ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଶୁଣାଣୀରେ ୫୮ ଅଭିଯୋଗର ହେଲା ଶୁଣାଣୀ

ଜନଶୁଣାଣୀରେ ୫୮ ଅଭିଯୋଗର ହେଲା ଶୁଣାଣୀ 

ରାଉରକେଲା ୨/୬/୨୫ :   ଲାଠିକଟା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନ ଶୁଣାଣିଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ରହି ମୋଟ ୫୮ ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥିମଧ୍ୟରେ ୨୪ ଟି ବ୍ୟକ୍ତିଗତ ଓ ୩୪ ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ୭ ଟି ଅଭିଯୋଗର ସମାଧାନ ଶୁଣାଣି ସ୍ଥଳରେ ହିଁ ହୋଇଥିଲା l 

ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ, େଡ୍ରନ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା,ବ୍ରିଜ ନିର୍ମାଣ, ଆବାସ ସମସ୍ୟା, ରାସନ୍  ସମସ୍ୟା, ଜମିଜମା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। 

ଏଥିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଡିଏଫଓ ଯଶୋବନ୍ତ ସେଠୀ , ପାନପୋଷ ଉପ ଜିଲ୍ଲାପାଳ ବିଜୟ କୁମାର ନାୟକ, ଆଇ ଏ ଏସ ଶିକ୍ଷାନଵୀଶ ଫାଵୀ ରସିଦ ଓ ଲାଠିକଟା ବିଡିଓ ମାନସ ସାହୁ ଓ ଵ୍ଲକ ଅଧ୍ୟକ୍ଷ  ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

Sunil Chandra Nayak

ସମସ୍ୟା ଘେରରେ ଚିଲିଗୁଡ଼ା ଅଲେଖ ମହିମା ମଠ

masiha

କୋଇଡା ରେ ‘ସିଟୁ” ତରଫରୁ ବିଶିଷ୍ଟ ବାମପନ୍ଥୀ ନେତା ସୀତାରାମ ୟେଚୂରୀଙ୍କ ଅକାଳ ବିୟୋଗରେ ଶୋକସଭ

masiha

Leave a Comment

error: Content is protected !!