ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଙ୍ଗାରୀଘାଟି ରାସ୍ତା କୋଟି କୋଟି ଟଙ୍କା ବ୍ଯୟରେ ନିମ୍ନମାନର ନିର୍ମାଣ ଯୋଗୁଁ ଅଳ୍ପ ଦିନରେ ରାସ୍ତା ମରଣଯନ୍ତା ପାଲଟିଛି,ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି

ସିଙ୍ଗାରୀଘାଟି ରାସ୍ତା କୋଟି କୋଟି ଟଙ୍କା ବ୍ଯୟରେ ନିମ୍ନମାନର ନିର୍ମାଣ ଯୋଗୁଁ ଅଳ୍ପ ଦିନରେ ରାସ୍ତା ମରଣଯନ୍ତା ପାଲଟିଛି,ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି

ଥୁଆମୁଳ ରାମପୁର:୧୫/୦୯ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅତୀତରେ ଘଞ୍ଚ ଜଙ୍ଗଲ ପାହାଡ ପର୍ବତ ଘେରା ମଧ୍ୟରେ ଥିବା ଆଦିବାସୀ ବହୁଳ ଦୁର୍ଗମ ପଛୁଆ ଅଞ୍ଚଳ ଭାବରେ ପରିଚିତ ଏହି ଅଞ୍ଚଳର ଜୀବନ ରେଖା ସାଜିଥିବା ସିଙ୍ଗାରୀଘାଟି ଆଜି ମରଣଯନ୍ତା ପାଲଟିଛି। ଏହି ସିଙ୍ଗାରୀଘାଟି ନିର୍ମାଣରେ କୋଟି କୋଟି ଟଙ୍କା ବ୍ଯୟ ହୋଇଥିଲେ ମଧ୍ୟ ତାହା ନିମ୍ନମାନର କାର୍ଯ୍ୟ ଯୋଗୁଁ ସିଙ୍ଗାରୀଘାଟି ବର୍ତ୍ତମାନ ମରଣଯନ୍ତା ପାଲଟିଛି ବୋଲି ଲୋକମାନେ କହୁଛନ୍ତି। ଅତୀତରେ କେବଳ ସିଙ୍ଗାରୀଘାଟି ରାସ୍ତା ଥୁଆମୁଳ ରାମପୁର ବ୍ଳକର ଏକମାତ୍ର ରାସ୍ତା ଜୀବନ ରେଖା ସାଜିଥିଲା। ପରବର୍ତ୍ତୀ ସମୟରେ ଏହାକୁ ଦୃଷ୍ଟିରେ ରଖି ସିଙ୍ଗାରୀଘାଟି ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅନୁମୋଦନ ହେବା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ସ୍ଥାନୀୟ ରାଜନୈତିକ ଦଳ ଓ କିଛି ଟାଉଟରଙ୍କ ଯୋଗୁଁ ନିମ୍ନମାନରେ ରାସ୍ତା ନିର୍ମାଣ ହୋଇଥିବାର ତାହା ଅଳ୍ପଦିନ ମଧ୍ୟ ଭୂଷୁଡି ପଡିଛି। ଏଦିଗରେ ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରିୟ ଙ୍କ ଦୃଷ୍ଟି ପଡୁଛି କି ନାହିଁ ଜଣାପଡୁନାହିଁ ବୋଲି ଆଲୋଚନା ହେଉଥିବା ଜଣାପଡିଛି। ଏହି ବିପଦ ସଙ୍କୁଳ ଅବସ୍ଥା ଥିବା ଏକମାତ୍ର ରାସ୍ତା ଥୁଆମୁଳ ରାମପୁର ଠାରୁ ଭବାନୀପାଟଣା ପାଟଣାକୁ ସଂଯୋଗ କରୁଥିଲା। ଯାହାକି।