ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରଦ ଜୟନ୍ତୀ ଓ ଅଷ୍ଟମ ସମ୍ମାନ ସମାରୋହ ଅନୁଷ୍ଠିତ 

ନାରଦ ଜୟନ୍ତୀ ଓ ଅଷ୍ଟମ ସମ୍ମାନ ସମାରୋହ ଅନୁଷ୍ଠିତ 

ରାଉରକେଲା: ରାଉରକେଲା ମହାନଗର ର ବିଶ୍ବ ସମ୍ବାଦ କେନ୍ଦ୍ର, ଓଡ଼ିଶା ପଶ୍ଚିମ ତରଫରୁ ଆଦର୍ଶ ସାହିତ୍ୟ ଘର ଠାରେ ନାରଦ ଜୟନ୍ତୀ ଓ ଅଷ୍ଟମ ସମ୍ମାନ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି। ବିଶ୍ବ ସମ୍ବାଦ କେନ୍ଦ୍ର ର ଆବାହକ ରାଜକୁମାର ନାଥଙ୍କ ସଭାପତିତ୍ବ ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଓ ମୁଖ୍ୟବକ୍ତା ଭାବେ ଡ ସନାତନ ପ୍ରଧାନ ଯୋଗଦେଇ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ସମର୍ପଣ ଓ ସାମାଜିକ ପ୍ରତିବଦ୍ଧତା କୁ ଗୁରୁତ୍ୱାରୋପ କରିଥିଲା ବେଳେ ପ୍ରକୃତ ତଥ୍ୟ ପାଇବାକୁ ହେଲେ କୈାଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ହେବ ବୋଲି ମତ ରଖିଥିଲେ। ସମାଜ ପ୍ରତି ଦାୟିତ୍ଵବୋଧ ଓ ପ୍ରତିବଦ୍ଧତା ପାଇଁ ଆଜିର ଦିବସ ସଂକଳ୍ପ ଦିବସ ପାଳନ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଡ ପ୍ରଧାନ ରାଷ୍ଟ୍ର ଓ ବିଶ୍ବର କଲ୍ୟାଣ ପାଇଁ ସାମ୍ବାଦିକଙ୍କ ଲକ୍ଷ୍ୟ ହେବା ସହ ପ୍ରଜ୍ଞା, ଜ୍ଞାନ,ବିଦ୍ୟା, ନିରପେକ୍ଷତା, ସ୍ପଷ୍ଟବାଦୀ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜନୀତି ଓ ରାଷ୍ଟ୍ରନୀତି ଶ୍ରେଷ୍ଠ ନୀତି ବୋଲି ମତ ରଖିବା ସହ ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ରଖିବା ପାଇଁ ମତ ରଖି ନାରଦଙ୍କ ପରି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଜଟାଧାରୀ ମାଝୀ ବକ୍ତବ୍ୟ ରଖିଥିଲା ବେଳେ ଗଗନ କୁମାର ସ୍ବାଇଁ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ଓ ଶ୍ରୀଫଳ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ମନୋଜ କୁମାର ଚୈ।ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସୁଶ୍ରୀ ଅଲିସା ନାଥ,ଦିଶା ଜୟସ୍ୱାଲ, ବିଭୂତି ଭୂଷଣ ପଲେଇ, ଦେବଦତ୍ତ ସ୍ବାଇଁ, କରୁଣାକର ପାଟ୍ଟଶାଣୀ, ଶେଷଦେବ ସ୍ବାଇଁ,ପୱନ ଶର୍ମା, ମହେଶ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସରିଲା ଲାଞ୍ଜିଗଡ଼ ବ୍ଲକ ଆମ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ମହିଳାମାନେ ହଇରାଣ ହେଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଅଣଦେଖା

masiha

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!