ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା-ଔପଦା ଫଟୋଗ୍ରାଫି ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖଇରା-ଔପଦା ଫଟୋଗ୍ରାଫି ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖଇରା,୨୮/୫/୨୫- ବାଲେଶ୍ବର ଜିଲ୍ଲା ଖଇରା-ଔପଦା ବ୍ଲକ ଫଟୋଗ୍ରାଫି ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଖଇରା ବ୍ଲକ ନହଙ୍ଗ ମହିଳା କଲେଜ ନିକଟସ୍ଥ ସ୍ବସ୍ତିକ କଲ୍ଯାଣ ମଣ୍ଡପ ପରିସରରେ ଖଇରା ଓ ଔପଦା ଅଞ୍ଚଳର ସମସ୍ତ ଫଟୋଗ୍ରାଫର ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପାଠର ଆଲୋଚନା ପରେ କେନନ କମ୍ପାନୀ ତରଫରୁ ଆସିଥିବା ଦିଲ୍ଲୀପ ଦାସ ଓ କିଶୋର ଲେଙ୍କା କେନନ କମ୍ପାନୀ କେମରାର ଉପକାରିତା ବିଷୟରେ ବୁଝାଇବା ସହିତ ଏକ ଫଟୋ ୱାର୍କ ସପ୍ ଶୁଭାରମ୍ଭ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟ ଫଟୋଗ୍ରାଫର ମହାସଂଘରୁ ଚିତ୍ତରଞ୍ଜନ ପାତ୍ର ଯୋଗ ଦେଇ କେନନ କମ୍ପାନୀ କେମରା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଖଇରା ଓ ଔପଦା ଅଞ୍ଚଳର ଫଟୋଗ୍ରାଫର ମାନେ ଯୋଗଦେଇ ବୈଠକକୁ ସଫଳ ରୂପାୟନ କରିଥିଲେ ।ଆସୋସିଏସନର ସଭାପତି ସ୍ବରୂପା ନନ୍ଦ ରାଉଳ ଓ ସମ୍ପାଦକ ପ୍ରାର୍ଥଞ୍ଜୟ ବାରିକ ବୈଠକ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଲମ୍ବୋଦର ରାଉଳଙ୍କ ଧନ୍ୟବାଦ ଅର୍ପଣ ପରେ ବୈଠକ ଶେଷ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୁଥ ପରିଚାଳନା ନେଇ ବୈଠକ 

masiha

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

masiha

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

masiha

Leave a Comment

error: Content is protected !!