ଗମନାଗମନ କ୍ଷେତ୍ରରେ ବଡ ସମସ୍ୟା ଅଞ୍ଚଳ ପାଇଁ ରହିଥିଲା ଏକମାତ୍ର ସିଙ୍ଗାରୀଘାଟି ରାସ୍ତା ଉପରେ ଥୁଆମୁଳ ରାମପୁର ବ୍ଳକବାସିନ୍ଦା ନିର୍ଭର କରୁଥିଲେ। ପରବର୍ତ୍ତୀ ସମୟରେ ଭବାନୀପାଟଣା ଠାରୁ ଭବାନୀପାଟଣାକୁ ସଂଯୋଗ କରିବା ପାଇଁ ଆଉ ଗୋଟିଏ ମୁଖ୍ୟ ରାସ୍ତା ନିର୍ମାଣ ହେଲା କିନ୍ତୁ ଏହି ରାସ୍ତା ଦେଇ ଗାଡିମଟର ଗମନାଗମନ କ୍ଷେତ୍ରରେ ବହୁତ ଅସୁବିଧା ସମ୍ମୁଖୀନ ହେଉଥିଲେ କାହିଁକି ନା ଏହି ରାସ୍ତାରେ ଘଞ୍ଚ ଜଙ୍ଗଲ ଓ ଘାଟି ରାସ୍ତା ହୋଇଥିବା ଯୋଗୁଁ ଯିବା ଆସିବା ଉଚିତ ମଣୁନଥିଲେ ଲୋକମାନେ ନବୀନ ସରକାରଙ୍କ ଶାସନ ସମୟରେ ପିଡବ୍ଲୁଡି ବିଭାଗକୁ ସିଙ୍ଗାରୀଘାଟି କୁ ଅର୍ପଣ କରାଗଲା ଏହି ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅନୁମୋଦନରେ ଠିକାସଂସ୍ଥାକୁ କାର୍ଯ୍ୟଭାର ସମ୍ପୂର୍ଣ୍ଣ କରିବା ପାଇଁ ଦାୟିତ୍ୱ ଦିଆଗଲା। ହେଲେ ଠିକାସଂସ୍ଥା କୋଟି କୋଟି ଟଙ୍କା ବ୍ଯୟ କରିବା ନାଁରେ ସିଙ୍ଗାରୀଘାଟିକୁ ଅତି ନିମ୍ନମାନ କାର୍ଯ୍ୟ କରି ଅର୍ଥ ହରିଲୁଟ କରିଥିବା କୁହାଯାଉଛି। ସିଙ୍ଗାରୀଘାଟି ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ରାସ୍ତା ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ପଡିଛି ବୋଲି ଲୋକେ କହୁଥିବା ଜଣାପଡିଛି। ସିଙ୍ଗାରୀଘାଟି ନିର୍ମାଣ କାରୀ ଠିକାସଂସ୍ଥା ସିନା ମାଲାମାଲ ହୋଇଗଲେ ହେଲେ ବର୍ତ୍ତମାନ ସିଙ୍ଗାରୀଘାଟି ସମ୍ପୂର୍ଣ୍ଣ ଭାବରେ ଅତି ଶୋଚନୀୟ ଅବସ୍ଥାରେ ପଡିରହିଛି। ସିଙ୍ଗାରୀଘାଟିର ମରାମତି କରିବା କଥା କିନ୍ତୁ ଆଜିଯାଏ ଏହାର ଖବର ରଖିବା ପାଇଁ କାହା ପାଖରେ ସମୟ ନଥିବା ଭଳି ମନେହୁଏ। ବର୍ତ୍ତମାନ ସିଙ୍ଗାରୀଘାଟି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଥିବା ରାସ୍ତାରେ ପୁଣି ଥୁଆମୁଳ ରାମପୁର ବ୍ଳକର ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ହେଉଥିବା ରାସ୍ତାରେ ନିୟୋଜିତ ହାଓ୍ବାଇ ଓ ଭାରୀଯାନ ଏହି ରାସ୍ତା ଦେଇ ଚଳପ୍ରଚଳ କରିବା ଦ୍ବାରା ଆହୁରି ରାସ୍ତା ଶୋଚନୀୟ ରାସ୍ତାର ପୁଣି ବିଗାଡି ଦେଇଛନ୍ତି ଠିକାସଂସ୍ଥା ବର୍ତ୍ତମାନ ସିଙ୍ଗାରୀଘାଟି ବିପଦକୁ ଆମନ୍ତ୍ରଣ କରୁଥିବା ବିପଦ ପୂର୍ଣ୍ଣ ରାସ୍ତାରେ ଜୀବନକୁ ବାଜିଲଗାଇ ଦିନରାତି ହାଓ୍ବାଇ ଓ ଭାରୀଯାନ ଚଳପ୍ରଚଳ କରୁଥିବାରୁ ଅତିରୁ ଅତି