ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଲିହlରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ

କୁଲିହlରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଜୁନାଗଡ଼୫/୬ ( ମ ନି ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଲିହାରୀ ଉଚ୍ଚ ବିଦ୍ୟାଳୟ ଠାରେ ସଫଳତାର ସହିତ ଆଜି ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ କର୍ତ୍ତବ୍ୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ସିଂହ ଦେଓ , ସମ୍ମାନିତ ଅତିଥି ରୂପେ ବି. ଇ. ଓ ଶ୍ରୀ ତପନ ମାଝୀ ସ୍ଥାନୀୟ ସରପଞ୍ଚ ଶ୍ରୀ ମଳୟ କୁମାର ଆଚାର୍ଯ୍ୟ, ବନପାଳ ଶ୍ରୀ ଶ୍ରୀକାନ୍ତ ପଟ୍ଟନାୟକ, ବନପାଳ ଶ୍ରୀ ବଳରାମ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ ଏବଂ ପରିବେଶ କୁ କିପରି ଭାବେ ସୁରକ୍ଷା କରାଯାଇ ପାରିବ ସେ ଉପରେ ଛାତ୍ର ଛାତ୍ରୀ ଙ୍କୁ ଆଲୋକପାତ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ ପାଢ଼ୀ ସଭାପତିତ୍ୱ କରିଥିଲେ।ଏହି ଦିବସରେ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହା ସହିତ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା l ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ପ୍ରଥମ,, ପିଙ୍କି ନାୟକ ୧୦ଶ୍ରେଣୀ, ଚିତ୍ରାଙ୍କନ ପ୍ରଥମ ଭାବିସ ନାୟକ ୧୦ମ, ପ୍ରବନ୍ଧ ରେ ପ୍ରଥମ ପିଙ୍କି ନାୟକ ହୋଇଥିଲେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ l ସେହିଭଳି ଜିଲ୍ଲା ସ୍ତର ରେ ପ୍ରକୃତି ବନ୍ଧୁ ପୁରସ୍କାର ରେ ପୁରସ୍କୃତ ଶିକ୍ଷକ ଶ୍ରୀ ପ୍ରମୋଦ ବିଶି ଙ୍କୁ ମଧ୍ୟ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

ବିଜେପି ୱାର୍ଡ ସଭାପତି ରବିନ୍ଦ୍ରଙ୍କ ବିଏଲ୍‌ଓଙ୍କୁ ଛତା ବଣ୍ଟନ

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

masiha

Leave a Comment

error: Content is protected !!