ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୨ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୫ ପାଳିତ 

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୨ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୫ ପାଳିତ 

ଢେଙ୍କାନାଳ : ତା.୧୮.୦୫.୨୦୨୫ ରିଖ : ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ୍‌ଠାରେ ସୋମବାର ଅପରାହ୍ଣ ୫ ଘଟିକା ୩୦ ମିନିଟ୍ ସମୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୨ ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ୍ ଦିବସ- ୨୦୨୫ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ କହିଲେ ଯେ,ଦେବାରେ ଆନନ୍ଦ ଥାଏ। କିନ୍ତୁ ନିସ୍ୱାର୍ଥପର ଭାବେ ଦାନ,ସାହାଯ୍ଯ ଓ ସହଯୋଗ କଲେ ଆର୍ଟ ଅଫ୍ ଗିଭିଂର ପ୍ରକୃତ ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସଫଳ ହୋଇପାରିବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶିଳ୍ପୀ ପରେଶଚନ୍ଦ୍ର ପଟ୍ଟନାୟକ, ସମାଜସେବୀ ସୁକାନ୍ତ କୁମାର ମିଶ୍ର, ଶିକ୍ଷାବିତ୍ ତଥା ଅଧ୍ୟକ୍ଷ ଡ.ସମୀର କୁମାର ସାହୁ,ପ୍ରାକ୍ତନ ସାହିତ୍ୟ ଏକାଡ଼େମୀ ସଦସ୍ୟା ତଥା ଅଧ୍ୟାପିକା ଡ.ପୁଷ୍ପଲତା ରଥ,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର,କଳା ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର ପ୍ରମୁଖ ଯୋଗଦେଇ ପଡୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ସେହିଭଳି ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ଲେଖକ ସଂସଦ ସଭାପତି ବସନ୍ତ ପଟ୍ଟନାୟକ,ବରିଷ୍ଠ କବି ଓ ସାହିତ୍ୟିକ ବାହାଦୂର ପାଟ୍ଟସାହାଣୀ,ଥିଙ୍କର୍ସ ଫୋରମ୍ ର ସଭାପତି ତଥା ସାହିତ୍ୟିକ ସୌମେନ୍ଦୁ ଶତପଥୀ,ବରିଷ୍ଠ ସଦସ୍ୟ ସୁଶିଲ କୁମାର ନନ୍ଦ, ସମାଜସେବୀ ଶୈଳବାଳା ମିଶ୍ର ଓ ଶେଷଦେବ ରାଉତ ପ୍ରମୁଖ ଯୋଗଦାନ କରି ନିଜ କ୍ଷମତା ଅନୁସାରେ ଅନ୍ୟକୁ ସାହାଯ୍ଯ ଓ ସହଯୋଗ କଲେ ସମାଜର କଲ୍ଯାଣ ହୋଇପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ କିଟ୍ ଅନୁଷ୍ଠାନର ଡେପୁଟି ମ୍ୟାନେଜର ମାନସ ମିଶ୍ର ଆର୍ଟ ଅଫ୍ ଗିଭିଂ ଦିବସର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଏହି ଦିବସ ପାଳନ ପାଇଁ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରି ୨୦୧୩ ମସିହାରୁ ବିଶ୍ଵବ୍ୟାପୀ ଏହି ଦିବସ ଓ ଆର୍ଟ ଅଫ୍ ଗିଭିଂ ପ୍ରୟାସ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇ ଆଜି ବିଶ୍ଵସାରା ୧୨ ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ -୨୦୨୫ ପାଳିତ ହେଉଛି। ବିଶ୍ୱର ଶତାଧିକ ରାଷ୍ଟ୍ରର ବହୁ ବ୍ୟକ୍ତି ଅନୁପ୍ରାଣିତ ହୋଇ ଏଥିରେ ସାମିଲ ହୋଇଛନ୍ତି।’ଆପଣମାନେ ସମସ୍ତେ ଜାଣନ୍ତି ଯେ, ଆର୍ଟ ଅଫ୍ ଗିଭିଂ ‘ ହେଉଛି ଜୀବନର ଏକ ଦର୍ଶନ ଯାହାକୁ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବିଶ୍ଵରେ ଶାନ୍ତି ଏବଂ ଖୁସିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ ଭାବେ ଆରମ୍ଭକରିଛନ୍ତି । ଏହା କେବଳ ଭୌତିକ ଦାନ ବିଷୟରେ ନୁହେଁ ; ଏହା ପ୍ରେମ, ସମୟ,ସମର୍ଥନ ଏବଂ ଅନ୍ୟର ଯତ୍ନ ଓ ଖୁସି ଦେବା ଦିଗରେ ପ୍ରୟାସ ହେଉଛି ‘ଆର୍ଟ ଅଫ୍ ଗିଭିଂ’। ଏହା ପ୍ରକୃତରେ ମଣିଷ ଏବଂ ମାନବୀୟ ଚିନ୍ତାଧାରା ଆପଣାଇବା ପାଇଁ ଶିକ୍ଷା ଦେଇଥାଏ । ଦାନ କରିବାର କଳା ଜାତି,ଧର୍ମ,ବୟସ,ଧର୍ମ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତେ ଅଭ୍ୟାସ କରିପାରିବେ।

