ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର  ଙ୍କ କବିତା ତୁମ ପାଦତଳେ ପ୍ରଭୁ

ତୁମ ପାଦତଳେ ପ୍ରଭୁ

     ଅବିନାଶ ମହାପାତ୍ର 

 

ଯାହାତ ଦେଇଛ ଗ୍ରହଣ କରିଛି 

      ମନା କରିନାହିଁ କେଵେ 

  ଦୁଃଖକୁ ସହିଛି ସୁଖ ଭାଵି ମୁହିଁ 

      ଆନନ୍ଦରେ ଅଛି ଏଵେ !(0)

  ସର୍ମପି ଦେଇଛି ଏଇ ଜୀବନକୁ 

       ତୁମ ପାଦତଳେ ପ୍ରଭୁ 

  ମାଗିଵା ଆଗରୁ ସବୁ ଦେଇଅଛ 

      ସାନିଧ୍ୟ ତୁମରି ସବୁ !(୧)

  ଦେଇଅଛ ଦୁଃଖ ମନଭରି ଯେତେ 

      ଅଧିର ହୋଇନି ଭାଵି 

  ମାଗିନାହିଁ କେଵେ ସୁଖ ତୁମଠାରୁ 

      କରିନାହିଁ କେଵେ ଲଵି !(୨)

  ରଖିଥିବ ପ୍ରଭୁ ଚକ୍ର ଉହାଡରେ 

      କୃପାନେତ୍ରେ ଥିବ ଚାହିଁ 

 ତୁମେଯଦି ସାହା ହୋଇଥିବ ମୋତେ

      ଆଉ କିଛି ଲୋଡା ନାହିଁ !(୩)

  କ୍ଷମାର ସାଗର କ୍ଷମା କରିଦେବ 

     ରଖିବ ମୋ କଥା ପଦେ 

  ଅଧିକାର ମୋର ଅଛି ଵୋଲି ପ୍ରଭୁ 

    ଗୁହାରି କରୁଛି ପାଦେ!(୪

    

    ବୟାଙ୍ଗଡିହି,ଧାମନଗର,ଭଦ୍ରକ,

       

Related posts

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

Sunil Chandra Nayak

ବରିଷ୍ଠ ଶିକ୍ଷାବିତ୍ ନୀଳକଣ୍ଠ କରଙ୍କ ବିୟୋଗରେ ଶୋକ

Sunil Chandra Nayak

କାଙ୍କେରୀ ସରପଞ୍ଚ ଭାବେ ଦାୟିତ୍ବ ନେଲେ ମମତା କେତକୀ

Sunil Chandra Nayak

Leave a Comment

error: Content is protected !!