ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରଂଜିଆରେ ପଞ୍ଚପୀଢ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ; ୮୪ ଅଭିଯୋଗ ପଞ୍ଜିକୃତ; ୫ ତତ୍କାଳ ଫଇସଲା 

କରଂଜିଆରେ ପଞ୍ଚପୀଢ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ; ୮୪ ଅଭିଯୋଗ ପଞ୍ଜିକୃତ; ୫ ତତ୍କାଳ ଫଇସଲା 

 ମୟୂରଭଞ୍ଜ -୧୯/୦୫ —  ମୟୂରଭଞ୍ଜ ଜିଲ୍ଲାର କରଂଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପାଞ୍ଚପିଢ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସମୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ଯକ୍ଷ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୫ ଟି ବ୍ଳକ ଏବଂ କରଞ୍ଜିଆ ଏନଏସିରୁ ୮୪ ଟି ଅଭିଯୋଗ ପଞ୍ଜିଜକୃତ ହୋଇଥିବାବେଳେ ତନ୍ମଧ୍ୟରୁ ୬୮ ଟି ବ୍ୟକ୍ତିଗତ ଏବଂ ୧୬ ଟି ସାମୁହିକ ସମସ୍ୟା ଥିଲା । ମଧ୍ୟରୁ ୫ ଟି ସମସ୍ୟା ଜିଲ୍ଲାପାଳଙ୍କ ଦ୍ବାରା ତତ୍କାଳ ଫଇସଲା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ୧୦ ହଜାର ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ୩ ଜଣ ଅସହାୟ ଙ୍କୁ ସହାୟତା ନିମନ୍ତେ ୧୫ ହଜାର ଟଙ୍କା ମଞ୍ଜୁର କରା ଯାଇଥିଲା । ଅନ୍ମ ସମସ୍ୟା ଗୁଡିକୁ ତୁରନ୍ତ ତଦନ୍ତ କରି ସମସ୍ୟାର ‌ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ,କରଞ୍ଜିଆ ପିଏ ଆଇଟିଡିଏ ଚିତ୍ତରଞ୍ଜନ ମହାନ୍ତି,ଏସଡିଏମଓ, ଏବଂ ସମସ୍ତ ତହସିଲଦାର,ବିଡ଼ିଓ, ଏବଂ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ନୂତନ ଦାୟିତ୍ୱ ପରେ ମାଁ ମାଣିକେଶ୍ବରୀ ଙ୍କ ଦର୍ଶନ କରିଛନ୍ତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ।

Sunil Chandra Nayak

ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଗାଧେଇବାକୁ ଯାଇ ଯୁବକଙ୍କ ମୁତ୍ୟୁ

masiha

ଡାକଘର ବିଧେୟକ ୨0୨୩ ରେ ପୋଷ୍ଟ ଅଫିସ ବିଲ କୁ ସମର୍ଥନ କରି ଜିଡିଏସ୍ ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ଦାବୀ କଲେ ସାଂସଦ ଶ୍ରୀ ନିରଂଜନ ବିଶି

masiha

Leave a Comment

error: Content is protected !!