‘ଆର୍ଟ ଅଫ୍ ଗିଭିଂ’ ମନୋଭାବ ପୂର୍ବରୁ ସମସ୍ତଙ୍କଠାରେ ରହିଛି। ବର୍ଷ ବର୍ଷ ଧରି ପ୍ରୟାସ ପରେ ଏହା ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଆଜି ଏହା ଅଗଣିତ ଜନ ଜୀବନକୁ ଛୁଇଁପାରିଛି ଓ ଏବଂ ଅନେକଙ୍କୁ ନିଃସ୍ୱାର୍ଥପର ଭାବରେ ଦାନ କରିବାକୁ ପ୍ରେରଣା ଦେଇଛି। ଏଥିପାଇଁ ପ୍ରତିବର୍ଷ ବିଭିନ୍ନ ବିଷୟବସ୍ତୁ ରଖାଯାଇ ଏହାକୁ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷର ଆର୍ଟ ଅଫ୍ ଗିଭିଙ୍ଗ୍ ର ବିଷୟବସ୍ତୁ ରହିଅଛି ” ନେବରଗୁଡ୍ (ପଡୋଶୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରିବା)”।ଦୟା, ଯତ୍ନ ଏବଂ ସଂପର୍କର ଛୋଟ ଛୋଟ କାର୍ଯ୍ୟ ମାଧ୍ୟମରେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା । ସମଗ୍ର ବିଶ୍ଵ ମଧ୍ୟ ଏକ ପଡ଼ୋଶୀ- ବସୁଧୈବ କୁଟୁମ୍ବକମ୍। ପ୍ରକୃତ ଦୟା ସର୍ବଦା ନିଜ ପରିବାରରୁ ଆରମ୍ଭ ହୁଏ । ଆପଣ ଯଦି ନିଜ ପଡ଼ୋଶୀଙ୍କୁ ଜଣେ ଭଲ ପଡ଼ୋଶୀ ଭାବେ ପାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ନିଜେ ଭଲ ହେବା ଦରକାର। ଚଳିତବର୍ଷ ରୂପା ପ୍ରକାଶନୀ ଦ୍ଵାରା ପ୍ରକାଶିତ ‘ଆର୍ଟ ଅଫ୍ ଗିଭିଂ’ ପୁସ୍ତକର ମଧ୍ୟ ଉନ୍ମୋଚନ ହେଉଛି। ଏହାକୁ ଆପଣ ଅନ୍‌ଲାଇନ୍‌ରେ ଆମାଜନରୁ ପାରିବେ। ଆମ ପାଖରେ କ୍ରୟ ପାଇଁ କିଛି କପି ମଧ୍ୟ ଉପଲବ୍‌ଧ ଅଛି। ଡ. ଅଚ୍ୟୁତ ସାମନ୍ତ ଏହି ପୁସ୍ତକରେ ତାଙ୍କର ‘ଆର୍ଟ ଅଫ୍ ଗିଭିଂ’ର ସଂପୂର୍ଣ ଅଭିଜ୍ଞତା ଲେଖିଛନ୍ତି।ସେ ତାଙ୍କର ସମସ୍ତ ସଫଳତାର ସଂପୂର୍ଣ ଶ୍ରେୟ ‘ଆର୍ଟ ଅଫ୍ ଗିଭିଂ ’କୁ ଦେଇଛନ୍ତି ଏବଂ ଶେଷରେ,ଦାନ କରିବାର ମନୋଭାବକୁ କେବଳ ଗୋଟିଏ ଦିନ ମଧ୍ୟରେ ସୀମିତ କରନ୍ତୁ ନାହିଁ ।ଆମେ ବର୍ଷ ତମାମ ‘ ଆର୍ଟ ଅଫ୍ ଗିଭିଂ’ ପାଳନ କରୁ। ଆପଣଙ୍କର ଦାନ କରିଥିବା କାର୍ଯ୍ୟର ବିବରଣୀ ଆମ ନିକଟକୁ ପଠାନ୍ତୁ ଏବଂ ଆମର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଡ଼ିହୁଅନ୍ତୁ।