ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିର ୨ ଯୁବ କଳାକାର ପାଇବେ ଜାତୀୟ ଯୁବ କଳାକାର ସମ୍ମାନ 

କଳାହାଣ୍ଡିର ୨ ଯୁବ କଳାକାର ପାଇବେ ଜାତୀୟ ଯୁବ କଳାକାର ସମ୍ମାନ 

ଭବାନୀପାଟଣା, ୨୬।୫ – କଳାହାଣ୍ଡି ଜିଲାର ଅଗ୍ରଣୀ ଅନୁଷ୍ଠାନ “ପ୍ରତିଭା” ର ଦୁଇ ଯୁବ କଳାକାର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସିସିଆର୍‌ଟି ତରଫରୁ ହେଉଥିବା ଜାତୀୟ ଯୁବ କଳାକାର ବୃତ୍ତି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ମହାଦେବ ଭାଟି ଓ ସାମନ୍ତ ସୁନାନୀ ।

ଏହି ଦୁଇ କଳାକାର ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ଠାରୁ ପ୍ରଶିକ୍ଷଣ ନେଇ ଦିଲ୍ଲୀରେ ଥିବା ସିସିଆର୍‌ଟି ଠାରେ ଯୁବ କଳାକାର ବୃତ୍ତି ପାଇଁ ଆବେଦନ କରିଥିଲେ। ମହାଦେବ ଭାଟିଙ୍କୁ କଳାହାଣ୍ଡିର ପାରମ୍ପରିକ ଲୋକବାଦ୍ୟ ପାଇଁ ଓ ସାମନ୍ତ ସୁନାନୀଙ୍କୁ ପାରମ୍ପାରିକ ଲୋକନୃତ୍ୟ ପାଇଁ ଜାତୀୟ ଯୁବ ବୃତ୍ତି ସମ୍ମାନ ପ୍ରଦାନ କରାଯିବ। ଉଭୟଙ୍କୁ କଳାକାରଙ୍କୁ ମାସକୁ ୫ ହଜାର ଟଙ୍କା କଳାକାର ବୃତ୍ତି ଭାବରେ ଦୁଇ ବର୍ଷ ଯାଏଁ ପ୍ରଦାନ କରାଯିବ। ଏହି ଖବର ପ୍ରସାରିତ ହେବା ପରେ ଜିଲାରେ ଖୁସିର ଲହର ଖେଳିଯାଇଛି। ଏହି ୨ କଳାକାରଙ୍କୁ ଗୁରୁ ଜୟନ୍ତ କୁମାର ବେହେରା, ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶାନ୍ତନୁ କୁମାର ବେହେରା ଓ ସଂପାଦକ ସତ୍ୟ ନାରାୟଣ ସିଂ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ଅକ୍ଷୟ କୁମାର ଦାସ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଚିଣ୍ଟୁ ପ୍ରସାଦ ନାଏକ, ଗୁରୁ ଦେବେଶ ସିଂ, ଗୁରୁ ପ୍ରଦୀପ କୁମାର ସିଂ, କଳାହାଣ୍ଡି କଳାକାର ସଂଘର ସଭାପତି ପଦ୍ମନାଭ କୁମାର, କଳାହାଣ୍ଡି ଲେଖକ କଳାପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଶୁଭେଚ୍ଛାବାର୍ତ୍ତା ଜଣାଇଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

masiha

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ନେଇ ଏପ୍ରିଲ ୧୦ରେ ବାମନଘାଟୀ ବନ୍ଦ

Sunil Chandra Nayak

ଏକ ପେଡ ମାଆ କେ ନାମ୍ : ରାଉରକେଲା ପୋଲିସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!