ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଟାଉନ ହଲ ଠାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା ଟାଉନ ହଲ ଠାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲା ଶିକ୍ଷା ବିଭାଗ କଳାହାଣ୍ଡି ଦ୍ଵାରା ତଥା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ, ମୁଣ୍ଡୁରାଗୁଡ଼ା ଓ ରୋଟାରୀ କ୍ଳବ୍ ଭବାନୀପାଟଣା ଙ୍କ ମିଳିତ ସହଯୋଗ ରେ ସିବିଏସଇ, ଆଇସିଏସଇ ଓ ସିଏଚ୍ଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ର କୃତି ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୫ ଟାଉନ ହଲ ଭବାନୀପାଟଣା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରୋଟାରି କ୍ଳବ୍ ଅଧ୍ୟକ୍ଷ ଜୟରାମ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ରୁପେ ଯୋଗଦାନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ର କୁଳପତି ଡ. ନିବେଦିତା ନାଥ,ସରକାରୀ ପଲିଟେକନିକ ଭବାନୀପାଟଣା ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା,ସହକାରୀ କମିଶନର, ଜିଏସଟି, ସୃତିରେଖା ବାଗ, ବିଶିଷ୍ଟ ଶିକ୍ଷାବିତ୍ ଡ.ଉମେଶ କୁମାର ଶତପଥୀ,ସମାଜସେବୀ ଚିନ୍ମୟ ବେହେରା, ଓ ସଂଗଠନ ସଭାପତି ଗିରିଜା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁଷ୍ଠାନ ର ଏଭଳି ଆୟୋଜନ କୁ ସ୍ବାଗତଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ କୁ ସୁସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ସଂଯୋଜନା କରିଥିଲା ବେଳେ ସମାଜ ସେଵୀ ହେମନ୍ତ କୁମାର ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ର ଦଶମ ଓ ଦ୍ଵାଦଶ ଶ୍ରେଣୀ ରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା କଳାହାଣ୍ଡି ଜିଲ୍ଲା ର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,ଜବାହାର ନବୋଦୟ ବିଦ୍ୟାଳୟ ନର୍ଲା, କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ପ୍ରଗତି ଶିକ୍ଷା ଅନୁଷ୍ଠାନ, ବିମଳା କନଭେଣ୍ଟ, ବିକାଶ ଶିକ୍ଷାନୁଷ୍ଠାନ, ଏଲନିସି ମିଶନ ସ୍କୁଲ,ଧର୍ମଗଡ ତଥା ଜିଲ୍ଲା ର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ଚଳିତ ଶିକ୍ଷା ବର୍ଷ ରେ ବିଭିନ୍ନ ବୋର୍ଡ ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ପ୍ରଗତି ଶିକ୍ଷା ଅନୁଷ୍ଠାନ ର ସମ୍ପାଦକ ଅଜୟ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ, ମୁଖ୍ୟ ଶାଖା ଭବାନୀପାଟଣା, ବ୍ୟାଙ୍କ୍ ଅଫ ଇଣ୍ଡିଆ,ବନ୍ଧନ ବ୍ୟାଙ୍କ୍, ଲକ୍ଷ୍ମୀ ପ୍ରିୟା ଜ୍ୱେଲରସ୍ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ଯୋଗାଇ ଦେଇଥିଲେ।କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣି ସଭା କୁ ଡିପିଇଓ ରୂପ ସିଂ ରାଉତ, ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା,ମୋହନ ଚରଣ ବିଶି ଶିକ୍ଷକ ସୋମନାଥ ସାହୁ,ବିରେନ୍ଦ୍ର ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ,ଯୁବ ସଂଗଠକ ଲଳିତ କୁମାର ବିଶି, ବେଦ ପ୍ରକାଶ ପଣ୍ଡା ଓ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢୀ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ସଞ୍ଜୀବ କୁମାର ଠାକୁର ମାନପତ୍ର ପଠନ କରିଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରଧାନ ଶିକ୍ଷକ କୃତୀ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଅଭିଭାବିକା, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ , ସ୍ଵେଚ୍ଛାସେବୀ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗ ତଥା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ, ମୁଣ୍ଡୁରାଗୁଡ଼ା ଓ ରୋଟାରୀ କ୍ଳବ୍ ଭବାନୀପାଟଣା ର ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚାଷୀ ପ୍ରଧାନ ଭାରତ ବର୍ଷ ରେ ଏକତ୍ଵ ପରିବାର ବୋଧ 

Sunil Chandra Nayak

ସୁରୁ ମୁଣ୍ଡାଙ୍କୁ କେବେ ମିଳିବ ବିଦ୍ୟୁତ ସେବା ?

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!