ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର  ଙ୍କ କବିତା ତୁମ ପାଦତଳେ ପ୍ରଭୁ

ତୁମ ପାଦତଳେ ପ୍ରଭୁ

     ଅବିନାଶ ମହାପାତ୍ର 

 

ଯାହାତ ଦେଇଛ ଗ୍ରହଣ କରିଛି 

      ମନା କରିନାହିଁ କେଵେ 

  ଦୁଃଖକୁ ସହିଛି ସୁଖ ଭାଵି ମୁହିଁ 

      ଆନନ୍ଦରେ ଅଛି ଏଵେ !(0)

  ସର୍ମପି ଦେଇଛି ଏଇ ଜୀବନକୁ 

       ତୁମ ପାଦତଳେ ପ୍ରଭୁ 

  ମାଗିଵା ଆଗରୁ ସବୁ ଦେଇଅଛ 

      ସାନିଧ୍ୟ ତୁମରି ସବୁ !(୧)

  ଦେଇଅଛ ଦୁଃଖ ମନଭରି ଯେତେ 

      ଅଧିର ହୋଇନି ଭାଵି 

  ମାଗିନାହିଁ କେଵେ ସୁଖ ତୁମଠାରୁ 

      କରିନାହିଁ କେଵେ ଲଵି !(୨)

  ରଖିଥିବ ପ୍ରଭୁ ଚକ୍ର ଉହାଡରେ 

      କୃପାନେତ୍ରେ ଥିବ ଚାହିଁ 

 ତୁମେଯଦି ସାହା ହୋଇଥିବ ମୋତେ

      ଆଉ କିଛି ଲୋଡା ନାହିଁ !(୩)

  କ୍ଷମାର ସାଗର କ୍ଷମା କରିଦେବ 

     ରଖିବ ମୋ କଥା ପଦେ 

  ଅଧିକାର ମୋର ଅଛି ଵୋଲି ପ୍ରଭୁ 

    ଗୁହାରି କରୁଛି ପାଦେ!(୪

    

    ବୟାଙ୍ଗଡିହି,ଧାମନଗର,ଭଦ୍ରକ,

       

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

ଅବକାରୀ ବିଭାଗର ମିଳିତ ଚଢାଉ , ୬କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ

Leave a Comment

error: Content is protected !!