ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁକ୍ତଦୁଇ ପରୀକ୍ଷାରେ ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

ଯୁକ୍ତଦୁଇ ପରୀକ୍ଷାରେ ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକରେ ଯୁକ୍ତ ଦୁଇ କଳା ପରୀକ୍ଷାରେ ରଶ୍ମିତା ରଣା ବ୍ଲକ ଟପ୍ପର ହୋଇଛନ୍ତି l ସେ ରିଷିଡା ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଅଟନ୍ତି l ରିଷିଡା ନିବାସୀ ରାମଚନ୍ଦ୍ର ରଣା ଓ ପଦ୍ମାବତୀ ରଣାଙ୍କ କନ୍ୟା ଅଟନ୍ତି l ତାଙ୍କ ସଫଳତା ପାଇଁ ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ଅଭିନନ୍ଦନ ଜଣାଇଛନ୍ତି l ଏହି ବିଦ୍ୟାଳୟର ୨୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ଜଣ ପ୍ରଥମ ଶ୍ରେଣୀ, ୩୮ଜଣ ଦ୍ଵିତୀୟ ଶ୍ରେଣୀ ଓ ୯୬ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ତେରେସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୧୭୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ତନ୍ମଧ୍ୟରୁ ୨ଜଣ ପ୍ରଥମ ଶ୍ରେଣୀ, ୧୬ ଜଣ ଦ୍ଵିତୀୟ ଶ୍ରେଣୀ, ୧୨୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେରେସିଂହାର ୪୦ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨ଜଣ ପ୍ରଥମ ଶ୍ରେଣୀ, ୬ଜଣ ଦ୍ଵିତୀୟ ଶ୍ରେଣୀ, ୨୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଜି ରାଉତ କଲେଜ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

masiha

ଅର୍ପଣ ରଥ ପରିକ୍ରମାରେ ଯୋତା ପିନ୍ଧି କୀର୍ତ୍ତନ “କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ଦେଇଛି ଆଘାତ

masiha

ମୃତ ଛାତ୍ର ମାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲା ହିଞ୍ଜିଳି ବିଜେଡ଼ି 

Sunil Chandra Nayak

Leave a Comment

error: Content is protected !!