ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ମହାଗୁଡା କଲୋନି ଠାରେ ମହାଦେବ କ୍ରିକେଟ୍ ଟି ଟେନ ଟୁର୍ଣାମେଣ୍ଟ ଉଦଯାପିତ , ୨ – ତିନିଦିନ ନିଖୋଜ ମହିଳା ମୃତ ଦେହ ନଦୀରୁ ଉଦ୍ଧାର

ମହାଗୁଡା କଲୋନି ଠାରେ ମହାଦେବ କ୍ରିକେଟ୍ ଟି ଟେନ ଟୁର୍ଣାମେଣ୍ଟ ଉଦଯାପିତ 

ବନ୍ଧୁଗାଁ ତା, ୧/୬/୨୫,ଏଥିରେ କୁମ୍ବିକଟା ଦଳ ପ୍ରଥମ ବ୍ୟାଟିଙ୍ଗ କରି ଛଅ ୱିକେଟ ରେ ୮୦ ରନ୍ କରିଥିଲା। ଏହାକୁ ଲକ୍ଷ କରି ରାଇକଣା ଦଳ ୯ୱିକେଟ ବିନିମୟରେ ୭୭ରନ୍ କରି ପରାସ୍ତ ହୋଇଥିଲା । ବିଜୟ ହୋଇଥିବା କୁମ୍ବିକଟା ଦଳକୁ ଟ୍ରଫି ସହ ୨୧୦୨୧ ଟଙ୍କା ଓ ପରାଜୟ ହୋଇଥିବା ରାଇକନା ଦଳକୁ ଟ୍ରଫି ସହ ୧୧୦୧୧ ଟଙ୍କା ପ୍ରଦାନ କୋରାଯାଇଥିଲା I ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳକୁ ନେଇ ଗତ ୧୮. ୫. ୨୫ ରେ ଖେଳ ଆରମ୍ଭ ହୋଇଥିଲା ଆଜି ଦିନ ପହରରେ କୁମ୍ବିକଟା ଓ ରାଇକନା ମଧ୍ୟରେ ଫାଇନାଲ ମେଚ ହୋଇଥିଲା ଏଥିରେ କୁମ୍ବିକଟା ଦଳ ମହାଦେବ କ୍ରିକେଟ ଟୁର୍ଣାମେଣ୍ଟ ର ଚମ୍ଫିଆନ ହୋଇଥିଲେ I ଏହି ଟୁର୍ଣାମେଣ୍ଟ ରେ ସର୍ବାଧିକ ୱିକେଟ ନେବାରେ କୈଳାଶ ଓ ସର୍ବାଧିକ ରନ କରିଥିଲେ ଚିଣ୍ଟୁ ଦୁହିଁଙ୍କୁ ଟ୍ରଫି ପ୍ରଦାନ କୋରାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟିଆ କୁୱି ମ୍ୟୁଜିକ ର ପ୍ରତିଷ୍ଠାତା ଶ୍ରୀ ରାଜ କୁମାର ସାରଥୀ ଯୋଗଦେଇଥିଲେ । ଏହାକୁ ଆୟୋଜନ କରିଥିଲେ ସଞ୍ଜୟ, ସୁଶାନ୍ତ, ଦିନେଶ ଚକ୍ର ,ଖଗେଶ, ଅନିଲ,ଗୋକୁଲ ,ପଙ୍କଜ ଆୟୋଜନ କରିଥଲେ ।

ତିନିଦିନ ନିଖୋଜ ମହିଳା ମୃତ ଦେହ ନଦୀରୁ ଉଦ୍ଧାର 

ବନ୍ଧୁଗାଁ ତା ୧/୬/୨୫,ଗତ ତିନିଦିନ ହେଲା କୌଣସି କାମରେ ବନ୍ଧୁଗାଁ ଆସି ନିଜ ଗାଁକୁ ସାଇ ମେଲେକା ଫେରି ପାରିନଥିଲା I ଉକ୍ତ ନିଖୋଜ ଥିବା ସାଇ ମେଲେକା ଘରକୁ ଆସିନଥିବା ସନ୍ଦେହରେ ସାଇ ମେଲେକାର ବଡ଼ ବାପାର ଝିଅ ତଥା ବଡ଼ ନାନି ସେଲି ମେଲେକା ଓ ଗାଁର କିଛି ଲୋକଙ୍କ ସହ ମିଶି ଖୋଜାଖଜି କରିଥିଲେ I ଗତକାଲି ରାତି ୭ ଟା ସମୟରେ ବନ୍ଧୁଗାଁ ଦେଇ ବହି ଯାଉଥିବା ଝଞ୍ଜାବତି ନଦୀ ଗୁମୁଡା ପୁଟ ନଦୀ କୂଳରେ ଭାଶିଥିବାର କୌଣସି ଜଣେ ଲୋକ ଦେଖି ଗ୍ରାମ ଲୋକଙ୍କୁ ଖବର ଜଣେଇବା ପରେ ଗାଁ ଲୋକେ ଆଜି ସକାକେ ପୁଲିସ ଥାନାରେ ଅଭିଯୋଗ ପରେ ମୃତ ହୋଇଥିବା ଅବିବାହିତ ମେଲେକା ସାଇ ୪୦ (ମହିଳା)ଙ୍କ ମୃତ ଦେହକୁ ଅପମୃତ ମାମଲା ୠଜୁନାମା କରି ଶବକୁ ନଦୀରୁ ବାହାର କରି ଶବ ବ୍ୟବଛେଦ ପରେ ମୃତ ମହିଳାର ପରିବାରଙ୍କୁ ଶବ ହସ୍ତାନ୍ତର କରାଗଲା I

ସଞ୍ଜିବ କୁମାର ବାଙ୍ଗାରୀ ରିପର୍ଟର 

Related posts

ଅକ୍ଷୀତୃତୀୟା ଅବସର ରେ ଅକ୍ଷିମୁଠି ଅନୁକୁଳ କରି ବିଲରେ ହଳଵୁଲାଇଲେ ବିଧାୟକ ଧୃଵ ସାହୁ

masiha

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

masiha

ରାଇରଙ୍ଗପୁରରେ ୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ହେଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ 

masiha

Leave a Comment

error: Content is protected !!