ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ; ଜଣେ ମୃତ ଜଣେ ଗୁରୁତର; ପୋଲିସ ତଦନ୍ତ କରୁଛି 

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ; ଜଣେ ମୃତ ଜଣେ ଗୁରୁତର; ପୋଲିସ ତଦନ୍ତ କରୁଛି 

 ମୟୂରଭଞ୍ଜ -୫/୦୬ —  ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ର ଯୋଡପୋଖରୀ ଗାଁ ମୁଣ୍ଡରେ ବୁଧବାର ଦିନ ରାତି ସମୟରେ ଏକ ଵାଇକ୍ ( OD11E2761 ଦୁର୍ଘଟଣା ଗ୍ରସ୍ତ ହେଵା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି l ରାତିସାରା ଦୁର୍ଘଟଣା ଜାଗା ରେ ହିଁ ଦୁଇ ଜଣ ଛିଟିକି ପଡି ରହିଥିଲେ l ସକାଳେ ରାସ୍ତାରେ ଯାଉଥିବା ଲୋକ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଦେଖିଲା ପରେ ୧୦୮ ଆମ୍ବୁଲାନ୍ସ କୁ ଡାକି ଥିଲେ l ଏଥି ରେ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ଗୁରୁତର କୁ ପ୍ରଥମେ ବିଜାତଳା ଡାକ୍ତର ଖାନା କୁ ନେଇଯାଇଥିଲେ l ମୃତକ ହେଲେ ବାଦାମପାହାଡ ଥାନା ଅନ୍ତର୍ଗତ ସୁଲାଇପାଟ ଅଂଚଳର ଖଣ୍ଡା ଡେରା ଗ୍ରାମର ସାଗର ପାତ୍ର (୨୧) l ଗୁରୁତର ଖଗେଶ୍ୱର ପାତ୍ର ମଧ୍ୟ ଉକ୍ତ ଗାଁର ବୋଲି ଜଣା ପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା କେଶ ନମ୍ବର ୮୧/୨୫ ରୁଜ୍ଜୁ କରିବା ସହ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ବାଇକ କିଭଳି ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ତଦନ୍ତ କରୁଛି ।

   ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ରାୟଗଡ଼ା ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଓୟୁଜେର ଦାବୀ ପତ୍ର ପ୍ରଦାନ

masiha

ରାୟଗଡ଼ ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ପକ୍ଷରୁ ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!