ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୁଣ୍ଡାଠାକୁରା ଶିବ ମନ୍ଦିରରେ କଳା କନା ଵୁଲେଇଲେ ଦୁବୃର୍ତ୍ତ 

ମୁଣ୍ଡାଠାକୁରା ଶିବ ମନ୍ଦିରରେ କଳା କନା ଵୁଲେଇଲେ ଦୁବୃର୍ତ୍ତ 

 ମୟୂରଭଞ୍ଜ – ୨୭/୦୫ — ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ମୁଣ୍ଡାଠାକୁରା ଶିବ ମନ୍ଦିରରୁ ସୋମବାର ବିଳମ୍ୱିତ ରାତିରେ ଦୁର୍ବୁର୍ତ୍ତ ମନ୍ଦିର ଗ୍ରୀଲତାଲା ଭାଙ୍ଗି ଟଙ୍କା ପଇସା ସମେତ ସୁନା, ରୁପା , ଦାନହୁଣ୍ଡି ଏବଂ ଠାକୁରଙ୍କ ପୂଜା ସାମଗ୍ରୀ ସଵୁ ନେଇ ଯାଇଛନ୍ତି l ସୂଚନାଯୋଗ୍ୟ ଆଜି ସକାଳେ ଗାଁ ଲୋକେ ଓ ଶିବ ଭକ୍ତମାନେ ମନ୍ଦିର କୁ ଯାଇ ଦେଖନ୍ତି ତ ମନ୍ଦିର ତାଲା,ଗ୍ରୀଲ ଭଙ୍ଗା ଯିବା ସହ ଠାକୁର ସାମଗ୍ରୀ କିଛି ନାହିଁ। ସଙ୍ଗେ ସଙ୍ଗେ ମନ୍ଦିର କମିଟିର ବରିଷ୍ଠ ସଦସ୍ୟ ବିଜୁ ବେହେରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଜଣାଇଥିଲେ ।ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନା ରେ ମଧ୍ଯ ମାମଲା ରୁଜୁ ହୋଇଛି l ପୋଲିସ ଟିମ ତଦନ୍ତ ଆରମ୍ଭ କରିଛନ୍ତି lଶିଵ ମନ୍ଦିର ଚୋରୀ ନେଇ ଶିବ ଭକ୍ତ ଓ ମନ୍ଦିର କମିଟି ର ସଦସ୍ୟଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।କେତେ କଷ୍ଟ ସହି ଗ୍ରାମବାସୀ ମୁଠି ଚାଉଳରୁ ମାଗି ମାଗି ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ହେଲେ ଦୂଵୃର୍ତ୍ତ ଙ୍କୁ କିଛି ଦେଖାଗଲା ନାହିଁ କେବଳ ଦେଖାଗଲା ମନ୍ଦିର ଦାନ ହୁଣ୍ଡି ଏବଂ ପୂଜା ସାମଗ୍ରୀ ।ତୁରନ୍ତ ଦୁବୃର୍ତ୍ତ ଙ୍କୁ ଗିରଫ କରାଯିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ ପାଇଁ ଦାବି ହୋଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶିବ ମନ୍ଦିରରୁ ଚୋରି

masiha

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ  

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!