ଆମେ ଆପଣଙ୍କ ମହାନ କାର୍ଯ୍ୟର ପ୍ରଚାର କରିବୁ। ଆସନ୍ତୁ ! ନିଜେ ବଞ୍ଚିବା ସହ ସମାଜକୁ କିଛି ନା କିଛି ଦାନ କରିବା। ପ୍ରାରମ୍ଭରେ କିଟ୍,କିସ୍,କିମ୍ସ ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ‘ପୁସ୍ତକ’ ଆର୍ଟ ଅଫ୍ ଗିଭିଙ୍ଗ୍‌କୁ ମଞ୍ଚାସୀନ ଅତିଥି ବୃନ୍ଦଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ସେଥିରେ ଆର୍ଟ ଅଫ୍ ଗିଭିଙ୍ଗ ଓଡ଼ିଶା,ଭାରତ ସମେତ ବିଶ୍ୱର ୧୨୦ରୁ ଅଧିକ ଦେଶରେ ବାର୍ତ୍ତା ପହଞ୍ଚାଉଛି। ଚଳିତ ବର୍ଷ ଆର୍ଟ ଅଫ୍ ଗିଭିଙ୍ଗ୍ ବିଷୟ ବସ୍ତୁ ନେବରଗୁଡ୍ (ପଡୋଶୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରିବା) ର ବାର୍ତ୍ତା ରହିଛି । ସେହିଭଳି ସେହିଦିନ ସକାଳେ ଗୋବିନ୍ଦପୁରସ୍ଥିତ ଦୟାନନ୍ଦ ସର୍ଭିସ ମିଶନ୍ ଶିଶୁଗୃହ,ଅନାଥ ଆଶ୍ରମ ଶିଶୁଗୃହ,ବରିଷ୍ଠ ନାଗରିକ ଗୃହ,ଜରାଶ୍ରମ ଅନ୍ତେବାସୀ,ଶ୍ୟାମାଚରଣପୁରସ୍ଥ ଆଦୃତା ଶିଶୁ ଗୃହରେ ଅନ୍ତେବାସୀମାନଙ୍କୁ ନେଇ ଶ୍ରଦ୍ଧାର ସହ ଉପହାର ଦେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ଅଥୟ କୁମାର ସାହୁ ସୁପରିଚାଳନା କରିଥିବା ବେଳେ କିଟ୍‌ର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଢେଙ୍କାନାଳ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଏଥିରେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ। କିଟ୍ ଓ କିସ୍ ଅନୁଷ୍ଠାନର ବହୁ କର୍ମଚାରୀ, ଢେଙ୍କାନାଳ ଜିଲ୍ଲା ଆର୍ଟ ଅଫ୍ ଗିଭିଂ ଶାଖାର,ମୋ ଢେଙ୍କାନାଳର ତଥା ଗୁରୁଦେବଜୀ ଫାଉଣ୍ଡେସନ୍ ର ପ୍ରମୁଖ ସ୍ଵେଚ୍ଛାସେବୀ ଇ.ସୌମ୍ୟବ୍ରତ ସାହୁ ପ୍ରମୁଖ ଅନେକ ସହଯୋଗୀ ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

masiha

ମୌଳିକ ସୁବିଧାରୁ ବଞ୍ଚିତ ଖୋଲିଭିତର ଗାଁ ; ପ୍ରଶାସନର ସହାୟତାକୁ ଅପେକ୍ଷା

Sunil Chandra Nayak

କୁସୁର୍ଲାରେ ବିଶ୍ୱ ପରିବେଶ ଦିବସ ପାଳିତ

masiha

Leave a Comment

error: Content is protected !!