ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସ ଇଣ୍ଡିଆ ର ମାସିକିଆ ବୈଠକ

ହାପି ମୋମେଣ୍ଟସ ଇଣ୍ଡିଆ ର ମାସିକିଆ ବୈଠକ

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ର ମାସିକିଆ ବୈଠକ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଭାପତିତ୍ବ ଓ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦିନର କାର୍ଯ୍ୟକ୍ରମ ସମ୍ପର୍କରେ, ସଦସ୍ୟ ଙ୍କ ଆର୍ଥିକ ଅଭିବୃଦ୍ଧି, ସାମାଜିକ ଦାୟିତ୍ଵବୋଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାର ଶ୍ରୀରାମ ଫାଇନାନ୍ସର ଆଞ୍ଚଳିକ ମୁଖ୍ୟ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ, ଦେବାଶିଷ ଦାସ, ଉପଦେଷ୍ଟା କୁଞ୍ଜବିହାରୀ ରାଉତ,ଗ୍ରେସି ଡେଭିଡ, ବିଦ୍ୟୁତଲତା ସୂତାର, ସୁନ୍ଦର ସାହୁ, ସସ୍ମିତା ପ୍ରଧାନ, ପ୍ରଶାନ୍ତ ନାୟକ, ଧନଞ୍ଜୟ ଚୈ।ଧୁରୀ,ମନୀଶା ଭଞ୍ଜ, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ସୈାମ୍ୟରଞ୍ଜନ ରାଉତ,ତାପସ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବୈଠକର ନିଷ୍କର୍ଷ ଅନୁଯାୟୀ ଆସନ୍ତା ୮ ତାରିଖ ଦିନ ସହରର ବିଭିନ୍ନ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ, ଆସନ୍ତା ଜୁନ ୨୯ ତାରିଖ ରେ ସମ୍ବଲପୁର ଠାରେ ଅନୁଷ୍ଠାନର ଜାତୀୟ କାର୍ଯ୍ୟକ୍ରମ କରାଯାଇଥିଲା। ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠାନର ଅନ୍ୟତମ ଅଂଶ ରାୟଗଡ଼ା ଜିଲ୍ଲାର ଠକ୍କର ବାପା ଆଶ୍ରମ ଠାରେ ସଦସ୍ୟ ବିପିନ ଚୈ।ଧୁରୀ, ବିପିନ ବିଶ୍ବାଳଙ୍କ ନେତୃତ୍ବରେ ୩୦ ଗୋଟି ଫଳ ବୃକ୍ଷଚାରା ରୋପଣ କରାଯାଇଥିଲା। ଶେଷରେ ଶ୍ରୀ ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା 

masiha

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

Sunil Chandra Nayak

କଲାହାଣ୍ଡି ରାଇଫଲ୍ ଆସୋସିଏସନ୍ ର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ 

Leave a Comment

error: Content is protected !!