ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲଝରଣ ରେ ଆଦିବାସୀ ଭବନ ଉଦଘାଟିତ 

ଫୁଲଝରଣ ରେ ଆଦିବାସୀ ଭବନ ଉଦଘାଟିତ 

ବଲାଙ୍ଗିର ତା 21.05 —  ବଲାଙ୍ଗିର ସଦର ବ୍ଲକ ଅଧିନସ୍ଥ ବୈଦିପାଲି ପଞ୍ଚାୟତ ର ଫୁଲଝରଣ ଗାଁ ରେ ଆଦିବାସୀ ଭବନ ଲୋକାର୍ପିତ ହୋଇଯାଇଛି l ଆଦିବାସୀ ଭବନ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝୀ, ବଲାଙ୍ଗିର ବ୍ଲକ ସଭାପତି ପାଳେଶ୍ୱର ଭୋଇ, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ଆଗଲପୁର ବ୍ଲକ ସଭାପତି ବଳଦେବ ଭୋଇ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ସମ୍ପାଦକ ପ୍ରଫୁଲ୍ଲ କୁମାର ପ୍ରଧାନୀ, ସର୍ବ ଭାରତୀୟ ବିନ୍ଧ୍ୟବାସିନୀ ବିଂଝାଲ ସମାଜ ର ବ୍ଲକ ସଭାପତି କୁଶ ବରିହା , ଆଦିବାସୀ ନେତା ସୀତାରାମ ଧରୁଆ, ବଲାଙ୍ଗିର ପୌରାଞ୍ଚଳ ସଭାପତି ରାମଚନ୍ଦ୍ର ମୁର୍ମୁ, ଆଦିବାସୀ ନେତା ଅଚ୍ୟୁତ ଧରୁଆ, ସୁରେଶ ବରିହା,ସହିତ ଶତାଧିକ ଆଦିବାସୀ ଯୋଗ ଦେଇଥିଲେ lଆଦିବାସୀ ଭବନ ନିର୍ମାଣ ସକାଶେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏମପିଲାଡ଼ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ସୁପାରିଶ କରିଥିଲେ l ସହର ମାନଙ୍କ ରେ କଲ୍ୟାଣ ମଣ୍ଡପ, ଧର୍ମଶାଳା ଭଳିଆ ଗ୍ରାମାଞ୍ଚଳ ର ଅଧିବାସୀ ଉକ୍ତ ଆଦିବାସୀ ଭବନ ରେ ସଭା ସମିତି, ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ସୁବିଧା ପାଇବେ l ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଏବଂ ଯୁବକ ମାନେ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମାଧ୍ୟମ ରେ ସାବୁନ, ଧୂପକାଠି, ମହମବତୀ, ପ୍ରେସ ଖଲି ଦନା ତିଆରି କରିପାରିବେ, ପାଣି ବୋତଲ, ମିଲେଟ ଖାଦ୍ୟ ପ୍ରସ୍ତୁତି, ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକୁ ସଂରକ୍ଷଣ କରିବା ସୁଯୋଗ ପାଇପାରିବେ ଯଦ୍ୱାରା ଲୋକ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଉଦଘାଟନ ଉତ୍ସବ ଉପଲକ୍ଷେ ନବ ନିର୍ମିତ ଆଦିବାସୀ ଭବନ ରେ ସଭା ଅନୁଷ୍ଠିତ ହୋଇଥିଲା l ବ୍ଲକ ସଭାପତି ପାଳେଶ୍ୱର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝୀ, ଆଦିବାସୀ ନେତା ବଳଦେବ ଭୋଇ, ପଦ୍ମନ ପ୍ରଧାନୀ ପ୍ରମୁଖ ଆଦିବାସୀ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ବିକାଶ, ନକଲି ଆଦିବାସୀ ସମସ୍ୟା, ଜଙ୍ଗଲ ଜମି ଅଧିକାର ସମସ୍ୟା, ସଂରକ୍ଷଣ ସମସ୍ୟା, ଉପରେ ଆଲୋକପାତ କରିଥିଲେ l 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ

Sunil Chandra Nayak

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ 

Sunil Chandra Nayak

Leave a Comment

error: Content is protected !!