ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧାଅନ୍ବେଷଣ ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ଗୀତା ମଞ୍ଜରୀ

ମେଧାଅନ୍ବେଷଣ ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ଗୀତା ମଞ୍ଜରୀ

ଖଇରା,୨୮/୫/୨୫- ପ୍ରତି ରବିବାର ପରି ତା ୨୫/୫/୨୦୨୫ ରିଖ ରବିବାର ଦିନ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ହ୍ଵାଟ୍ସଆପ୍ ଗୃପରେ ମେଧାଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଵିଷୟ ୧୦ ଗୋଟି ପ୍ରଶ୍ନ ପ୍ରତିଯୋଗୀ ମାନଙ୍କ ଥିଲା । ଯାହାର ପୂର୍ଣ୍ଣ ସଂଖ୍ଯା ୧୦ ଥିଲା । ଏଥିରେ (୧) ଗୀତାମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ- ୬ (୨) ପୂନମ୍ ପ୍ରିୟଦର୍ଶିନୀ ପତି, ଧୂଷୁରୀ, ଭଦ୍ରକ- ୫ (୩) କୃଷ୍ଣା ପାଢ଼ୀ, ଗୌଡଦିଆ, ସିମୁଳିଆ, ବାଲେଶ୍ବର- ୫ (୪) ଶେଖ୍ ମୁନ୍ ତାଜ୍ ଖାତୁନ୍, ବରଗଡ଼- ୪ (୫) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ-୪ (୬) ସମୀକ୍ଷା ସମନ୍ବିତା ଶତପଥୀ, ପାଣିଛତ୍ର, ଖଇରା, ବାଲେଶ୍ବର- ୪ (୭) ସୁଲୋଚନା ବଳ, ସୋର, ବାଲେଶ୍ବର- ୪ (୮) ସ୍ନିଗ୍ଧା ମହାନ୍ତି, ଝାଡେଶ୍ବରପୁର, କଟକ- ୪ (୯) ନିବେଦିତା ପଣ୍ଡା, ରାଉରକେଲା, ସୁନ୍ଦରଗଡ- ୪ (୧୦) ସୌମ୍ୟଜିତ୍ ନାୟକ, ଧୂଷୁରୀ, ଭଦ୍ରକ- ୩ (୧୧) ସୌମ୍ୟାଶ୍ରୀ ନାୟକ, ଧୂଷୁରୀ, ଭଦ୍ରକ- ୩ (୧୨) ସ୍ବପ୍ନଶ୍ରୀ ନାୟକ, ଧୂଷୁରୀ, ଭଦ୍ରକ- ୩ (୧୩) ଦେବାଂଶୁ ମିଶ୍ର, ଧୂଷୁରୀ, ଭଦ୍ରକ- ୨ (୧୪) ସସ୍ମିତା ସାହୁ, ଡିମ୍ବୋ, କେନ୍ଦୁଝର- ୨ (୧୫) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର- ୨ (୧୬) ଇତିଶ୍ରୀ ମେହେର, ସିନାପାଲି, ନୂଆପଡ଼ା- ୧ ପ୍ରମୁଖ ଭାଗନେଇ ମାର୍କ ରଖିଥିଲେ । ସମସ୍ତଙ୍କ ଉତ୍ତର ଗୁଡିକୁ ସମୀକ୍ଷା କରିଥିଲେ ଅପରାଜିତା ରଥ ଏବଂ ତାଙ୍କୁ ସମୀକ୍ଷା କାର୍ଯ୍ୟରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ତାଙ୍କ କୁନି ପ୍ରତିଭା ଝିଅ ସାଇ ସମୀକ୍ଷା ରଥ, ଭଦ୍ରକ । ଶ୍ରୀମତୀ ରଥଙ୍କ ସମୀକ୍ଷାରୁ ମୋଟ ୧୦ ମାର୍କରୁ ୬ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗୀତା ମଞ୍ଜରୀ ଦାସ । ଅନ୍ୟମାନେ ପ୍ରଥମ ସ୍ଥାନ ଅଧିକାର ନିମନ୍ତେ ବହୁ ଚେଷ୍ଟା କରିଥିଲେ ହେଲେ ହୋଇ ପାରି ନାହାନ୍ତି । ସର୍ବଦା ଉଦ୍ୟମ ଜାରି ରଖିଲେ ଦିନେ ନା ଦିନେ ପ୍ରଥମ ସ୍ଥାନ ଅଧିକାର କରିପାରିବେ ଏଥିରେ ତିଳେହେଁ ସନ୍ଦେହ ନାହିଁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ପ୍ରଥମ ସ୍ଥାନକୁ ପୁରସ୍କାର ସ୍ବରୂପ ମୋ ଅଭିଧାନ(ୱାର୍ଡ ବୁକ୍) ପ୍ରଦାନ କରାଯିବ, ଯାହା ମୋ ଅନୁଷ୍ଠାନ ପରିବାର ତରଫରୁ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ରବିବାର ଏଭଳି କାର୍ଯ୍ୟକ୍ରମ ଜାରି ରହିଛି । ନିଜର ସାଧାରଣ ଜ୍ଞାନ ବୃଦ୍ଧି ନିମନ୍ତେ ଇଚ୍ଛୁକ ବ୍ଯକ୍ତି ମାନଙ୍କୁ ବହୁ ମାତ୍ରାରେ ଯୋଗ ଦେବାପାଇଁ ଆହ୍ବାନ ଜଣାଇଛି ଅନୁଷ୍ଠାନ । ଅନୁଷ୍ଠାନର ଏଭଳି ସମୀକ୍ଷା କାର୍ଯ୍ୟ ପାଇଁ ସମୀକ୍ଷା ମାଡାମ୍ ଶ୍ରୀମତୀ ରଥଙ୍କ ନିକଟକୁ ବିଭିନ୍ନ ଦିଗରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

masiha

ସରକାରୀ ମାଲ, ଦରୀୟା ମେ ଡାଲ… ଲୋକଙ୍କ କାମକୁ ଆସୁନି ମାର୍କେଟ ପିଣ୍ଡି 

masiha

ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଓ ପାର୍ବତୀପୁରମ୍ ରାସ୍ତା ଶୋଚନୀୟ

masiha

Leave a Comment

error: Content is protected !!