ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଆମ ପ୍ରତିଭା ଆମ ଆଦର୍ଶ” ତରଫରୁ ହିନ୍ଦୋଳ ବ୍ଲକର କୃତୀ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

“ଆମ ପ୍ରତିଭା ଆମ ଆଦର୍ଶ” ତରଫରୁ ହିନ୍ଦୋଳ ବ୍ଲକର କୃତୀ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

     ଢେ଼ଙ୍କାନାଳ( ମସୀହା):୩୧/୦୫_ ନବଗଠିତ ସଂଗଠନ “ଆମ ପ୍ରତିଭା ଆମ ଆଦର୍ଶ “ତରଫରୁ ଆଗେଇବା ପରିବାର ଢେଙ୍କାନାଳ ର ସହଯୋଗରେ ହିନ୍ଦୋଳ ବ୍ଲକ ସ୍ତରୀୟ ୨୦୨୪/୨୫ ଶିକ୍ଷାବର୍ଷ ରେ ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ୧୪୦ରୁ ଉର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନିମିତ୍ତ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସାତମାଇଲ୍ ସ୍ଥିତ ଜନତା ମହାବିଦ୍ୟାଳୟ ପରିସର ରେ ସମ୍ବର୍ଦ୍ଧିତ କରାଯାଇଛି।

     ଶ୍ରୀଯୁକ୍ତ ଦେବୀପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବ ତଥା ଶ୍ରୀଯୁକ୍ତ ବିଜ୍ଞାନ ମହାନ୍ତିଙ୍କର ସଂଯୋଜନାରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ମାହୁନ୍ତ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ୍ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଅନୁଷ୍ଠାନର ପ୍ରତିଷ୍ଠାତା ପୂର୍ବତନ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ,ମୁଖ୍ୟ ଅତିଥି ହିନ୍ଦୋଳ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ କୁମାର ବେହୁରା,ମୁଖ୍ୟବକ୍ତାଭାବେ ହିନ୍ଦୋଳ ଏସଡିପିଓ ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ନନ୍ଦ,ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ତହସିଲଦାର ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେଠୀ,ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର,ଜନତା କଲେଜ ଆଲୁମିନି ସଭାପତି ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ଓ ଜନତା ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ପୁଷ୍ପରାଣୀ ନାଥ ମଞ୍ଚାସୀନ ହୋଇଥିଲେ।ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ ପୂର୍ବକ ସମସ୍ତ ଅତିଥି ଗଣ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଓ ଅଭିଭାବକ ମାନଙ୍କୁ ଓଜସ୍ବିନୀ ପ୍ରେରଣାଦାୟୀ ବକ୍ତବ୍ୟ ଜରିଆରେ ଶିକ୍ଷା ର ମହତ୍ତ୍ଵ କୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ।

        ଉପସ୍ଥିତ ସମସ୍ତ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିଭାବକ ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ନିଜର ଖୁସି ଜାହିର କରିଥଲେ।

        ଆଞ୍ଚଳିକ ସ୍ତରରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଓ ଉପ ସଭାନେତ୍ରୀ ଶ୍ରୀମତି ପ୍ରତିମା ପାଲ୍,ସାମ୍ବାଦିକ ଭାଇ ମାନେ ଉପସ୍ଥିତ ରହି ସହାୟତାର ହାତ ବଢ଼ାଇଥିଲେ।ପରିଶେଷରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ,ଅଭିଭାବକ,ସାମ୍ବାଦିକ,ସମଜସେବୀ ଭାଇ ଭଉଣୀ ମାନଙ୍କୁ ପ୍ରତିଷ୍ଠାତା ଶ୍ରୀଯୁକ୍ତ ମହେଶ ସାହୁ ସମସ୍ତଙ୍କର ଜୀଵନର ଚଲାପଥ କୁସୁମିତ ହେବାର କାମନା କରି ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।

  ଢେଙ୍କାନାଳରୁ ରାଜହସ୍ତୀଙ୍କ ରିପୋର୍ଟ

Related posts

ବରିଷ୍ଠ ଓଡ଼ିଆ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଅବସର କାଳୀନ ସଭା

Sunil Chandra Nayak

ରାଇରଙ୍ଗପୁରରେ ଜଙ୍ଗଲ ଅଧିକାର ଆଇନ ଉପରେ ତାଲିମ ଶିବିର 

Sunil Chandra Nayak

ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!