ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜାତୀୟ ରାଜପଥ ଉପରେ ପୋଲିସ ଏସ ଆଇ ଙ୍କ ଅର୍ଧଦଗ୍ଧ ଶବ ,ସନ୍ଦେହ ଘେରରେ ଦୁର୍ଘଟଣା ନା ହତ୍ୟା

ଜାତୀୟ ରାଜପଥ ଉପରେ ପୋଲିସ ଏସ ଆଇ ଙ୍କ ଅର୍ଧଦଗ୍ଧ ଶବ ,ସନ୍ଦେହ ଘେରରେ ଦୁର୍ଘଟଣା ନା ହତ୍ୟା

ଜୁନାଗଡ଼,୧/୬(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଜାତୀୟ ରାଜପଥ ୨୬ ବନମାଲିପୁର ନିକଟରେ ଜଣେ ଯୁବକଙ୍କ ଅର୍ଧଦଗ୍ଧ ଶବ ବୁଲେଟ ଗାଡି ସହିତ ପଡିଥିବା ବେଳେ ଏହା ଜଣେ ପୋଲିସ ଏ ଏସ ଆଇଙ୍କ ବୋଲି ଜଣା ପଡ଼ିଛି।ଯୁବକ ଜଣକ ହେଉଛନ୍ତି ଜଣେ ପୁଲିସ ସବଇନ୍ସପେକ୍ଟର ଓ ତାଙ୍କ ନାମ ପବିତ୍ର ଗୋଲାପି ଏବଂ ତାଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମା ନିକ ଟରେ ବୋଲି ଜଣା ପଡ଼ିଛି । 

ମୃତ ସବ ଇନ୍ସପେକ୍ଟର ପବିତ୍ର ଗୋଲାପି କଳାହାଣ୍ଡି ଜିଲ୍ଲା କେଗାଁ ଥାନାରେ ଥିଲେ ଓ ନିଲମ୍ବିତ ହୋଇ ଭବାନୀପାଟଣା ରିଜର୍ଭପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ସେ କୌଣସି କାର୍ଯ୍ୟରେ ଭବାନୀପାଟଣା ରୁ ଜୁନାଗଡ଼ ଅଭିମୁଖେ ବିଳମ୍ବିତ ରାତିରେ ଆସୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି।ସୂଚନା ପାଇ ଘଟଣା ସ୍ଥଳରେ ଅତିରିକ୍ତ ଏସପି ଓ ଜୁନାଗଡ଼ ପୋଲିସ ଟିମ ସହିତ ଉପସ୍ଥିତ ହୋଇ ତଦନ୍ତ ଆରମ୍ଭ କରିଛନ୍ତି ।ଘଟଣା ସ୍ଥଳରେ ତାଙ୍କ ଘର ଲୋକ ଉପସ୍ଥିତ ହୋଇ ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି।ଏହା ଦୁର୍ଘଟଣା ନହୋଇ ସୁପରିକଳ୍ପିତ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।ଏଥିନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପ୍ରିକ୍ରିୟା ଚାଲୁ ରହିଥିବା ପୋଲିସ ପ୍ରକାଶ କରିଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ

masiha

ଭବାନୀ ପାଟଣା – ବସ ଧକ୍କା ରେ ଯୁବକ ମୃତ

Sunil Chandra Nayak

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

Leave a Comment

error: Content is protected !!