ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ବଳଦିଆମାଳ ଗ୍ରାମ ରେ ଟ୍ରକ୍ ଚାପ ରେ ବୃଦ୍ଧ ମୃତ 

ଜୁନାଗଡ ବଳଦିଆମାଳ ଗ୍ରାମ ରେ ଟ୍ରକ୍ ଚାପ ରେ ବୃଦ୍ଧ ମୃତ 

ଜୁନାଗଡ଼୨୪/୫(ମନୀସ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିକଟସ୍ଥ ବଲଦିଆମାଲ ଗ୍ରାମ ଠାରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଯାଇଛି l ପ୍ରାପ୍ତ ସୂଚନା ଅନୁଯାୟୀ ଜୁନାଗଡ଼ ପଟୁ ଏକ ମାଲ ବୋଝେଇ ତାମିଲନାଡୁ ନମ୍ବର ଏକ ଟ୍ରକ୍ ଏନ୍ ଏଚ୍ ୨୬ ରେ ଯାଉଥିବାବେଳେ ବଲଦିଆମାଲ ଛକଠାରେ ଏକ ବୃଦ୍ଧ ବ୍ୟକ୍ତି ଟ୍ରକ୍ ମାଡି ଯାଇଥିଲା I ଘାଟନl ସ୍ଥଳରେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତ ବ୍ୟକ୍ତି ବଳଦିଆମାଳ ଗ୍ରାମର କଳ୍ପେଶ୍ୱର୍ ମେହେର ବୟସ ୭୦ ହେବ ବୋଲି ଜଣାପଡିଛି l ଟ୍ରକ୍ ଡ୍ରାଇଭର ଜୁନାଗଡ଼ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି l ଖବର ପାଇ ଜୁନାଗଡ଼ ପୋଲିସ୍ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରି ଟ୍ରକଟିକୁ ଜବତ କରି ସେଠାରୁ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ମେଡ଼ିକାଲକୁ ଆଣି ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି l ଏ ନେଇ ଜୁନାଗଡ଼ ପୋଲିସ୍ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବ୍ଲକ ଯୋଗାଣ ସହାୟକ ସଂଘର ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ 

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

masiha

ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରୁ ବିଷାକ୍ତ ସର୍ପ ଉଦ୍ଧାର,ସାପ ପାଇଁ ୩ ଘଣ୍ଟା ପାଠ ପଢା ଠପ୍

masiha

Leave a Comment

error: Content is protected !!