ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା-ଔପଦା ଫଟୋଗ୍ରାଫି ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖଇରା-ଔପଦା ଫଟୋଗ୍ରାଫି ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖଇରା,୨୮/୫/୨୫- ବାଲେଶ୍ବର ଜିଲ୍ଲା ଖଇରା-ଔପଦା ବ୍ଲକ ଫଟୋଗ୍ରାଫି ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଖଇରା ବ୍ଲକ ନହଙ୍ଗ ମହିଳା କଲେଜ ନିକଟସ୍ଥ ସ୍ବସ୍ତିକ କଲ୍ଯାଣ ମଣ୍ଡପ ପରିସରରେ ଖଇରା ଓ ଔପଦା ଅଞ୍ଚଳର ସମସ୍ତ ଫଟୋଗ୍ରାଫର ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପାଠର ଆଲୋଚନା ପରେ କେନନ କମ୍ପାନୀ ତରଫରୁ ଆସିଥିବା ଦିଲ୍ଲୀପ ଦାସ ଓ କିଶୋର ଲେଙ୍କା କେନନ କମ୍ପାନୀ କେମରାର ଉପକାରିତା ବିଷୟରେ ବୁଝାଇବା ସହିତ ଏକ ଫଟୋ ୱାର୍କ ସପ୍ ଶୁଭାରମ୍ଭ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟ ଫଟୋଗ୍ରାଫର ମହାସଂଘରୁ ଚିତ୍ତରଞ୍ଜନ ପାତ୍ର ଯୋଗ ଦେଇ କେନନ କମ୍ପାନୀ କେମରା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଖଇରା ଓ ଔପଦା ଅଞ୍ଚଳର ଫଟୋଗ୍ରାଫର ମାନେ ଯୋଗଦେଇ ବୈଠକକୁ ସଫଳ ରୂପାୟନ କରିଥିଲେ ।ଆସୋସିଏସନର ସଭାପତି ସ୍ବରୂପା ନନ୍ଦ ରାଉଳ ଓ ସମ୍ପାଦକ ପ୍ରାର୍ଥଞ୍ଜୟ ବାରିକ ବୈଠକ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଲମ୍ବୋଦର ରାଉଳଙ୍କ ଧନ୍ୟବାଦ ଅର୍ପଣ ପରେ ବୈଠକ ଶେଷ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଟେବୁଲ ଟପ ଏକ୍ସରସାଇଜ

masiha

ମସୀହା ପ୍ରଭାବ –  ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନବଜାତ ଶିଶୁର ମୃତ୍ୟୁ  ଘଟଣା , ଜିଲ୍ଲା ସ୍ତରରୁ ସତ୍ୟତା ଜାଣିବା ପାଇଁ ଏଡିଏମଓ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲେ      

Sunil Chandra Nayak

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁର ଦିନ ପାଳନ

Sunil Chandra Nayak

Leave a Comment

error: Content is protected !!