ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପମିଶ୍ରିତ ଓ ବିଷାକ୍ତ ମାଦକ ତଥା ନିଶା ଦ୍ରବ୍ୟ ସେବନ ଓ ଚୋରା ମଦ କାରବାର ବିରୋଧରେ ସଚେତନତା ରଥର ଶୁଭାରମ୍ଭ

ଅପମିଶ୍ରିତ ଓ ବିଷାକ୍ତ ମାଦକ ତଥା ନିଶା ଦ୍ରବ୍ୟ ସେବନ ଓ ଚୋରା ମଦ କାରବାର ବିରୋଧରେ ସଚେତନତା ରଥର ଶୁଭାରମ୍ଭ

 ମୟୂରଭଞ୍ଜ:୦୪. ୦୬.୨୦୨୫ —  ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତତ୍ୱାବଧାନରେ ମଇ ୩୧. ୦୫. ୨୦୨୫, ବିଶ୍ୱ ତମାଖୁ ବର୍ଜନ ଦିବସ ଠାରୁ ନିଶା ସେବନ ଓ ବେଆଇନ ମଦ କାରବାର ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଛି ଏବଂ ଏହି ସଚେତନତା ଅଭିଯାନ (ଜୁନ -୨୬ ପର୍ଯ୍ୟନ୍ତ) ଚାଲିବ l ରାଜ୍ୟବ୍ୟାପି କରାଯାଉଥିବା ଏହି ଅଭିଯାନର ଶୀର୍ଷକ ରହିଛି ଆମ ସଂକଳ୍ପ – ‘ନିଶା ନୁହେଁ, ଜୀବନ ‘ l ଗାଁରୁ ସହର ସମ୍ପୂର୍ଣ୍ଣ ଓଡିଶାକୁ ଘାତକ ନିଶା କବଳରୁ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରାଜ୍ୟ ସରକାର, ତେଣୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶରେ ଏକ ସୁସଂଯୋଜିତ ଏବଂ ବ୍ୟାପକ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଏହି ଅବସରରେ ଗାଁ ଗାଁରେ ଗଡିବ ସଚେତନତା ରଥ। ଗଣମାଧ୍ୟମର ସହଯୋଗରେ ଏହି ଅଭିଯାନକୁ ବ୍ୟାପକ କରାଯାଇ ଲୋକମାନଙ୍କୁ ସଚେତନ କରାଯିବ।

ଏହି କ୍ରମରେ ଆଜି ଜିଲ୍ଲା ଅବକାରୀ ବିଭାଗ ତରଫରୁ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ରଥ ସହର ପରିକ୍ରମା କରି ମାଦକ ଓ ନିଶା ଦ୍ରବ୍ୟ ବ୍ୟବହାରର କୁପରିଣାମ ଏବଂ ଅପମିଶ୍ରିତ ବିଷାକ୍ତ ଚୋରା ମଦ କାରବାର ବିରୋଧରେ ସଚେତନତା ବାର୍ତ୍ତା ଘରେ ଘରେ ପହଞ୍ଚାଇବ।  

ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁରଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠୀ, ଅବକାରୀ ଉପ-ଅଧିକ୍ଷକ ତପସ୍ୱିନୀ ନାଏକ, ଶ୍ରୀଧର ମହାନ୍ତି ଅବକାରୀ ନିରୀକ୍ଷକ, ବ୍ରଜମୋହନ ମଲ୍ଲିକ ବାରିପଦା ସଦର ଅବକାରୀ ଥାନା ଅଧିକାରୀ, ଜ୍ଞାନେଶ୍ବରୀ ବିଶ୍ୱାଳ କୁଳିଅଣା ଅବକାରୀ ଥାନା ଅଧିକାରୀଣି, ପ୍ରଦୀପ ବେହେରା ଦେଉଳି ଅବକାରୀ ଥାନା ଅଧିକାରୀ, ପ୍ରକାଶ କୁମାର ସାହୁ ବେତନଟି ଅବକାରୀ ଥାନା ଅଧିକାରୀ,ମମତା ଦାଶ ଖୁଣ୍ଟା ଅବକାରୀ ଥାନା ଅଧିକାରୀଣି, ସୁଭଦର୍ଶିନୀ ସାହୁ ଉଦଳା ଅବକାରୀ ଥାନା ଅଧିକାରୀଣି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନେଇ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

ତେରେସିଂହାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

MP Shri Niranjan Bishi Remarks on the Jan Vishwas (Amendment of Provisions) Bill, 2025

Sunil Chandra Nayak

Leave a Comment

error: Content is protected !!