ଦମ୍ପତିଙ୍କୁ ବେଇଆଇନ ଭାବେ ଶିଶୁ ସନ୍ତାନ ହସ୍ତାନ୍ତର କରାଯାଇଥିବା ବିଷୟ ସାମ୍ନା କୁ ଆସିଥିଲାI ଏହି ଖବର ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ପାରୁଲ ପଟୱାରୀ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରେ ବହୁ ଅନିୟମିତତା ଥିବା ବିଷୟ ସାମ୍ନା କୁ ଆସିଥିଲା I 

ବିଶେଷ ସୂତ୍ର ରୁ ପ୍ରାପ୍ତ ତଥ୍ୟ ଆଧାର ରେ ଏହି ମାମଲାରେ ପାଞ୍ଚ ଦିନ ଧରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ କରିବାରେ ଶିଶୁ କଲ୍ୟାଣ କମିଟି ର ବିଫଳତା, ତା ୧୧. ୧୨. ୨୦୨୪ ର ଏକ ଅଣପଞ୍ଜିକୃତ ପୋଷ୍ୟ ସନ୍ତାନ ଗ୍ରହଣ ପତ୍ର ପାଇବା ସତ୍ତ୍ୱେ ନିଷ୍କ୍ରିୟତା ଅବଲମ୍ବନ କରିବା ଏବଂ ବେଆଇନ ଦଲିଲ ପ୍ରସ୍ତୁତ କରିବାରେ ସମ୍ପୃକ୍ତ ନୋଟାରୀ ଏବଂ ଆଇନଯିବିଙ୍କ ଭୂମିକା ପ୍ରତି ଅବହେଳା ଆଦି ଅନେକ ଗୁଡିଏ ଅନିୟମିତତା ବିଷୟ ତଦନ୍ତ ରେ ସାମ୍ନାକୁ ଆସିଥିଲା। ଏହି ଅଭିଯୋଗ ପରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଶୁଣାଣୀ କରିଥିଲେ ଓ ଅଧ୍ୟକ୍ଷlଙ୍କ ଉତ୍ତର ସନ୍ତୋଷ ଜନକ ନଥିବା କାରଣ ରୁ ଏଭଳି ସମ୍ବେଦନଶୀଳ ମାମଲାରେ ଅବହେଳା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ କମିଟି କୁ ଭଙ୍ଗ କରାଯିବା ପାଇଁ ସୁପାରିଶ କରାଯାଇଥିବା କୁହାଯାଉଛି I ଯାହାର ପରିଣାମ ସ୍ୱରୂପ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧକ୍ଷl ଶ୍ରୀମତୀ ବିଦୁଲତା ହୁଇକାଙ୍କ ସମେତ ୪ଜଣ ସଦସ୍ୟଙ୍କୁ ନିଲମ୍ବନ କରାଯଇଥିଲା l

ରାୟଗଡ଼ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ସାମୟିକ ଭାବେ ସିଡ଼ବ୍ଲୁସି ଦାୟିତ୍ୱ ଦିଆଯାଇଥିଲା l ଯେହେତୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଗୁରୁତ୍ୱପୂର୍ଣ ଦାୟିତ୍ୱ ରହିଥିବାରୁ ଏହାର ନୂତନ ସିଡ଼ବ୍ଲୁସି ଗଠନ ହେବାଯାଏଁ ଦାୟିତ୍ୱ ତୁଲାଇବା ପାଇଁ ସରକାର ଆଦେଶ ସଂଖ୍ୟା ୧୧୫୪୯ ତା. ୮/୦୫/୨୦୨୫ ଅନୁଯାୟୀ କୋରାପୁଟ ସିଡବ୍ଲୁସିକୁ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ l ସେହିପରି ଆଦେଶ ବଳରେ କୋରାପୁଟ ସିଡ଼ବ୍ଲୁସି ରାୟଗଡ଼ ଦାୟିତ୍ୱ ଗ୍ରହଣ କରିବାକୁ ରାୟଗଡ଼ ଆସି ପୂର୍ବତନ ସିଡ଼ବ୍ଲୁସି ଅଧ୍ୟକ୍ଷl ଶ୍ରୀମତୀ ବିଦୁଲତା ହୁଇକାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ପୂର୍ବତନ ଅଧ୍ୟକ୍ଷl କିମ୍ବା କମିଟିର ସଦସ୍ୟ ମାନେ ଦେଖାଦେଲେ ନହିଁ l ଯାହାଫଳରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଉପଜିଲ୍ଲାପାଳ ରାୟଗଡ଼ ସହକାରୀ ଜିଲ୍ଲାପାଳ ଶ୍ରୀ କୈଳାଶ ସ୍ୱାଇଁଙ୍କୁ ମାଜିଷ୍ଟ୍ରେଟ ଭାବେ ନିୟୋଜିତ ଉପସ୍ଥିତରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ଚି଼ଚୁଆନ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଲାଭାଙ୍ଗି କୋରାପୁଟ ଶିଶୁ ମଙ୍ଗଳ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରାଗଲା l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୭୭ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ 

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବଡି ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ

masiha

Leave a Comment

error: Content is protected !!