ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ଖଇରା,୦୪/୬/୨୫ – ବାଲେଶ୍ବର ଜିଲ୍ଲା ଖଇରା ସ୍ଥିତ ଜନଜାଗରଣ ମଞ୍ଚର ମାସିକ ବୈଠକ ମଞ୍ଚ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତିତ୍ବ କରିଥିଲେ ମଞ୍ଚର କାର୍ଯ୍ୟକାରୀ ସଭାପତି ରଶ୍ମିତା ମହାପାତ୍ର । ବୈଠକ ଆରମ୍ଭ ପୂର୍ବରୁ ମଞ୍ଚର ସଭ୍ୟ ପ୍ରଭାତ ଜେନା ଓ ଗୋବିନ୍ଦ ସାମଲଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ନୀରବ ପ୍ରାର୍ଥନା ପରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ସମସ୍ତଙ୍କୁ ଅମୃତବାଣୀ ଶୁଣାଇଥିଲେ । ସମ୍ପାଦକ ନିରଞ୍ଜନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପରେ ପରେ ଖଇରା ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ପ୍ରତିକାର ସହିତ ବଜାରରେ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ଯାତ୍ରୀ ବିଶ୍ରାମଗାର ନିର୍ମାଣ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ପ୍ରକାଶ ଥାଉକି ଅଞ୍ଚଳର ପ୍ରତ୍ୟେକ ସମସ୍ୟା ସହିତ ମଞ୍ଚ ଜଡ଼ିତ ଓ ତା’ର ସମାଧାନ କ୍ଷେତ୍ରରେ ମଧ୍ୟ ମଞ୍ଚ ସମ୍ମୁଖରେ ଦଣ୍ଡାୟମାନ । ସକ୍ରିୟ ଭାବେ ମଞ୍ଚ କାର୍ଯ୍ୟ କରୁଥିବାରୁ ଅଞ୍ଚଳର ଅନେକ ସମସ୍ୟା ସମାଧାନ ହୋଇପାରୁଛି ।ଏଥିପାଇଁ ମଞ୍ଚର ସୁନାମ ଅଞ୍ଚଳ ବାସୀଙ୍କ ମୁଖନିସୃତ ବାଣୀ । ବୈଠକରେ ମେମ୍ବର ମାନଙ୍କ ଆଗ୍ରହ ପୂର୍ଣ୍ଣ ଯୋଗଦାନ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି ବୋଲି ସମସ୍ତେ ଉପଲବ୍ଧି କରିଥିଲେ ।ଏଥିରେ ରାମକୃଷ୍ଣ ଦାସମହାପାତ୍ର, ଚିନ୍ତାମଣି ସାହାଣୀ, ଦେବେନ୍ଦ୍ର କୁମାର ରାଉତ, ଚିନ୍ମୟୀ ଜେନା, ନରେନ୍ଦ୍ର ପ୍ରସାଦ ବେହେରା ଓ କମଳଲୋଚନ ଜେନା ପ୍ରମୁଖ ଯୋଗ ଦେଇ ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

Sunil Chandra Nayak

ଲୋକକଳାକlର ଦ୍ୱାରା ସରକାରୀ ଯୋଜନା ପ୍ରଚାର ପ୍ରସ୍ତୁତି ବୈଠକ

masiha

ଓଡ଼ିଆ ଭାଷା,କଳା, ସାହିତ୍ୟ ସଂସ୍କୃତି ନବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ – ରଞ୍ଜନ ଦାଶ

Sunil Chandra Nayak

Leave a Comment

error: Content is protected !!