ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୫ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଖେଳାଳୀ ଙ୍କ କୋଚିଂ କେମ୍ପ ଆରମ୍ଭ 

୧୫ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଖେଳାଳୀ ଙ୍କ କୋଚିଂ କେମ୍ପ ଆରମ୍ଭ 

  ନବରଙ୍ଗପୁର :(୨୫/୫)(ଧୃତି ରଞ୍ଜନ ମହାନ୍ତି)ସ୍ଥାନୀୟ ଷ୍ଟାଡିୟମ୍ ଠାରେ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ କ୍ରୀଡା ନିମନ୍ତେ ୪୦ ଜଣ ଖେଳାଳିଙ୍କୁ ନେଇ ଏକ କୋଚିଂ କ୍ୟାମ୍ପ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ ଉମରକୋଟ ଠାରେ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଲିଗ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଚୟନ ହୋଇଥିବା ୪୦ ଜଣକୁ ନେଇ କୋଚିଂ କ୍ୟାମ୍ପ ଆରମ୍ଭ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କୋଚିଂ କ୍ୟାମ୍ପ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ପାତ୍ର, ସନ୍ତୋଷ ଟ୍ରଫି ଖେଳାଳୀ ତଥା ପ୍ରାକ୍ତନ ଫୁଟବଲ୍ ଖେଳାଳୀ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କୋଚିଂ କ୍ୟାମ୍ପ ରେ ବରିଷ୍ଠ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଦୂର୍ଯ୍ୟ ହରିଜନ, ଫିରଜ୍ ହିଆଲ , ଲାଲୁ ହରିଜନ ଏବଂ ରଇଲା ଭତରା କ୍ରୀଡାବିତ୍ ମାନଙ୍କୁ ଫୁଟବଲ୍ ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେବେ । ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଦିବା ୬ ଘଣ୍ଟା ୩୦ ମିନିଟ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଉଛି । ସୂଚନା ଯୋଗ୍ୟ ଯେ ସପ୍ତାହ ବ୍ୟାପି ଉକ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ଏବଂ ପରିଶେଷରେ ଏକ ୨୨ ଜଣିଆ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା ହେବ ଏବଂ ଉକ୍ତ ଦଳ ବ୍ରହ୍ମପୁର ଠାରେ ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲା ଦଳ ସହ ଖେଳିବେ। ସଂଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ, ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

20 ତମ ସର୍ଵ ଭାରତୀୟ କେସିଏସ କ୍ରିକେଟ ଫାଇନାଲ ମ୍ୟାଚ

Sunil Chandra Nayak

ମା ଲଙ୍କେଶ୍ଵରୀ ଖଣ୍ଡାବସା ଫୁଟବଲ କପ ଖେଳ 

Sunil Chandra Nayak

ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭ

Leave a Comment

error: Content is protected !!