ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁତୁର୍ଲା ଗାଁ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

କୁତୁର୍ଲା ଗାଁ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପଠନ , ଲିଖନ ଆଦି ସାମଗ୍ର ମାନ ବଣ୍ଟନ କରିଥିଲେ। ୨୦୧୩ ମସିହା ମେ’ ୧୭ ତାରିଖରୁ କିଟ୍ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯୁଗାନ୍ତ କାରୀ ପଦକ୍ଷେପ ତଥା ସମାଜରେ ଏକ ଭିନ୍ନ ଚିନ୍ତାଧାରା ସୃଷ୍ଟି କରିଥିବା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଚଳିତ ବର୍ଷ କିପରି ଦେଶ ବିଦେଶ ହେଉ ଅବା ଗାଁ ଗହଳିରେ ଉତ୍ସାହର ସହିତ ପାଳନ କରାଯାଇଛି ଏବଂ ଆର୍ଟ ଅଫ ଗିଭିଙ୍ଗ ଉଦ୍ଦେଶ୍ୟ ଏବଂ ମୂଳ ଲକ୍ଷ୍ୟ ସମ୍ପର୍କରେ ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ । ନିଜ ସକ୍ଷମ ଅନୁଯାୟୀ ସର୍ବଦା ପାତ୍ରରେ ଦାନ ଭଳି କରି ସେବା ଦେବାରେ ଆନନ୍ଦ ନେବା ସହିତ ସେବା କରି ଅନ୍ୟ ମୁହଁରେ ହସ ଫୁଟାଇବା ପାଇଁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଛାତ୍ର ଛାତ୍ରୀ, ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ସାମିଲ ହେବା ସହିତ ଏଭଳି ଏକ ମହତ୍ କାର୍ଯ୍ୟକ୍ରମର ମୂଳ ଦୁଆ ପକାଇଥିବା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

ବନବନ୍ଧୁ ପରିଷଦ ମହିଳା ସମିତିର ପ୍ରଶଂସନୀୟ ପଦକ୍ଷେପ: ରାଉରକେଲାରେ ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍ଘାଟିତ

ଠିକା କାମ କୁ ନେଇ ପ୍ରକଳ୍ପ ପ୍ରଶାସନ ର ବ୍ୟବସାୟ । ଆୱାର୍ଡ କାମ ନାମ ରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ । ଟେଣ୍ଡର ପ୍ରକ୍ରିୟା କରି କାର୍ଯ୍ୟ ବଣ୍ଟନ ପାଇଁ ଦାବି

masiha

Leave a Comment

error: Content is protected !!