ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା

ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା

ଖଇରା,୨୯/୫/୨୫ – ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧିକାରୀ ଏବଂ ନିଳଗିରି ସବ୍ ଇନ୍ସପେକ୍ଟରଙ୍କ ତତ୍ବାବଧାନରେ ରାଣିତାଲ – କୁପାରୀ ରାସ୍ତାର ଧୋବାଗଡିଆ ଛକ ନିକଟରେ ଦେଶୀ ମଦ ଭର୍ତ୍ତି ମହେନ୍ଦ୍ରା ବୋଲେରୋ ଜବତ କରାଯାଇଛି । ପିଆର କେସ୍ ନଂ ୫୪/୨୫-୨୬ ରିଖ ଅନୁସାରେ ତା ୨୮/୫/୨୫ ରିଖ ପୂର୍ବାହ୍ନ ୧୧ ଟା ସମୟରେ ଧୋବାଗଡିଆ ଛକ ନିକଟରେ ମହେନ୍ଦ୍ରା ବୋଲେରୋ ଏବଂ ୯ ଶହ ଲିଟର ଦେଶୀ ମଦ ଅଖା ବସ୍ତାରେ ଭର୍ତ୍ତି କରି ଗ୍ରାମାଞ୍ଚଳରେ ଚୋରାରେ ବିକ୍ରି କରୁଥିବା ବେପାରୀଙ୍କୁ ଦେବାପାଇଁ ଯାଉଥିଲା ବେଳେ ଅବକାରୀ ଥାନା ଅଧିକାରୀ ସୁରଜ୍ କୁମାର ଦିଘା, ନିଳଗିରି ଅବକାରୀ ଥାନା ସବ୍ ଇନ୍ସପେକ୍ଟର କେଶବ ଚରଣ ଦାସ ଓ ଅବକାରୀ କର୍ମଚାରୀ ମାନଙ୍କ ଦ୍ବାରା ଧରା ହୋଇ ଗତକାଲି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି, ଏହି କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ବିଭାଗର ଅଧିକାରୀ ମାନଙ୍କୁ ଧନ୍ୟବାଦ ସହ ପ୍ରଶଂସା କରିଛନ୍ତି । ବୁଦ୍ଧିଜିବୀ ମାନେ କହିଛନ୍ତି ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଥିବା ପାନ ଦୋକାନ ଓ ହୋଟେଲ ମାନଙ୍କ ଉପରେ ଚଢାଉ ଜାରି ରହିଲେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ଧରି କୋର୍ଟ ଚାଲାଣ କଲେ ଚୋରା ମଦ ବିକ୍ରେତା ସଜାଗ ହେବେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୁନାଗଡ଼ ରେ ଡିଜିଟାଲ ପେମେଣୁ ଠକେଇ ଅଭିଯୋଗ। ଅଗ୍ରସେନ ଭବନରୁ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଲେ ବଣିକ ସଂଘ ସଦସ୍ୟ..

Sunil Chandra Nayak

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ; ପୁଲିସର ଛାନଭିନ୍

ଜମି ବିବାଦ କୁ କେନ୍ଦ୍ର କରି ହତ୍ୟାକାଣ୍ଡ,  ବଡ଼ ଭାଇ ହତ୍ୟା କଲା ସାନ ଭାଇ କୁ

Sunil Chandra Nayak

Leave a Comment

error: Content is protected !!