ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ନୀରବି ଯାଉଛି ମଣିଷ,କେହି କାହା ସହିତ କଥା ହେବାକୁ ପସନ୍ଦ କରୁନାହାନ୍ତି… ଜୀବନରୁ ହଜି ଯାଉଛନ୍ତି ଶବ୍ଦମାନେ ,୨- ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ , ୩- ରୁଙ୍ଗଟା ମାଇନ୍ସରୁ ୪୦ଲକ୍ଷ ପିଗ-ଆଇରନ ଚୋରି କମ୍ପାନୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ , ୪-ଖଟ ଯୋଗେ ବୋହା ହେଲା ମୃତ ଶବ ସଡ଼କ ଦୁର୍ଘଟଣାରେ ଦୁଇ ଭାଈ ମୃତ, ୫- ଇଣ୍ଡିଆନ୍ ପଟାସ୍ ଲିମିଟେଡ ସୁଗାର ୟୁନିଟି ମଜଦୂର ସଂଘର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା , ୬- ବାଇକ ମୁହଁl ମୁହିଁ ଧକାରେ ଏକ ମୂତ ଏକ ଗୁରୁତର, ୭- ପୋଖରୀ ରେ ବୁଡି ମୃତ୍ୟୁ

ନୀରବି ଯାଉଛି ମଣିଷ,କେହି କାହା ସହିତ କଥା ହେବାକୁ ପସନ୍ଦ କରୁନାହାନ୍ତି… ଜୀବନରୁ ହଜି ଯାଉଛନ୍ତି ଶବ୍ଦମାନେ 

ଢେଙ୍କାନାଳ – ଅଜିକାଲି ଲୋକମାନେ ନୀରବି ଗଲେଣି । କେହି କାହା ସହିତ କଥା ହେବାକୁ ପସନ୍ଦ କରୁ ନାହାନ୍ତି। ଲିଫ୍ଟିର ନୀରବତା,ସନ୍ଧ୍ୟାକାଳୀନ ଚା’କପ୍ ସହ ଫୋନ୍‌ର ସ୍କ୍ରିନ୍ ଆଉ ପରିବାର ଗହଣରେ ଥାଇ ମଧ୍ୟ ସୃଷ୍ଟି ହେଉଥିବା ଏକ ଅଜଣା ଶୂନ୍ୟତା ଏସବୁ ଆଜି ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନର କାହାଣୀ। ଆମେ ଭାବୁ ଯେ ଆମେ ଡିଜିଟାଲ ଦୁନିଆରେ ଅଧିକ ଜନେଭେନ୍ ଅଛୁ,କିନ୍ତୁ ବାସ୍ତବରେ ଆମ କଣ୍ଠସ୍ବର ସେତିକି ନିରବୀ ଯାଉଛି। ଦିନ ଥିଲା ଲୋକେ ପରସ୍ପର ଭିତରେ ଗପିବାକୁ ଭଲ ପାଉଥିଲେ,ବିନା କାରଣରେ ବି ରାସ୍ତାରେ କେହି ଦେଖା ହୋଇଗଲେ ସେମାନେ ପରସ୍ପପର ଭଲ ମନ୍ଦ ପଚାରୁଥିଲେ। ହେଲେ ଆଜିକାଲି ଏସବୁ ନାହିଁ। ସମସ୍ତେ ନିଜ ନିଜ ଫୋନରେ ମଗ୍ନ। ସାମ୍ପ୍ରତିକ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅତୀତ ତୁଳନାରେ ମଣିଷ ଦୈନନ୍ଦିନ କହିବା ଶବ୍ଦର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇଛି। ୨୦୦୫ ରୁ ୨୦୧୯ ମଧ୍ୟରେ କରା ଯାଇଥିବା ଅଧୟନ ଅନୁଯାୟୀ,ପ୍ରତିବର୍ଷ ହାରାହାରି ୩୩୮ଟି ଦୈନନ୍ଦିନ କଥିତ ଶବ୍ଦ କମିବାରେ ଲାଗିଛି। ବିଶେଷ କରି ୨୫ ବର୍ଷରୁ କମ୍ ବୟସର ଯୁବପିଢ଼ିଙ୍କ କ୍ଷେତ୍ରରେ ଏହି ହ୍ରାସ ବାର୍ଷିକ ପ୍ରାୟ ୪.