ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧ – ଖ୍ରୀଷ୍ଟିଆନ ଙ୍କୁ ମିଳିଲା ନାହିଁ କଲ୍ୟାଣ ମଣ୍ଡପ, ପ୍ରବଳ ବର୍ଷା ପବନରେ ନଷ୍ଟ ହେଲା ଲକ୍ଷାଧିକ ଟଙ୍କା ଭୋଜି ଭାତ, ୨-  ବଜ୍ରଘାତରେ ତିନି ବଳଦ ମୃତ 

ଖ୍ରୀଷ୍ଟିଆନ ଙ୍କୁ ମିଳିଲା ନାହିଁ କଲ୍ୟାଣ ମଣ୍ଡପ, ପ୍ରବଳ ବର୍ଷା ପବନରେ ନଷ୍ଟ ହେଲା ଲକ୍ଷାଧିକ ଟଙ୍କା ଭୋଜି ଭାତ 

ବନ୍ଧୁଗାଁ ତା ୧୬/୫/୨୫ ବନ୍ଧୁଗାଁ ବ୍ଲକ ନିଲାବାଡି ପଞ୍ଚାୟତରେ ଥିବା କଲ୍ୟାଣ ମଣ୍ଡପ ରେ ଖ୍ରୀଷ୍ଟିଆନ ଲୋକଙ୍କ ଵିଵାହ ଭୋଜି କରିବାକୁ କମିଟି ତରଫରୁ ବିରୋଧ କରିବାରୁ ବାହାରେ ଭୋଜି କରିବା ସମୟରେ କାଳବୈଶାଖୀ ବର୍ଷା ଓ ପ୍ରବଳ ପବନ ହେବାରୁ ଲକ୍ଷାଧିକ ଟଙ୍କାର ଭୋଜି ଭାତ ନଷ୍ଟ ହୋଇଯାଇଛି। ସୁଚନା ଅନୁଯାଇ ନିଲାବାଡି ଗାଁର ଭେମୋଲା ଶ୍ରିନୁ ବାସ ରାଓ ବହୂ ବର୍ଷ ତଳେ ଖ୍ରୀଷ୍ଟିଆନ ହୋଇଥିଲେ। ଗତ ଶୁକ୍ରବାର ଦିନ ପୁଅର ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ରେ ଵିଵାହ କାର୍ଯ୍ୟ ଶେଷ କରାଯାଇଥିଲା। ନିଜ ଗାଁରେ ଛୋଟ ବେଳରୁ ସାହି ପଡିଶାଙ୍କ ସହିତ ରହି ଆସୁଥିଲେ ଏଥିପାଇଁ ଭି ଶ୍ରୀନୁ ନିଜ ପୁଅ ର ଏକ ଵିଵାହ ଭୋଜି କରିବାକୁ ସ୍ଥିର କରି ୭୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଥିଲେ। ଏଥିପାଇଁ ସରକାରଙ୍କ ଦ୍ୱାରା ସର୍ବସାଧାରଣ ନିମନ୍ତେ ତିଆରି କଲ୍ୟାଣ ମଣ୍ଡପ ରେ ଭୋଜି ପାଇଁ ଟେଣ୍ଟ ସଜାଇବା କାମ ଗୁରୁବାର ଦିନ ଆରମ୍ଭ କରି ଥିଲେ।ଆଜି ଶୁକ୍ରବାର ଦିନ ଭୋଜି ଦେବାକୁ ସ୍ଥିର କରି ଥିଲେ । ଏହି ସମୟରେ ନିଲାବାଡି ପୂଜା କମିଟିର ଜନାର୍ଦ୍ଦନ ସାହୁକାର ଓ ତାଙ୍କ ପୁଅ କାମେଶଶ୍ୱର ସାହୁକାର ବିରୋଧ କରି ରାତିରେ ଆସି କଲ୍ୟାଣ ମଣ୍ଡପ ର ଗେଟ କୁ ଚାବି ଦେଇ ଥିଲେ। ଭି ଶ୍ରୀନୁ କାହିଁକି ଗେଟ ତାଲା ଦେଇଛ କଲ୍ୟାଣ ମଣ୍ଡପ ପାଇଁ କିଛି ଟଙ୍କା ଦେବା ପାଇଁ କହିଲେ ଦେବି କହିବାରୁ ତୁମେ ଖ୍ରୀଷ୍ଟିଆନ ଲୋକ ମନ୍ଦିରରେ ପୂଜା, ନଡ଼ିଆ ମାରି ଆସ, ଏଠାରେ ପ୍ରାର୍ଥନା କରିବ ତେଣୁ ଆମେ ଏଇ କଲ୍ୟାଣ ମଣ୍ଡପ ଦେବୁ ନାହିଁ କହି ବାହାର କରି ଦେଇ ଥିଲେ। ଏହା ପରେ କଲ୍ୟାଣ ମଣ୍ଡପ ଗାଁ ରେ ଅଛି, କେବଳ ଭୋଜି କରାଯିବ, ଏହା ସର୍ବସାଧାରଣଙ୍କ ପାଇଁ ତିଆରି ହୋଇଛି। ତେଣୁ କଲ୍ୟାଣ ମଣ୍ଡପ ଦେବା ପାଇଁ ଗାଁ ବୁଦ୍ଧିଜୀବି ପ୍ରସନ୍ନ ପଟ୍ଟନାୟକ ଓ ସାମ୍ବାଦିକ ସଞ୍ଜୟ କୁମାର ପାଣି କମିଟି କୁ କହି ଥିଲେ ମଧ୍ୟ ତାଙ୍କ କଥା ଶୁଣି ଲେ ନାହିଁ। ପରେ ଗାଁ ରୁ କିଛି ଅସାମାଜିକ ବ୍ୟକ୍ତି ମାନଙ୍କୁ ନେଇ ଟେଣ୍ଟ ବାହାର କରି ଦେଇଥିଲେ। ଭୋଜି ପାଇଁ ଅନେକ କାକୁତି ମିନତି ହୋଇ ଥିଲେ ମଧ୍ୟ କିଏ ତାଙ୍କ ଗୁହାରି ଶୁଣି ନ ଥିଲେ। ବାଧ୍ୟ ହୋଇ ଭି ଶ୍ରିନୁ ଏକ ଆମ୍ବ ତୋଟା ରେ ଟେଣ୍ଟ କରି ୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଭୋଜି ଭାତ କରି ଥିଲେ। ଏହି ସମୟରେ ଆଜି କାଳବୈଶାଖୀ ବର୍ଷା ପବନରେ ଟେଣ୍ଟ ଉଡ଼ାଇବା ସହ ସମସ୍ତ ଭୋଜି ଭାତ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କିଏ ଏହି କ୍ଷତି ଦେବ ? ସରକାର ସମସ୍ତ ଜାତି ଓ ଧର୍ମର ଲୋକଙ୍କ ସୁବିଧା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି । ଏହାର ତଦନ୍ତ କରି ଜିଲ୍ଲା ଓ ବ୍ଲକ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ଭି ଶ୍ରିନୁ ଗୁହାରି କରିଛନ୍ତି।

