ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦ ଦୋକାନରେ ଚାବି ମାରି ମଦ ବିକ୍ରି ବନ୍ଦ କରିଦେଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା 

ମଦ ଦୋକାନରେ ଚାବି ମାରି ମଦ ବିକ୍ରି ବନ୍ଦ କରିଦେଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା 

 ଲଷ୍ମୀପୂର :- ସାବିତ୍ରୀ ଅମାବାସ୍ୟାରେ ସାବିତ୍ରୀ ମାନଙ୍କ ଶଙ୍ଖା ସିନ୍ଦୂର ସୁରକ୍ଷା ଦେବା ପାଇଁ ଆଗେଇ ଆସିଲେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ପବିତ୍ର ସାଉଁନ୍ତା । ଦୀର୍ଘ ଦିନ ଧରି ଅଂଚଳର ମା ମାଉସୀଙ୍କ ଘର ସଂସାର ଏହି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଦୋକାନୀଙ୍କ କଳା ବଜାରୀ ମଦ ପିଇ ସର୍ଭ ଶାନ୍ତ ହୋଇଯାଇଥିବା ବେଳେ ବିଧାୟକ ପବିତ୍ର ସାଉଁନ୍ତାଙ୍କ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଅନେକ ଲୋକଙ୍କ କାହାର ସ୍ୱାମୀ ମଦ ପିଇ ଚାଲିଯିବା ପରେ ସ୍ତ୍ରୀ ବିଧବା ହୋଇଛି ତ କିଏ, ବାପା ମଦ ପିଇ ମରିଯିବା ଫଳରେ ବାପା ଛେଉଣ୍ଡ ହୋଇ ପୁଅ ଆର୍ଥିକ ଅନଟନରେ ଆନ୍ଧ୍ର-ତାମିଲନାଡ଼ୁ ଦାଦନ ଖଟିବାକୁ ଯାଇ ସେଠାରେ ଜୀବନ ହରାଇଥିବା ଭଳି ଅନେକ ଘଟଣା ବିଧାୟକ ହେବା ପରେ ନଜରକୁ ଆସିଥିବାରୁ ଯୁବ ବିଧାୟକ ପବିତ୍ର ସାଉଁନ୍ତା ଅବକାରୀ ବିଭାଗର ମନ୍ତ୍ରୀ ଠାରୁ ଆରମ୍ଭ କରି ଜିଲ୍ଲାପାଳ ,ଏସ୍‌ପି ପର୍ଯ୍ୟନ୍ତ ଚିଠି ଲେଖିଥିଲେ ସୁଦ୍ଧା କୌଣସି ପ୍ରକାର କର୍ଣ୍ଣପାତ ଦେଇନଥିବାରୁ ଆଜି ଖୋଦ୍ ବିଧାୟକ ଆକ୍ସନ୍ ମୋଡ଼୍ କୁ ଆସି ନିଜ ସମର୍ଥର୍କଙ୍କୁ ଧରି ଲକ୍ଷ୍ମୀପୁର ବିଦେଶୀ ମଦ ଦୋକାନଟିକୁ ବନ୍ଦ କରି ଦେବା ସହ ତାଲା ପକାଇ ଦେଇଛନ୍ତି । ଏହି ସମୟରେ ସେଠାରେ କାର୍ଯ୍ୟ କରୁଥିବା କିଛି ବିହାରୀମାନେ ବିଧାୟକଙ୍କୁ ଦେଖି ଧାଇଁଁ ପଳାଇଥିବା ଦେଖିବାକୁ ମିଳିଥିଲା । ଏଠାରେ ପ୍ରକାଶ ଥାଉ କି, ଗତ କିଛି ମାସ ତଳେ ଲକ୍ଷ୍ମୀପୁର ମଦ ଦୋକାନରେ ମ୍ୟାନେଜର ଥିବା ଆକେଲେସ୍ ସାହୁ ନକଲି ମଦ ପ୍ରସ୍ତୁତ କରି ରାୟଗଡ଼ା ନେଇ ଯାଉଥିବା ସମୟରେ ରାୟଗଡ଼ା ପୋଲିସ ଧରି ଆକେଲେସ୍ ସାହୁଙ୍କୁ ଜେଲ୍ ପଠାଇ ଦେଇଥିଲେ । ବର୍ତମାନ ଆକେଲେସ୍ ଲକ୍ଷ୍ମୀପୁରଠାରେ ମ୍ୟାନେଜର ଥାଇ ଏଠାରେ ନକଲି ମଦ ପ୍ରସ୍ତୁତ କରି ଗାଁ ଗଣ୍ଡାକୁ ସପ୍ଲାଇ କରୁଥିବା ବିଧାୟକ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ମଦ ଦୋକାନ ବନ୍ଦ କରିବାକୁ ଦାବି କରି ବିଧାୟକ ଚାବି ପକାଇ ଦେଇଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଅଭିଭାବକ ଓ ଶିକ୍ଷକ ସମନ୍ବୟ ବୈଠକ

Sunil Chandra Nayak

ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି

Sunil Chandra Nayak

ନୂଆଦିଲ୍ଲୀ ଗଲା କର୍ଲା କୋଟ ଆମ୍ରପଲ୍ଲୀ ଓ ମଲ୍ଲିକା ଆମ୍ବ

masiha

Leave a Comment

error: Content is protected !!