ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଆଇନ ଦେଶୀ ଓ ବିଦେଶୀ ମଦ ସଂପୂର୍ଣ୍ଣ ବନ୍ଦ ପାଇଁ ଲକ୍ଷ୍ମୀପୁର ଓ ରାୟଗଡା ବିଧାୟକ ରାଲି କରି ଚେତାବନୀ ଦେଲେ

ବେଆଇନ ଦେଶୀ ଓ ବିଦେଶୀ ମଦ ସଂପୂର୍ଣ୍ଣ ବନ୍ଦ ପାଇଁ ଲକ୍ଷ୍ମୀପୁର ଓ ରାୟଗଡା ବିଧାୟକ ରାଲି କରି ଚେତାବନୀ ଦେଲେ

ଗତକାଲି ମଦ ଓ ବିଧାୟକଙ୍କ ଉପରେ ବିଜେପିର ମିଥ୍ୟା ଆରୋପ ନେଇ କୋରାପୁଟ ସାଂସଦ ଓ କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ ପରେ ସୋମବାର ଦିନ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା ଓ ରାୟଗଡା ବିଧାୟକ ଆପାସ୍ଵାମୀ କାଡ଼୍ରାକାଙ୍କ ହଜାର ହଜାର ମହିଳାଙ୍କୁ ନେଇ ଲକ୍ଷ୍ମୀପୁର ସଦର ମହକୂମା ଠାରେ ମଦ ବିରୋଧୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ମଦ ବିରୋଧି ମହିଳା ଶକ୍ତି ପ୍ରଦର୍ଶନରେ ମହିଳା ମନେ ରେଲୱେ ଛୋକ ଠାରେ ଏକତ୍ରିତ ହୋଇ ସେଠାରୁ ହଜାର ହଜାର ମହିଳା ଓ ପୁରୁଷ ମାନଙ୍କୁ ସାଙ୍ଗରେ ନେଇ ଏକ ସଭାଯାତ୍ର ବାହାରି ଦେଶୀ ଓ ବିଦେଶୀ ମଦ ଏବଂ ବେନିୟମ ଚାଲୁଥିବା ମଦ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ହାତରେ ଫ୍ଲାଗ କାର୍ଡ ଓ ଦଳୀୟ ପତାକା ଧରି ନାରାବାଜି ଦେଇ ସଭା ଯାତ୍ରା କରି ଆମ୍ବେଦକର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଲକ୍ଷ୍ମୀପୁର ବିଡ଼ିଓଙ୍କ ଜରିଆରେ ଏକ ସ୍ମାରକପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖ କରାଯାଇଛି କି ବେନିୟମ ମଦ ବା ନକଲି ମଦ ସଂପୂର୍ଣ୍ଣ ବନ୍ଦ ସରକାର ଲାଇସେନ୍ସ ପ୍ରାପ୍ତ ଧାରି ନିଜେ ଦୋକାନ ନକରି ଟଙ୍କା ଲାଳସାରେ ବିହାରୀ ମାନଙ୍କୁ ଆଣି ଦୋକାନରେ ନକଲି ମଦ ପ୍ରସ୍ତୁତ କରି ରାସ୍ତା ଘାଟ ଏବଂ ସ୍କୁଲ କଲେଜ ଓ ମନ୍ଦିର ଚର୍ଚ୍ଚ ନିକଟରେ ମଦ ବିକ୍ରି କରାଯାଉଛି ଏଥିରେ କେଉଁ ସ୍ଥରର ଅଧିକାରୀ ମାନେ ସହଯୋଗରେ ଏହି ନକଲି ମଦ କାରବାର ଚାଲିଥିଲା ତାହା ତଦନ୍ତ ହେବା ଆବଶ୍ୟକ ରହିଛି ବୋଲି ବିଧାୟକ ଦାବି କରିଛନ୍ତି। ଏହି ମଦ ଦ୍ଵାରା ବିଗତ ଦିନର ମୋ ନିର୍ବାଚନ ମଣ୍ଡଳୀର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ମଦ ମୁକ୍ତି ନାମରେ ଚାଷୀ ମୂଲିଆ ଆଦିବାସୀ ସଂଘ ମୁଣ୍ଡ ଟେକି ଥିବାରୁ ରାଜ୍ୟ ସରକାର ସେହି ସମୟରେ ହାତ ଟେକି ଦେଇ ଥିଲେ ନିଜ ଆୟତ୍ତରୁ ଏହି ଦୁଇଟି ବ୍ଲକ କିଛି ବର୍ଷ ପାଇଁ ଅଣ ଆୟତ୍ତ ହୋଇଯାଇଥିଲା। 

ଏଥିରେ ହଜାର ହଜାର ଲୋକେ ହନ୍ତସନ୍ତ ହୋଇଥିଲେ। ତେଣୁ ଆଗକୁ ଏଭଳି ନ ହେବାକୁ ଏବଂ ମୋ ଅଞ୍ଚଳର ଜନସାଧାରଣ ମାଆ , ମାଉସୀ ଓ ଭଉଣୀ ମାନେ ବିଧବା ହେବାକୁ ଦେବୁନାହିଁ ବୋଲି ଆମେ ମଦ ବନ୍ଦ କରିବାକୁ ସରକାର ନିକଟରେ ଦାବୀ ଜଣାଉଛୁ ବୋଲି ଦୁଇ ବିଧାୟକ ଦାବି କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଜ୍ୟ ସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡା ଜୟନ୍ତୀ ମହୋତ୍ସବ ପାଳିତ

masiha

ବିଶୋଇ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

masiha

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି

masiha

Leave a Comment

error: Content is protected !!