୫୦ ଶହ ରହିଥିବା ବେଳେ ଚୟସ୍କଙ୍କ କ୍ଷେତ୍ରରେ ଏହା ୩୧୪ ଶବ୍ଦ ଗଳିଛି। ସମଗ୍ର ଭାବେ ଦେଖିଲେ ଦୈନନ୍ଦିନ କଥାବାର୍ତ୍ତାରେ ପ୍ରାୟ ୨୮ ପ୍ରତିଶତ ହ୍ରାସ ପାଇଛି। ଏହି ହଜିଯାଇଥିବା ଶବ୍ଦଗୁଡ଼ିକ କୌଣସି ଜଟିଳ ରାଜନୀତି କିମ୍ବା ଅର୍ଥଶାସ୍ତ୍ରର କଥା ନୁହେଁ। ଏଗୁଡ଼ିକ ହେଉଛି ସେହି ସାଧାରଣ କଥା,ଯାହା ଦିନସାରା ଆମ ସାମାଜିକ ଜୀବନକୁ ଜୀବନ୍ତ ରଖୁଥିଲା। ଆଜିକାଲି ଦୋକାନୀ,ସହପାଠୀ କିମ୍ବା ପରିବାର ଲୋକଙ୍କ ସହ ପ୍ରତ୍ୟକ୍ଷ କଥାବାର୍ତ୍ତା ସ୍ଥାନରେ ମେସେଜ‌, ଇମେଲ୍,ଲାଇକ କିମ୍ବା କେବଳ ନୀରବତା ସ୍ଥାନ ନେଇଛି। ପ୍ରଯୁକ୍ତିବିଦ୍ୟା ଯୋଗାଯୋଗକୁ ସହଜ କରିଦେଇଛି ସତ,କିନ୍ତୁ ଏହା କଥାବାର୍ତ୍ତାକୁ ଗଭୀର କରିପାରି ନାହିଁ। ଏକ ମେସେଜ୍ ଆପଣ କେଉଁଠି ଅଛନ୍ତି ତାହା ଜଣାଇପାରେ,କିନ୍ତୁ ଏକ କଣ୍ଠସ୍ଵର ଆପଣ କିପରି ଅଛନ୍ତି ତାହା ବୁଝାଇଥାଏ। ଗବେଷକମାନେ ଏହି ଶବ୍ଦର ହ୍ରାସକୁ ବର୍ତ୍ତମାନର ଏକାକୀପଣ କିମ୍ବା ନିଃସଙ୍ଗତା ସହ ଯୋଡ଼ିଛନ୍ତି। ଯଦିଓ କମ୍ କହିବା ସିଧାସଳଖ ଏକାକୀ ପଣରେ କାରଣ ନୁହେଁ,ତଥାପି ଏହା ସମ୍ପର୍କକୁ ଦୁର୍ବଳ କରିଥାଏ। ଅନେକ ଲୋକଙ୍କ ଗହଣରେ ଆଉ ମଧ୍ୟ ଜଣେ ନିଜକୁ ଏକାକୀ ଅନୁଭବ କରିପାରେ,ଯଦି ସେଠାରେ ହୃଦୟର କଥାବାର୍ତ୍ତା ନଥାଏ। ଫୋନ୍‌ର ସ୍କ୍ରିନ୍‌କୁ ଚାହିଁ ପାଖାଯାଏ ବସିବା ଦ୍ୱାରା ପ୍ରକୃତ ସମ୍ପର୍କ ଗଢ଼ିଉଠେ ନାହିଁ। ଦିନକୁ ୩୦୦ ଶବ୍ଦ କମିବା ହୁଏତ ବହୁତ ବଡ଼ କ୍ଷତି ପରି ନଲାଗିପାରେ,କିନ୍ତୁ ବର୍ଷସାରାରେ ଏହା ପ୍ରାୟ ୧୨୦,୦୦୦ ଶବ୍ଦର ନୀରବତା ସୃଷ୍ଟି କରେ । ଏହି ୩୦୦ ଶବ୍ଦ ହେଉଛି ଜଣେ ବୃଦ୍ଧ ପଡୋଶୀଙ୍କ ସହ କିଛି ସମୟ କଥା ହେବା,ପିଲାମାନଙ୍କୁ ନିଜର ଦିନସାରାର ଅନୁଭୂତି କହିବା,କିମ୍ବା ମେସେଜ୍ ବଦଳରେ ବନ୍ଧୁଙ୍କୁ ଫୋନ୍ କରି କଥା ହେବା। ସାମ୍ପ୍ରତିକ ମାନକ ଆଚରଣ ଓ ମାନସିକ ସ୍ୱାସ୍ଥ୍ୟ ଗବେଷଣାରୁ ପ୍ରକାଶ ପାଇଥିବା କିଛି ନୂତନ ତଥ୍ୟ ଏହି ସତ୍ୟକୁ ଆହୁରି ଗଭୀର ଭାବେ ପ୍ରମାଣିତ କରୁଛି। ନୂତନ ସର୍ଭେ ଅନୁଯାୟୀ,ଜଣେ ସାଧାରଣ ବ୍ୟକ୍ତି ପ୍ରତିଦିନ ହାରାହାରି ୩ରୁ ୫ ଘଣ୍ଟା ଫୋନ୍ ସ୍କ୍ରିନ୍ ଆଗରେ ବିତାଉଛନ୍ତି। ଏହି ସମୟ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସମୟ ସେହି ସାମାଜିକ କଥାବାର୍ତ୍ତାରୁ କାଟି ନିଆଯାଇଛି,ଯାହା ପୂର୍ବରୁ ପ୍ରତ୍ୟକ୍ଷ ଭାବେ ହେଉଥିଲା। ଏପରିକି ୧୮ ରୁ ୨୫ ବର୍ଷ ମଧ୍ୟରେ ଥିବା ଯୁବପିଢ଼ିଙ୍କ ମଧ୍ୟରୁ ପ୍ରାୟ ୬୮ ପ୍ରତିଶତ ଲୋକ କଥା ହେବା ପସନ୍ଦ କରୁଛନ୍ତି,ଯାହାକୁ ଗବେଷକମାନେ କଲ୍ ଆଂକାଇଟି ବୋଲି ଆଖ୍ୟା ଦେଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ,ଏହିଭଳି ସାମାଜିକ ନୀରବତା ଓ ନିଃସଙ୍ଗତା ମାନସିକ ସ୍ୱସ୍ଥ୍ୟ ଉପରେ ପ୍ରତିଦିନ ୧୫ଟି ସିଗାରେଟ ପିଇବା ସହ ସମାନ କ୍ଷତି ପହଞ୍ଚାଉଛି। ଏହି ଜଳିଯାଉଥିବା ୩୦୦ ଶବ୍ଦର ବାସ୍ତବ ରୂପ ଆମ ଦୈନନ୍ଦିନ ବାର୍ତ୍ତାଳାପରେ ସ୍ପଷ୍ଟ ଦେଖାଯାଏ। ଯେଉଁଠି ପୂର୍ବରୁ ଜଣେ ପଚାରିଲେ ଆମେ ଦିନସାରା କାମ,ସନ୍ଧ୍ୟାର ଚା’ କପ୍ କିମ୍ବା କ୍ଲାନ୍ତି ବିଷୟରେ ଲମ୍ବା ଗପୁଥିଲେ,ଆଜି ସେଠାରେ ଜେବଳ ଏକ ଛୋଟ ମେସେଜ୍ କିମ୍ବା ଓକେ ବୋଲି ଲେଖି କଥା ଶେଷ କରିଦିଆଯାଉଛି। ବନ୍ଧୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଫୋନ୍ କରି ପୁରୁଣା ଦିନର ସ୍ମୃତି ସାଇଁଟିବା ବଦଳରେ କେବଳ ଗୋଟିଏ କଥାକୁ ହଁ ନାହିଁରେ ସାରି ଦେଉଛେ।

ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ,ବନ୍ଦାଣିଆ,ବିରାଶାଳ ଓ କଙ୍କଡାହାଡ଼ ସାପ୍ତାହିକ ହାଟରେ ପ୍ରତ୍ୟହ ଜୁଆ ଖେଳ ହେଉଥିବାରୁ ସଂପୃକ୍ତ ଅଞ୍ଚଳ ତଥା ଆଖପାଖ ଗ୍ରାମର ବହୁ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଥିବାର ଅଭିଯୋଗ ହୋଇଛି। ବାଟଗାଁ,କଙ୍କଡ଼ାହାଡ଼ର ସାପ୍ତାହିକ ଶୁକ୍ରବାର ହାଟରେ ପ୍ରତ୍ୟେକ ପାଳିରେ ଜୁଆ ଖେଳ ହେଉଥିବା ବେଳେ ଏଠାକୁ କଙ୍କଡାହାଡ଼ ତଥା ଆଖପାଖ ଗ୍ରାମରୁ ବହୁ ଆଦିବାସୀ ଜୁଆଡ଼ି ଆସି ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ପଡିଲେଣି। ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏହି ହାଟ ହେଉଥିବା ବେଳେ ହାଟ ମଧ୍ୟରେ ବେଧଡକ ଜୁଆ ଖେଳ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି। ପୁଣି ବାଟଗାଁ ସାପ୍ତାହିକ ମଙ୍ଗଳବାର,ବନ୍ଦାଣିଆ ଓ ବିରାଶାଳ ବୁଧବାର ହାଟରେ ପ୍ରତ୍ୟହ ଜୁଆ ଖେଳ ଚାଲିଥିବାରୁ ଏହି ହାଟରେ ଆଦିବାସୀମାନେ ନିର୍ଭର କରି ନିଜର କାମଧନ୍ଦା ସାରି ଅପରାହ୍ନରେ ହାଟକୁ ଆସିଥାନ୍ତି। ନିଜର ସପ୍ତାହ ବ୍ୟାପି ଯାହା ରୋଜଗାର କରିଥାନ୍ତି ଏହି ହାଟକୁ ନିଜର ଘର ପାଇଁ ପରିବା,ଲୁଗାପଟା କିଣିବାକୁ ଆସି ଏହି ଜୁଆ ଖେଳରେ ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି। ଫଳରେ ଘରେ ଗଣ୍ଡଗୋଳର ସୂତ୍ରପାତ ଘଟିବାରେ ସ୍ଵାଭାବିକ ହୋଇଥାଏ। ଏତ ବ୍ୟତୀତ ବିରାଶାଳ,ବନ୍ଦାଣିଆ,ଓଡ଼ିଶ,କଙ୍କଡ଼ାହାଡ଼ ଅଞ୍ଚଳ ଏକ ପ୍ରମୁଖ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଓ ମଙ୍ଗଳବାର ଏବଂ ବୁଧବାର ହାଟରେ ଜୁଆ ଖେଳ ହେଉଥିବାରୁ ବହୁ ଆଦିବାସୀ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଲେଣି। ଏଥିପ୍ରତି ସ୍ଥାନୀୟ ବିଧାୟକ ମହୋଦୟ ଓ ସ୍ଥାନୀୟ ଥାନା ଅଧିକାରୀ ଏଵଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏହି ଜୁଆ ପ୍ରତି ଗୁରୁତ୍ୱ ଦେଇ ତ୍ୱରନ୍ତ ପଦକ୍ଷେପ ନେବା ସକାଶେ ସେ ଅଞ୍ଚଳର ସଚେତନ ନାଗରିକ ମହଲରେ ଦାବି ହେଉଛି।

ରୁଙ୍ଗଟା ମାଇନ୍ସରୁ ୪୦ଲକ୍ଷ ପିଗ-ଆଇରନ ଚୋରି କମ୍ପାନୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାଲିମି ଥାନା ନିମବହାଳି ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା ମାଇନ୍ସ ରୁ ୪୦ଲକ୍ଷ ଟଙ୍କାର ପିଗ ଆଇରନ ଚୋରି ମାମଲାରେ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଆଇରନ ମାଫିଆକୁ ପୋଲିସ ଗିରଫ କରିବାସହ ଦୁଇଟି ଟ୍ରଲର ଜବତ କରିଛି। ରୁଙ୍ଗଟା ମାଇନ୍ସ କମ୍ପାନୀରୁ ପିଗ ଆଇରନ ଚୋରି ହୋଇଥିବା ନେଇ ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଆଡିଶନାଲ ଜିଏମ ସିକ୍ୟୁରିଟି ତରୁଣ ଦୁବେ ବାଲିମି ଥାନାରେ ଗତ ୯/୯/୨୦୨୬ରେ ଏତଲା ଦେବାପରେ ବାଲିମି ଥାନାରେ କେଶନଂ ୨୩୪ଡିଟି ୯/୯/୨୦୨୬, ଇଉ / ଏସ-୬୧ (୨)/୩୦୩(୨)/୩୧୬(୩)/୩୧୭ (୨),୩ (୫) ବିଏନଏସ ରେ ମାମଲା ରୁଜ୍ଜୁ ହୋଇ ମୁଖ୍ୟଅଭିଯୁକ୍ତ ଦୁର୍ଦାନ୍ତ ଆନ୍ତଃରାଜ୍ୟ ଆଇରନ ମାଫିଆ ନୟାପଲ୍ଲୀର ରଶ୍ମିରଂଜନ ଭୂୟାଁଙ୍କୁ ପୁରୀରୁ ବାଲିମି ପୋଲିସ ଗିରଫ କରିବାସହ ଦୁଇଟି ଟ୍ରଲର ନଂ -ଓଡି ୦୯ଏବି୪୩୩୩ ଏବଂ ନଂ- ଓଡି୦୯ଜେଡ୨୫୭୭ ନମ୍ବର ଗାଡିକୁ ପ୍ରାୟ ୪୦ଲକ୍ଷ ଟଙ୍କାର ଆଇରନ ଚୋରି ପରିବହନରେ ବ୍ୟବହୃତ ପାଇଁ ଜବତ କରିଛି। ତେବେ ବାଲିମି ପୋଲିସ ତଦନ୍ତ ଜାରି ରଖି ଥିବାବେଳେ ଏହି ହାଇପ୍ରୋଫାଇଲ ଆଇରନ ଡକାୟତି ମାମଲାରେ ଡ୍ରାଇଭର ଧନୁ ନାଏକ ଗୁଡ଼ୁ ପ୍ରତାପ ସିଂ,ବରପାଲିର ବାବୁଲ ବେହେରା,ଖୁଣ୍ଟୁଣୀର ବିଶାଳ ରାଉତ ଓ ଜରପଡାର ସୁଶାନ୍ତ ସାହୁ(ଛୁଟି)ଙ୍କୁ ଧରିବାକୁ ଏବଂ ଚୋରି ଆଇରନ ଜବତ କରିବାକୁ ଜୋରଦାର ଉଦ୍ୟମ କରୁଥିବା ଜଣାପଡିଛି। ତେବେ ଏହି ହାଇପ୍ରୋଫ ଫାଇଲ ଆନ୍ତଃରାଜ୍ୟ ଆଇରନ ଡକାୟତି ଘଟଣା ଢେଙ୍କାନାଳ ଜିଲ୍ଲା ତଥା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଖଟ ଯୋଗେ ବୋହା ହେଲା ମୃତ ଶବ ସଡ଼କ ଦୁର୍ଘଟଣାରେ ଦୁଇ ଭାଈ ମୃତ

ଢେଙ୍କାନାଳ -ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଦେଇ ଯାଇଥିବା ୧୪୯ ନମ୍ବର ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟା ସମୟରେ ସଡକ ଦୁର୍ଘଟଣାରେ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ଘରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ଭାଈଙ୍କ ମୃତ ଘଟିଛି। ସୂଚନା ମୁତାବକ ଆଖୁଆପାଳ ପଞ୍ଚାୟତର ଝରିପାଳ ବସ୍ତିର ଜୟଦେବ ସିଂହଙ୍କ ଦୁଇ ପୁଅ ରଞ୍ଜନ ଓ ଗଣେଶ୍ୱର ଏବଂ ଅଜୟ ମୁଣ୍ଡା ଘରକୁ ମୋଟରସାଇକେଲ ଯୋଗେ ଫେରୁଥିବା ସମୟରେ ଦଦରାଘାଟି ଜଳ ପ୍ରକଳ୍ପ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିଲା। ମୋଟରସାଇକେଲ ସହ ତିନି ଜଣ ଯାକ ରାସ୍ତା ପାର୍ଶ୍ଵରେ ଥିବା ଲୁହା ସୁରକ୍ଷା ବାଡ଼ରେ ଯାଇ ବାଡେଇ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଓ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ତିନି ଜଣଙ୍କୁ ରୋଗୀ ବାହାକ ଯୋଗେ ତାଳଚେର ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜଣଙ୍କୁ କଟକ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜୟଦେବ ସିଂହଙ୍କ ଦୁଇ ପୁଅଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ ଘଟିଥିଲା। ଉଭୟ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ମାମଲା ରୁଜୁ କରି ଦୁର୍ଘଟଣା ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି। ଗାଁରେ ଉଭୟଙ୍କ ମୃତ ଦେହ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୋମୁହାଁଣୀ ଠାରୁ ଝରଣାପାର ଯିବା ବାଟରେ ଗମ୍ଭୀରିଆ ନାଳର ଜଳ ସ୍ରୋତ ଥିବା ଯୋଗୁଁ ରୋଗୀ ବାହାକ ଗାଡି ଘର ପର୍ଯ୍ୟନ୍ତ ଯିବା ସମ୍ଭବ ହୋଇପାରିନାହିଁ। ଆତ୍ମୀୟ ସ୍ଵଜନ ମାନେ ଖଟ ଯୋଗେ ମୃତଦେହ ପ୍ରାୟ ୧ କିଲୋମିଟରରୁ ଉର୍ଦ୍ଧ୍ବ ବାଟ ବୋହି କରି ନେବା ଘଟଣା ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଛି। ଉକ୍ତ ଆଦିବାସୀ ଅଧୁଷିତ ବସ୍ତିକୁ ସ୍ଥାୟୀ ରାସ୍ତା ସାଙ୍ଗକୁ ନାଳ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲ ନିର୍ମାଣ ପାଇଁ ବିଫଳ ହୋଇପଡିଛି। ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଇଣ୍ଡିଆନ୍ ପଟାସ୍ ଲିମିଟେଡ ସୁଗାର ୟୁନିଟି ମଜଦୂର ସଂଘର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଢେଙ୍କାନାଳ- ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ଢେଙ୍କାନାଳ ସୁଗାର ୟୁନିଟ୍ ତରଫରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀର ଜିଏମ୍ ୟୁନିଟ୍ ମୁଖ୍ୟ ଶ୍ରୀ ବିକାଶ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ସୁଗାର ୟୁନିଟି ମଜୁଦାର ସଂଘର ନୂତନ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଉପଦେଷ୍ଟା ଶ୍ରୀମତୀ ସୀମାରାଣୀ ନାୟକ (ହିନ୍ଦୋଳ ବିଧାୟିକା) ମ୍ୟାନେଜର ଶ୍ରୀ ଭବାନୀ ଶଙ୍କର ରଥ,ଆକାଉଣ୍ଟ ମ୍ୟାନେଜର ଶ୍ରୀ ସମୀର ସାମଲ,କାର୍ଯ୍ୟକାରୀ ସଭାପତି ଶ୍ରୀ ନିର୍ମଳ କୁମାର ଲେଙ୍କା,ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପୃଷ୍ଟି,ଯୁଗ୍ମ ସଚିବ ଶ୍ରୀ ସଞ୍ଜୟ କୁମାର ପୃଷ୍ଟି,କୋଷାଧ୍ୟକ୍ଷ ଶ୍ରୀ ଅଜୟ କୁମାର ସାହୁ,କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରତାପ କୁମାର ବେହେରା,ଶ୍ରୀ ଅଜୟ କୁମାର ଦେହୁରୀ,ଶ୍ରୀ ନିର୍ମଳ କୁମାର ସିଂହ ଏବଂ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ବାବୁଲି ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କମ୍ପାନୀର ଉନ୍ନତି ଓ ଶ୍ରମିକମାନଙ୍କ କଲ୍ୟାଣ ନେଇ ଆଲୋଚନା କରାଯାଇଥିଲା। ଶେଷରେ ଏଚ୍.ଆର୍ ଶ୍ରୀ ଶୁଭ୍ରକାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ବାଇକ ମୁହଁl ମୁହିଁ ଧକାରେ ଏକ ମୂତ ଏକ ଗୁରୁତର

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପୂର୍ତ୍ତ ବିଭାଘ ରାସ୍ତାର ୪ନଂ କଲୋନୀ ନିକଟରେ ମୋଟର ସାଇକେଲ କୁ ମୋଟର ସାଇକେଲ ଧକ୍କା ହେବା ଫଳରେ ଜଣେ ମୃତ, ଜଣେ ଗୁରୁତର ଆହତ, ମୃତକ ଜଣଙ୍କ ହେଲେ ତେଲକୋଈ ଅଂଚଳର ନୂଆଗଡ଼ ଗ୍ରାମର ଦୀପକ ପାତ୍ର ଅନ୍ୟ ଜଣଙ୍କ ହେଲେ ପରଜଙ୍ଗ ଥାନା ଅଂଚଳର ଆମ୍ବପଳlସ ଗ୍ରାମର ସୁମନ୍ତ ଦେହୁରୀ ଗୁରୁତର ଥିବା ଜଣାପଡିଛି।

ପୋଖରୀ ରେ ବୁଡି ମୃତ୍ୟୁ

କାମାକ୍ଷା ନଗର-ଢେଙ୍କାନାଳ ଜିଲ୍ଲାର କାମାକ୍ଷା ନଗର ଥାନା ଅନ୍ତର୍ଗତ ଜୟ ପୁରା କାଟିଣି ପଂଚାୟତରେ ଗାଁ ପୋଖରୀରେ ବୁଡି ଵୃଦ୍ଧା ମୃତ, ମୃତ ଵୃଦ୍ଧା ଜଣଙ୍କ ହେଲେ ନିରାଶ ପରିଡା ବୟସ ୮୦ ବର୍ଷ ବୋଲି ଜଣାପଡିଛି।ଵୃଦ୍ଧା ଜଣଙ୍କ ଗାଁ ପୋଖରୀ କୁ ଗାଧୋଇଵା ବେଳେ ପାଣିରେ ବୁଡି ଯାଇଥିଲେ। ତୁରନ୍ତ କାମାକ୍ଷା ନଗର ଡାକ୍ତର ଖାନା ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟଙ୍କର ପରଲୋକ l ଶବ କାନ୍ଧେଇଲେ ନବରଙ୍ଗପୁର ବିଧାୟକ 

Sunil Chandra Nayak

ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!