ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହଙ୍ଗା ପଡ଼ିଲା ସରପଞ୍ଚଙ୍କ ମିଥ୍ୟା ସତ୍ୟପାଠ , ପଦ ହରାଇଲେ ସରପଞ୍ଚ ଅନୂସୟା  

ମହଙ୍ଗା ପଡ଼ିଲା ସରପଞ୍ଚଙ୍କ ମିଥ୍ୟା ସତ୍ୟପାଠ , ପଦ ହରାଇଲେ ସରପଞ୍ଚ ଅନୂସୟା  

     ଢେଙ୍କାନାଳ (ମନିସ)22/5/25 — କଙ୍କଡ଼ାହାଡ଼ -ଯେପରି କଥାରେ ଅଛି ସତ କେବେ ଲୁଚି ରହେନା ଠିକ୍ ଏପରି ଏକ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ । ୨୧ ଗୋଟି ପଞ୍ଚାୟତକୁ ନେଇ କଙ୍କଡ଼ାହାଡ଼ ବ୍ଲକ ରହିଥିବା ବେଳେ ଏଥି ମଧ୍ୟରେ ରହିଛି କଙ୍କଡ଼ାହାଡ଼ ଗ୍ରାମ ପଞ୍ଚାୟତ । ଗତ ୨୦୨୨ ମସିହାରେ ହୋଇଯାଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଙ୍କଡ଼ାହାଡ଼ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରି ମୈଦାନରେ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ୫ ଜଣଙ୍କ ମଧ୍ୟରେ ହୋଇଥିବା ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ବର୍ତ୍ତମାନର ସରପଞ୍ଚ ଅନୁସୟା ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଅଳକା ପଣ୍ଡାଙ୍କୁ ମାତ୍ର ୮୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ନିର୍ବାଚିତ ସରପଞ୍ଚ ଶ୍ରୀମତୀ ସାହୁ ଗତ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରି ପଦଵୀ ଅକ୍ତିଆର କରିଥିବା ସନ୍ଦେହ ଘେରକୁ ଆସିଥିଲା ।ଯାହାକୁ ନେଇ ତନାଘନା ଆରମ୍ଭ ହୋଇଯାଇଥିଲା । ସୂଚନାରୁ ଜଣାଯାଏ ସରପଞ୍ଚ ଶ୍ରୀମତୀ ସାହୁ କାମାକ୍ଷାନଗର ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଓ ତାଙ୍କ ସ୍ଵାମୀ ବିମଳ ଚନ୍ଦ୍ର ସାହୁ ଅନୁଗୋଳ ସେବା ସମବାୟ ସମିତି ଲିଃ ଋଣ ନେଇଥିବା ବେଳେ ନିର୍ବାଚନ ବେଳେ ଦାଖଲ କରିଥିବା ନାମାଙ୍କନ ପତ୍ରରେ ଋଣ ନେଇନଥିବା ଉଲ୍ଲେଖ କରିଥିଲେ । ଯାହାକୁ ନେଇ ସରପଞ୍ଚ ପଦବୀ ଅସିଦ୍ଧ ଘୋଷଣା କରିବା ପାଇଁ ସିଭିଲ ଜଜ୍ ଜୁନିଅର ଡିଭିଜନ କାମାକ୍ଷାନଗରଙ୍କ ଅଦାଲତରେ ନିକଟତମ ପ୍ରତିଦ୍ବନ୍ଦୀ ଅଳକା ପଣ୍ଡା ନିର୍ବାଚନ ମିସ୍ କେସ ନମ୍ବର ୭/୨୨ ରେ ମୋକଦ୍ଦମା ଦାୟର କରିଥିଲେ ଏହାକୁ ନେଇ ଅଦାଲତ ଅନୁସୟାଙ୍କ ସରପଞ୍ଚ ପଦବୀ ରଦ୍ଦ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭାରତୀୟ ଯୁବ ହଷ୍ଟେଲ ଓଡ଼ିଶା ଶାଖାର ତ୍ରୟ ବାର୍ଷିକ ନିର୍ବାଚନ

masiha

ଧର୍ମଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ. 2000 ଯୁବକ ଯୁବତୀ ଙ୍କୁ ଦକ୍ଷ ତଥା ନିଯୁକ୍ତି ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶ 

masiha

Leave a Comment

error: Content is protected !!