ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡାରେ ତ୍ରିରଙ୍ଗା ଶୋଭାଯାତ୍ରା 

କୋଇଡାରେ ତ୍ରିରଙ୍ଗା ଶୋଭାଯାତ୍ରା 

କୋଇଡା – ୨୨/୦୫ — ସୁନ୍ଦରଗଡ ଜିଲ୍ଲାର ସିମାନ୍ତ କୋଇଡା ବ୍ଳକର ସଦର ମହକୁମା କୋଇଡା ରେ ବୁଧବାର ଦିନ ତ୍ରିରଙ୍ଗା ଶୋଭାଯାତ୍ରା ବିଜେପି ତରଫରୁ କୋଇଡା ବିଜେପି ମଣ୍ଡଳ ସଭାପତି ରାମଚନ୍ଦ୍ର ପଲେଇ ସଭାନେତ୍ରୀ ପୁର୍ଣିମା କେରେକେଟା, ପ୍ରାକ୍ତନ ସଭାପତି ମନୋଜ ପ୍ରଧାନ,ପଛୁଆ ବର୍ଗ ସଭାପତି ଜୟଶଙ୍କର ପୂଜାରୀ ,ନାରୀ ନେତ୍ରୀ ମିଲେରି ବାରିକ, ସୁନ୍ଦରଗଡ ଜିଲ୍ଲାର ବିଶିଷ୍ଟ ଯୁବ ମୋର୍ଚା ନେତା ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ କୋଇଡା ବ୍ଳକ ସଭାପତି ଚେତନ ଦିପ୍ତୀ ନାୟକ , ବିଭିନ୍ନ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ଙ୍କ ନେତୃତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ପହେଲଗାମରେ ଆତଙ୍କୀଙ୍କ ଦ୍ଵାରା ୨୬ ଜଣ ନିରୀହ ଭାରତୀୟଙ୍କୁ ଅମାନୁଷିକ ଭାବରେ ନିଜର ସ୍ତ୍ରୀ ଓ ଛୁଆ ପିଲାଙ୍କ ସମ୍ମୁଖରେ ପୁରୁଷ ମାନଙ୍କୁ ଗୁଳି କରି ହତ୍ଯା ବିରୋଧରେ ତଥା ଭାରତ ସରକାରଙ୍କ ସିନ୍ଦୂର ଅପରେସନ ସଫଳତା ଏବଂ ସୈନିକ ମାନଙ୍କ ମନୋବଳ ବୃଦ୍ଧି କରିବା ଏବଂ ଶତ୍ରୁ ଙ୍କୁ ଭୟଭୀତ କରାଇବା ପାଇଁ ଏହି ତ୍ରିରଙ୍ଗା ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜେପି ନେତୃବୃନ୍ଦ କହିଥିଲେ ।ଏହି ତ୍ରିରଙ୍ଗା ଉତ୍ସବ ଅବସରରେ କୋଇଡା ବସ ଷ୍ଟାଣ୍ଡ ସମ୍ମୁଖରୁ ଏକ ବିରାଟ ପଟୁଆରରେ ଦଳୀୟ କର୍ମୀ ହାତରେ ତ୍ରିରଙ୍ଗା ପତାକା ଧରି ଜୟ ହିନ୍ଦ୍,ଭାରତ ମାତାକୀ ଜୟ,ଅପରେସନ ସିନ୍ଦୂର ଜିନ୍ଦାବାଦ, ଭାରତୀୟ ସେନା ଜିନ୍ଦାବାଦ ଆଦି ନାନା ଦେଇ କୋଇଡା ବଜାର ,ଥାନା ଛକ, ଜଗନ୍ନାଥ ମନ୍ଦିର ଛକ ,ମେଡିକାଲ ଛକ,ଦେଇ କୋଇଡା ବ୍ଳକ ପର୍ଯ୍ୟନ୍ତ ପହଞ୍ଚି ଥିଲେ । ଦଳୀୟ ନେତୃବୃନ୍ଦ ବକ୍ତବ୍ୟ ରେ କହିଥିଲେ ଅପରେସନ ସିନ୍ଦୂର ସଫଳ ହୋଇଛି ଓ ଭାରତର ପ୍ରଧାନମନ୍ତ୍ରୀ ସନ୍ତ୍ରାସବାଦକୁ ଶେଷ କରିବା ପାଇଁ ସିନ୍ଦୂର ଅପରେସନର ନାମ ରଖି ପାକିସ୍ତାନ କୁ ଉଚିତ ଜବାବ ଦେଇଛନ୍ତି ବୋଲି କହିବା ସହିତ ତ୍ରିରଙ୍ଗା ଯାତ୍ରା ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏକ ଅଭିନବ ସମାହାର ବୋଲି କହିଥିଲେ ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

Blood Donation Camp Organized in Rayagada

masiha

ପରିକ୍ରମା ପକ୍ଷରୁ ଆଲୋଚନା ଚକ୍ର “ଅସନ୍ତୁଳିତ ଜଳବାୟୁ :ଅସୁରକ୍ଷିତ ବନ୍ୟପ୍ରାଣୀ “

Sunil Chandra Nayak

ବିଶ୍ୱ ଦାନ କଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!