ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରଂଜିଆରେ ପଞ୍ଚପୀଢ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ; ୮୪ ଅଭିଯୋଗ ପଞ୍ଜିକୃତ; ୫ ତତ୍କାଳ ଫଇସଲା 

କରଂଜିଆରେ ପଞ୍ଚପୀଢ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ; ୮୪ ଅଭିଯୋଗ ପଞ୍ଜିକୃତ; ୫ ତତ୍କାଳ ଫଇସଲା 

 ମୟୂରଭଞ୍ଜ -୧୯/୦୫ —  ମୟୂରଭଞ୍ଜ ଜିଲ୍ଲାର କରଂଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପାଞ୍ଚପିଢ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସମୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ଯକ୍ଷ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୫ ଟି ବ୍ଳକ ଏବଂ କରଞ୍ଜିଆ ଏନଏସିରୁ ୮୪ ଟି ଅଭିଯୋଗ ପଞ୍ଜିଜକୃତ ହୋଇଥିବାବେଳେ ତନ୍ମଧ୍ୟରୁ ୬୮ ଟି ବ୍ୟକ୍ତିଗତ ଏବଂ ୧୬ ଟି ସାମୁହିକ ସମସ୍ୟା ଥିଲା । ମଧ୍ୟରୁ ୫ ଟି ସମସ୍ୟା ଜିଲ୍ଲାପାଳଙ୍କ ଦ୍ବାରା ତତ୍କାଳ ଫଇସଲା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ୧୦ ହଜାର ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ୩ ଜଣ ଅସହାୟ ଙ୍କୁ ସହାୟତା ନିମନ୍ତେ ୧୫ ହଜାର ଟଙ୍କା ମଞ୍ଜୁର କରା ଯାଇଥିଲା । ଅନ୍ମ ସମସ୍ୟା ଗୁଡିକୁ ତୁରନ୍ତ ତଦନ୍ତ କରି ସମସ୍ୟାର ‌ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ,କରଞ୍ଜିଆ ପିଏ ଆଇଟିଡିଏ ଚିତ୍ତରଞ୍ଜନ ମହାନ୍ତି,ଏସଡିଏମଓ, ଏବଂ ସମସ୍ତ ତହସିଲଦାର,ବିଡ଼ିଓ, ଏବଂ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

କୋଟପାଡ଼ ସହରର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ; ଆହାର କେନ୍ଦ୍ରରେ କଲେ ମଧ୍ୟାହ୍ନ ଭୋଜନ

Sunil Chandra Nayak

ଦାଦନ ଶ୍ରମିକ ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!