ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ହେଲା ମେଧାଅନ୍ବେଷଣ ଫଳାଫଳ, ପ୍ରଥମ ସ୍ଥାନରେ ପୂଜାରାଣୀ

ପ୍ରକାଶ ହେଲା ମେଧାଅନ୍ବେଷଣ ଫଳାଫଳ, ପ୍ରଥମ ସ୍ଥାନରେ ପୂଜାରାଣୀ

ଖଇରା,୨୦/୫/୨୫ – ପ୍ରତ୍ୟେକ ରବିବାର ପରି ଗତ ତା ୧୮/୫/୨୦୨୫ ରିଖ ରବିବାର ଦିନ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ମେଧାଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଫଳାଫଳ ପ୍ରକାଶ ପାଇଛି । ସମୀକ୍ଷା କରିଥିଲେ ଅପରାଜିତା ରଥ, ଭଦ୍ରକ ଏବଂ ତାଙ୍କୁ ସହଯୋଗ କରିଥିଲେ ଝିଅ ସାଇ ସମୀକ୍ଷା ରଥ । ସମସ୍ତେ ପ୍ରଥମ ହେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ମୋଟ ୧୦ ମାର୍କରୁ ୯ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବାଲେଶ୍ବରରୁ ପୂଜାରାଣୀ ପଣ୍ଡିତ । ଶ୍ରୀମତୀ ପଣ୍ଡିତଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣ ପତ୍ର ସହିତ ବ୍ରହ୍ମକମଳ ଫୁଲଚାରା ଗଛ ପ୍ରଦାନ କରାଯିବ । ପ୍ରକାଶ ଥାଉକି- କେବଳ ପ୍ରଥମ ସ୍ଥାନକୁ ପୁରସ୍କୃତ କରାଯାଉଛି । ଚେଷ୍ଟା କରନ୍ତୁ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ।

        ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ (୧) ପୂଜାରାଣୀ ପଣ୍ଡିତ, ବାଲେଶ୍ବର-୯ (୨) ସୁଷମା ପ୍ରଧାନ, ତକବା, ସମ୍ବଲପୁର-୭ (୩) ତନିଷା କେଶ୍, ଧୂଷୁରୀ, ଭଦ୍ରକ-୬ (୪) ସୌମ୍ୟାଶ୍ରୀ ନାୟକ, ଧୂଷୁରୀ, ଭଦ୍ରକ-୬ (୫) ଧରିତ୍ରୀ ସେଠୀ, ଅନ୍ତରା, ଖଇରା, ବାଲେଶ୍ବର-୬ (୬) ସୌମ୍ୟଜିତ୍ ନାୟକ, ଧୂଷୁରୀ, ଭଦ୍ରକ-୫ (୭) ସ୍ବେଦେଷ୍ନା ପାଣ୍ଡବ, ଧୂଷୁରୀ-୫ (୮) ବିଷ୍ଣୁପ୍ରିୟା ପ୍ରତାପସିଂହ, ବାଲିଗାଁଡିଆ, ଜଙ୍କିଆ, ଖୋର୍ଦ୍ଧା-୫ (୯) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼-୪ (୧୦) ରିତେଶ ମିଶ୍ର, ପାଖରମୌଦା, ବର୍ତ୍ତନା, ଖଇରା, ବାଲେଶ୍ବର-୪ (୧୧) ଦେବାଂଶ ମିଶ୍ର, ଧୂଷୁରୀ, ଭଦ୍ରକ-୪ (୧୨) ନିବେଦିତା ପଣ୍ଡା, ରାଉରକେଲା, ସୁନ୍ଦରଗଡ଼-୪ (୧୩) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ-୪ (୧୪) ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ-୩ (୧୫) ଚଞ୍ଚଳା ଜେନା, ଗୋପାଳପୁର, କଟକ-୩ (୧୬) ଶେଖ୍ ମୁନ୍ ତାଜ୍ ଖାତୁନ୍, ବରଗଡ଼-୩ (୧୭) ପୁନମ୍ ପ୍ରିୟଦର୍ଶିନୀ ପତି, ଧୂଷୁରୀ-୩ (୧୮) ସୁଲୋଚନା ବଳ, ସୋର, ବାଲେଶ୍ବର-୩ (୧୯) ସମାପ୍ତି ବେହେରା, କୋହି, ମୟୂରଭଞ୍ଜ-୨ (୨୦) ଦୀପି ବାରିକ୍, ମୋହିନୀପାଳ, ଅନୁଗୋଳ-୨ (୨୧) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର-୧ (୨୨) ରୁବୀ ଦାଶ, ଦେବଗଡ଼-୧ ଅଂଶ ଗ୍ରହଣ କରି ମାର୍କ ହାସଲ କରିଛନ୍ତି । ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡ୍ରାଇଭର ମହାସଂଘର ଡ୍ରାଇଭର ଦିବସ ପାଳିତ

masiha

ମହାଶକ୍ତି ଫାଉଣ୍ଡେସନ ତରଫରୁ ବିଦ୍ୟାଳୟ ମାନଙ୍କରେ ପୁରସ୍କାର ପ୍ରଦାନ

masiha

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!