ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ରଥ ର ଶୁଭାରମ୍ଭ

ନବରଙ୍ଗପୁର ଠାରେ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ରଥ ର ଶୁଭାରମ୍ଭ

ନବରଙ୍ଗପୁର:( ତା ୩.୬.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବକାରୀ ବିଭାଗ ଦ୍ଵାରା ଆୟୋଜିତ ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ଅଭିଯାନ ଅନ୍ତର୍ଗତ ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଯୋଗ ଦେଇ ସଚେତନତା ରଥ କୁ ଜିଲ୍ଲାରେ ପରିକ୍ରମା ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଶ୍ଵଜିତ ବର୍ମନ୍,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ କୁମାର ସେନ, ଅବକାରୀ ଅଧିକ୍ଷକ ପ୍ରଭାସ କୁମାର ଦାସ,ଆଞ୍ଚଳିକ ପରିବହନ ଅଧିକାରୀ ଜୀତେନ୍ଦ୍ର ଭୋଇ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ,ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ଏହି ସଚେତନତା ରଥ ଜିଲ୍ଲାର ୧୮୯ ପଞ୍ଚାୟତ କୁ ଗସ୍ତ କରି ଆମ ସଂକଳ୍ପ – ନିଶା ନୁହେଁ, ଜୀବନକୁ ବାଛିବା ମୂଳମନ୍ତ୍ର ର ସଚେତନତା ବାର୍ତ୍ତା ସମ୍ମିଳିତ ସଙ୍ଗୀତ ପରିବେଷଣ ସହ ଜନ ସାଧାରଣ ଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବ ।ବିଭିନ୍ନ ପ୍ରକାରର ମାଦକଦ୍ରବ୍ୟ ଓ ଡ୍ରଗସ କାରବାର ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଗଞ୍ଜେଇ ଚାଷ ଓ ପରିବହନ, ଅପମିଶ୍ରିତ ବିଷାକ୍ତ ମଦ ବିକ୍ରୟ, ସାଇକୋଟ୍ରପିକ ଡ୍ରଗସ୍ ଭଳି ଘାତକ ନିଶାର ବିକ୍ରି କଲେ ଅବକାରୀ ଆଇନ-୨୦୦୮ ଏବଂ ନାର୍କୋଟିକ ଡ୍ରଗସ ଏଣ୍ଡ ସାଇକୋଟ୍ରପିକ ଆଇନ ୧୯୮୫ ଅନୁଯାୟୀ ସଶ୍ରମ କାରାଦଣ୍ଡ ଓ ଫାଇନ୍ ର ବ୍ୟବସ୍ଥା ରହିଛି। ଗାଁ ରୁ ସହର ସମ୍ପୂର୍ଣ ଓଡ଼ିଶାକୁ ଘାତକ ନିଶା କବଳରୁ ମୁକ୍ତ କରିବା ପାଇଁ ଏହି ରାଜ୍ୟ ସରକାରଙ୍କ ଦ୍ଵାରା ବ୍ୟାପକ ସଚେତନତା ଅଭିଯାନ ତମାଖୁ ନିରୋଧ ଦିବସ ଗତ ୩୧.୫.୨୦୨୫ ତାରିଖରୁ ଆରମ୍ଭ ହୋଇଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାବାସାହେବ ଥିଲେ ସମଗ୍ର ବିଶ୍ବର ଆଲୋକବର୍ତ୍ତିକା ବିଶ୍ବନାଥପୁରରେ ବିଶ୍ବରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା ଓ ଭବ୍ୟ ସମାରୋହ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୭୩ ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

masiha

ମୋଟର ସାଇକେଲ ଦୁର୍ଘଟଣା ୩ ଆହତ 

masiha

Leave a Comment

error: Content is protected !!