ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ନୂତନ ତହସିଲଦାର ଙ୍କ ଯୋଗଦାନ  ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସମ୍ବର୍ଦ୍ଧନା

ଧର୍ମଗଡ ରେ ନୂତନ ତହସିଲଦାର ଙ୍କ ଯୋଗଦାନ 

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସମ୍ବର୍ଦ୍ଧନା

ଧର୍ମଗଡ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବରେ ଶୁକ୍ରବାର ସକାଳ ୧୧ ଟା ରେ ଯୋଗ ଦେଇଛନ୍ତି।ଧର୍ମଗଡ ପୂର୍ବତନ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ଙ୍କ ବଦଳି ହୋଇ ଥିବା ବେଳେ ନୂତନ ତହସିଲଦାର ଭାବରେ କୀର୍ତ୍ତି ଚନ୍ଦ୍ର ପ୍ରଧାନ ଆଜି ଧର୍ମଗଡ ତହସିଲ ରେ ତହସିଲଦାର ଭାବରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ ରାୟଗଡା ଜିଲ୍ଲା କୋଲନାରା ତହସିଲ ରେ ତହସିଲଦାର ଭାବରେ କାର୍ଯ୍ୟରତ ଥିଲେ। ନୂତନ ତହସିଲଦାରଙ୍କୁ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସମାଜ ସେବୀ ଢଗ ନାଏକ, ମହେଶ୍ୱର ସୁନାନୀ, ପ୍ରଶାନ୍ତ ନାଏକ, ସାମ୍ବାଦିକ ସୁଧୀର ଗୋପାଳ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ପୂର୍ବତନ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଜଣାଇଥିଲେ । 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଭାରତମାଳା ରାସ୍ତା ରେ ନିୟୋଜିତ ଟିପର ଧକ୍କା ରେ ମହିଳା ମୃତ

Sunil Chandra Nayak

ବିଶ୍ଵ ହାତଧୁଆ ଦିବସ ପାଳିତ 

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଙ୍କ କୃତିତ୍ୱ 

Sunil Chandra Nayak

Leave a Comment

error: Content is protected !!