ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ଗ୍ରାମସଭା

ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ଗ୍ରାମସଭା 

ଡାବୁଗାଁ,୧୦/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ୧୨ ଗୋଟି ପଞ୍ଚାୟତ ରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ନେଇ ପ୍ରତ୍ୟେକ ପଞ୍ଚାୟତ ର ସରପଞ୍ଚ ମାନଙ୍କ ଅଧ୍ୟକ୍ଷତା ରେ ଗ୍ରାମସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ୨୦୨୫ -୨୬ ଆର୍ଥିକ ବର୍ଷ ବିକାଶ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସମସ୍ତ ଭିଭାଗର ଆବଶ୍ୟକତା ଅନୁଯାଇ ବିଭାଗର ଅନୁଦାନ କୁ ସଂଯୋଗୀକରଣ କରି ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ ପ୍ରସ୍ତାବ ମାନ ଗ୍ରହଣ କରାଯାଇ ଲିପିବଦ୍ଧ କରଯାଇଥିଲା | ଏଥିରେ ୯ ଗୋଟି ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିଲା | ଉକ୍ତ ୯ ଟି ବିଷୟ ଗୁଡିକ ହେଲା :- ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ପୂର୍ଣ୍ଣ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ, ଶିଶୁ ପ୍ରିୟ ପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିଷ୍କାର ଓ ସବୁଜ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଥିବା ପଞ୍ଚାୟତ, ସୁଶାସନ ପଞ୍ଚାୟତ ଓ ମହିଳା ଅନୁକୁଳ ପଞ୍ଚାୟତ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା | ଏଥିରେ ପଞ୍ଚାୟତ ନୋଡାଲ ଅଧିକାରୀ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ ଓ ଦିଲ୍ଲୀପ ଦୀପକ ମିଶ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ପଞ୍ଚାୟତ ର ସମିତି ସଭ୍ୟା ସଭ୍ୟ, ୱାର୍ଡ ସଭ୍ୟାସଭ୍ୟ, ଏସିଡିଓ, ଜିଆରଏସ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ | ବ୍ଲକ ସହଭାଗୀ ମୋନାଲ ପରିଡା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଗ୍ରାମସଭା ଗୁଡିକ ତଦାରଖ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଲକ୍ଷ୍ମୀପୁର ମେଡିକାଲ ସମ୍ମୁଖରେ ନୂତନ ପାଥୋଲାବ ଖୋଲାଗଲା

masiha

ରାଜ୍ୟ ବି ଜେ ପି ସରକାର ଶ୍ରମିକ ଙ୍କ କାର୍ଯ୍ୟ ଦିବସକୁ ୮ ରୁ ୧୨ ଘଣ୍ଟା କୁ ବୃଦ୍ଧି କରିବା ନିଷ୍ପତ୍ତି ବିରୁଦ୍ଧରେ ଏନ୍ ଏସ ପି ସି ଏଲ୍ ଓରକର୍ସ ୟୁନିୟନର ବିକ୍ଷୋଭ, ପ୍ରତ୍ୟାହାର ପାଇଁ ଦାବି

Sunil Chandra Nayak

ପ୍ରଦୂଷଣ ମୁକ୍ତ ଭାରତ ପାଇଁ ସାଇକେଲ ରେ ଓଡିଶା ଯାତ୍ରାରେ ନସ୍କର

Leave a Comment

error: Content is protected !!