ଶୋଚନୀୟ ଅବସ୍ଥାରେ ଆସି ପହଞ୍ଚିଛି। ଥୁଆମୁଳ ରାମପୁର ବ୍ଳକ ଏକ ମାତ୍ର ବିକଳ୍ପ ରାସ୍ତା ସିଙ୍ଗାରୀଘାଟି ଏହି ଘାଟି ରାସ୍ତା କଲମପୁର, ଜୟପାଟଣା,ଜୟପୁର, ଧର୍ମଗଡ,ଜୁନାଗଡ, ଭବାନୀପାଟଣା ଭଳି ବିଭିନ୍ନ ଅଞ୍ଚଳ ନିର୍ଭର କରୁଛନ୍ତି। ଏହାଛଡା ଥୁଆମୁଳ ରାମପୁର ବ୍ଳକର ୨୪ ଗୋଟି ଗ୍ରାମପଞ୍ଚାୟତର ଜନସାଧାରଣ ଏହି ରାସ୍ତାରେ ଉପରେ ନିର୍ଭର କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହାଛଡା ଜରୁରୀକାଳୀନ କାମ ହେଉ ଅବା ଅନ୍ଯାନ୍ଯ ଯେକୌଣସି କାମ ହେଉ ସିଙ୍ଗାରୀଘାଟି ହିଁ ଏକ ମାତ୍ର ସହାଭରସା ଯାହାକି ଅଞ୍ଚଳର ଜୀବନ ରେଖା ପାଲଟିଯାଇଛି। ତେବେ ବର୍ତ୍ତମାନ ମରଣକୁ ଆମନ୍ତ୍ରଣ କରୁଥିବା ରାସ୍ତା ଉପରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ସ୍ଥାନୀୟ ଜନପ୍ରତିନିଧି ଙ୍କ ଦୃଷ୍ଟି ନପଡିବା ଅତିଦୁଃଖ ଦାୟକ ଘଟଣା ବୋଲି ଜନସାଧାରଣରେ ଆଲୋଚନା ହେଉଅଛି। ପ୍ରତିଦିନ ସିଙ୍ଗାରୀଘାଟି ରାସ୍ତାରେ ବ୍ଯବସାୟୀ, ଜରୁରୀକାଳୀନ ସେବା, ଶହ ଶହ ଲୋକମାନେ ନିତିପ୍ରତିଦିନ ଯିବାଆସିବା କରୁଛନ୍ତି। ଏହା ବ୍ଯତିତ ବଡ ବଡ ହାକିମ ମାନେ ମଧ୍ୟ ସିଙ୍ଗାରୀଘାଟି ରାସ୍ତାରେ ଯିବାଆସିବା କରୁଛନ୍ତି ତଥାପି ସେମାନଙ୍କ ନଜର ନପଡିବା ଘଟଣାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ କରାଯାଇଛି। ତେବେ ଥୁଆମୁଳ ରାମପୁର ବ୍ଳକର ତଥା ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ଯାତାୟାତାରେ ସୁରକ୍ଷା ପ୍ରଦାନ କରିବା ଦୃଷ୍ଟିରୁ ସିଙ୍ଗାରୀଘାଟି ରାସ୍ତାର କୁ ଯଥାଶୀଘ୍ର ନିର୍ମାଣ କରିବା ପାଇଁ ଅଞ୍ଚଳରେ ଦାବି ହେଉଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶିକ୍ଷୟତ୍ରୀ ଙ୍କ ବଦଳୀ ର ପ୍ରତିବାଦ ଏବଂ ଶିକ୍ଷକ ନିଯୁକ୍ତି ଦାବିରେ ପୁଣି ଥରେ ବେହେରା ଗୁଡା ସ୍କୁଲ ରେ ତାଲା ପଡିଲା

Sunil Chandra Nayak

ଜାତୀୟ ସ୍ତରର କର୍ମଶାଳାରେ କର୍ଲାମୁଣ୍ଡା ର ଦୁଇ ଚାଷୀ ସମ୍ମାନିତ

masiha

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

masiha

Leave a Comment

error: Content is protected !!