ବଜ୍ର ଘାତ ରେ ତିନି ବଳଦ ମୃତ 

ବନ୍ଧୁଗାଁ ତା, ୧୬/୫/୨୫, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାନାଗାଁ ପଞ୍ଚାୟତ ର ରାମଜି ପୁଟ ଗାଁରେ ବଜ୍ର ପାତରେ ତିନି ବଳଦ ମୃତ I ମୃତ ବଳଦ ଗୁଡିକ ହେଲା କାନାଗାଁ ପଞ୍ଚାୟତର ରାମଜୀ ପୁଟ ଗାଁର ମେଲେକା କାୟୁ ଙ୍କ ର ବୋଲି ଜାଣିବାକୁ ମିଳିଛି I କାୟୁ ନିଜ କୁଡ଼ିଆ ନିକଟ ପାର୍ତିଙ୍ଗ ଯିବା ରାସ୍ତା କୋଡ଼ ତେନ୍ତୁଳି ଗଛ ମୂଳରେ ତିନି ବଳଦକୁ ବାନ୍ଦୀ ରଖିଥିଲେ I ଆଜି ଦିନ ୨ ଘଣ୍ଟା ସମୟରେ ବିଜୁଳି ଘଡ ଘଡ଼ି ସହ ଅଳ୍ପ ମାତ୍ରାରେ ବର୍ଷା ହୋଇଥିବାରୁ ଗଛ ନିକଟରେ ବଜ୍ରପାତ ପଡିଥିବାରୁ ତେନ୍ତୁଳି ଗଛ ମୂଳରେ ଥିବା ତିନି ବଳଦର ମୃତ୍ୟୁ ହୋଇଥିବା ଦେଖି କାୟୁ ପ୍ରାଣୀ ବିଭାଗ ଅଧିକାରିଙ୍କୁ ଖବର ଜଣେଇଥିଲେ I ଖବର ଶୁଣି ପ୍ରାଣୀ ବିଭାଗର କର୍ମୀ ଘଟଣା ସ୍ତଳରେ ପହଁଞ୍ଚି ତିନି ବଳଦକୁ ବ୍ୟବଛେଦ କରିଥିଲେ ଓ ଉକ୍ତ ଘଟଣା କୁ ନେଇ ପଞ୍ଚାୟତର ରାଜଶ୍ଵ ବିଭାଗର ଅଧିକାରୀଙ୍କୁ ଘଟଣା ବିଷୟରେ ଜଣାଇଲେ କିଛି ଆର୍ଥିକ ସହାୟତା ମିଳିପାରେ ବଲି ପ୍ରାଣୀ ବିଭାଗ ଅଧିକାରୀ ଉପଦେଶ ଦେଇଥିଲେ I ଏପଟେ ତିନି ବଳଦ ବଜ୍ର ପାତରେ ମରିଯିବାରୁ ଆଗକୁ ଚାଷ କରିବାରେ ଲଙ୍ଗଳ କରି ଜମିରେ ତୋଶିବା ସାହାଯ୍ୟ ହୋଉଥିଲା ବର୍ତମାନ ଏବେ ଜମିରେ କେମିତି ଲଙ୍ଗଳ କରିବି ବଲି କାୟୁ ଚିନ୍ତାରେ ପଡି ଦୁଃଖରେ ଗଣ ମାଧ୍ୟମକୁ ଜଣାଇଥିଲେ I 

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ 

masiha

ଏସ ଡବ୍ଲୁ ଏଫ୍ ଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ରାଉରକେଲା ଠାରେ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ଖ୍ୟାତି ସମ୍ପନ୍ନ ସମାଜସେବୀ ଦୀପକ କୁମାର ଚୌଧୁରୀ

Sunil Chandra Nayak

Leave a Comment

error: Content is protected !!