ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସନ୍ଦେହ

ସନ୍ଦେହ

 

ଶରତ ଚନ୍ଦ୍ର ପଣ୍ଡା,ଯାଜପୁର 

 

ସନ୍ଦେହ ସତରେ ସାଙ୍ଘାତିକ ବ୍ୟାଧି

ଭୟଙ୍କର ତାର ରୂପ,,

ମାରାତ୍ମକ ଭାବେ କରେ ଆଗମନ

ଲିଭାଇ ଖୁସିର ଦୀପ ll

ପୃଥିବୀରେ ସବୁଠାରୁ ଭୟଙ୍କର

ଡାକ୍ତରୀ ବିଦ୍ୟାର ରୋଗ,,

ତା’ଠାରୁ ଅଧିକ ଜ୍ୱାଳା ସେ’ଦିଅଇ

କଷ୍ଟ ଠୁ କଷ୍ଟ ତା’ଭୋଗ ll

ଥରେ ସନ୍ଦେହର ଘେରରେ ପଶିଲେ

ନିସ୍ତାର ନାହିଁ କବଳୁ,,

ଧନ, ମାନ, ଯଶ, ପ୍ରତିଷ୍ଠା ଆୟୁଷ

ସବୁ କରିଦିଏ ଚଳୁ ll

ବିଶ୍ୱାସଟା ବିଷ ଠାରୁ ତୀବ୍ରତର

ହସ ଖୁସି ଲୁଟିନିଏ,,

ସୁନାର ସଂସାର ଅବା ପ୍ରତିଷ୍ଠାନ

କ୍ଷଣ କରେ ଭାଙ୍ଗି ଦିଏ ll

ସନ୍ଦେହ ଜାଲରେ ଛନ୍ଦି ହୋଇଥିବା

ବ୍ୟକ୍ତି ମୁକୁଳି ପାରେନା,,

ଭଗବାନ ଯଦି ବିଶ୍ୱାସ ଦିଅନ୍ତି

ତଥାପି ସେ ଆନମନl ll

ସନ୍ଦେହ ଆସିଲେ କଳା ଧଳା ଲାଗେ

ସୁନା ଦିଶଇ ପିତ୍ତଳ,,

ସନ୍ଦେହ ରାକ୍ଷସ କରlୟତ୍ତ କଲେ

ଡୁବି ଯାଏ ଚୁଲି ଚାଳ ll

ସନ୍ଦେହ ପ୍ରଥମେ ମାନ ଜନ୍ମ ଦିଏ

ତା’ପରେ ଜନ୍ମl ଏ ଜିଦି,,

ଅଭିମାନ ପରେ ଜନ୍ମ କରେ ସିଏ

ତାପରେ ହଯାଏ ବୁଦ୍ଧି ll

ଗର୍ବ ଅହଙ୍କାର ପରେ ପ୍ରସବଇ

ହୀନ ଦୃଷ୍ଟି ପରେ ପରେ,,

ଏପରି ତା’ଭାଇ ସାଙ୍ଗ ସାଥୀ ଧରି

ମନ ମୁନ ବାନ୍ଧି ଧରେ ll

ପବିତ୍ର ଅମୃତ ସମ୍ପର୍କରେ ଫାଟ

ପ୍ରଥମ ଦଫାରେ କରେ,,

ହିଂସା, ମୋହ, ଗର୍ବ ମାନବ ଚିନ୍ତନେ

ନିଜ ସୁବିଧାରେ ଭରେ ll

ବିବାହ ବିଚ୍ଛେଦ, ଆତ୍ମହତ୍ୟା ଚୋରୀ 

ପ୍ରତିଶୋଧ ପ୍ରବଣତା,,

ପବିତ୍ର ସମ୍ପର୍କେ ଉଆଁସ ଅlଣଇ

ପୟ ଲାଗେ ବିଷି ପିତା ll

କାନ ଶୁଣା କଥା ସନ୍ଦେହର ପିତା

ତୁଣ୍ଡବାଇଦ ତା’ମାତା,,

ଅବିଶ୍ୱାସ ତାର ଭାଇ ହୋଇଥାଏ

ବିଶ୍ୱାସର ହଜେ ସତ୍ତା ll

କେତେ ଆତ୍ମୀୟତା, ଭରସା ଅସ୍ମିତା

ତାଆସ ଘର ପରିକା,,

ବିନା ପ୍ରମାଣରେ ଭ୍ରାନ୍ତ ଧାରଣlରେ

ଛାତିରେ ଭରେ ଛନକl ll

ସମସ୍ୟା ଅଛିତ ସମାଧାନ ଅଛି

ଥରେ ସମାଧାନ ଖୋଜ,,

ସମସ୍ୟା ଜାଲରୁ ମୁକୁଳିବା ପାଇଁ

ସମାଧାନ ସୂତ୍ର ହେଜ ll

Related posts

ବିଜୁଳିର ଲୁଚକାଳି ଖେଳ, ଲୋକେ ଅତିଷ୍ଠ ଜନଜୀବନ ଅସ୍ତବ୍ୟସ୍ତ

ତୀର୍ଯ୍ୟକ

Sunil Chandra Nayak

ଡି.ଆର୍.ଡି.ଏ.ଅତିରିକ୍ତ ପ୍ରକଳ୍ପ ନିର୍ଦେଶକଙ୍କ ଡ଼ମୋଳ ପଂଚାୟତ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!