ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ର ୨୦୨୫- ୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ

ଶ୍ରଦ୍ଧା ର ୨୦୨୫- ୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା : ସଭାପତି ପଶୁପତିନାଥ ଚାଟାର୍ଜୀ ଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧା ର ଦିବାର୍ଷିକ ସମ୍ମିଳନୀ ଶ୍ରଦ୍ଧା ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଗତ ଦୁଇବର୍ଷ ର କାର୍ଯ୍ୟକ୍ରମ ଓ ଆୟବ୍ୟୟର ବିବରଣୀ ଦେବାସହ ଆଗାମୀ କାର୍ଯ୍ୟକ୍ରମ ଉପରେ ବିଶେଷ ବିବରଣୀ ରଖିଥିଲେ । ଆଗକୁ କିପରି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ନିଆଯିବ ଉପସ୍ଥିତ ସଭ୍ୟମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ନିବେଦନ କରିଥିଲେ । ଶେଷରେ ସର୍ବସମ୍ମତିକ୍ରମେ ଆସନ୍ତା ୩ ବର୍ଷ ପାଇଁ ୨୦୨୫-୨୦୨୮ ପର୍ଯ୍ୟନ୍ତ କର୍ମକର୍ତ୍ତା ଚୟନ କରାଯାଇଥିଲା। କର୍ମକର୍ତ୍ତାଙ୍କ ମଧ୍ୟରେ ଡଃ.ରାମକୃଷ୍ଣ ବିଶ୍ଵାଳ – ସଭାପତି, ଡ଼ା. ପ୍ରଭାକର ନାୟକ – ଉପସଭାପତି, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ – ସାଧାରଣ ସଂପାଦକ, ଅଜିତ କୁମାର ସ୍ଵାଇଁ – ଯୁଗ୍ମ ସମ୍ପାଦକ, ସର୍ବେଶ୍ଵର ମାନସିଂହ – କୋଷାଧ୍ୟକ୍ଷ ଏବଂ ସାଧାରଣ ପରିଷଦର ସଭ୍ୟ ଭାବେ ନରେଶ କୁମାର ପଟେଲ, ସୁମନ୍ତ କୁମାର ସ୍ଵାଇଁ, କବିତା ଦାସ, ସ୍ଵୟଂପ୍ରଭା ପାଣ୍ଡବ, ମୁକୁଲ ହାଁସଦା ଏବଂ ଜଗବନ୍ଧୁ ବେହେରା ପ୍ରମୁଖ ଙ୍କୁ ଙ୍କୁ ଚୟନ କରାଯାଇଅଛି । ଏତଦ୍ ବ୍ୟତୀତ ଅଭିଭାବକ କମିଟି ରେ ଆଉ ୧୦ ଜଣଙ୍କୁ ନିଆଯାଇଛି । ଏମାନେ ସମସ୍ତେ ଆସନ୍ତା ୩ ବର୍ଷ ପାଇଁ ଶ୍ରଦ୍ଧା ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

Sunil Chandra Nayak

ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ବୃକ୍ଷରୋପଣ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!