ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସ ଇଣ୍ଡିଆ ର ମାସିକିଆ ବୈଠକ

ହାପି ମୋମେଣ୍ଟସ ଇଣ୍ଡିଆ ର ମାସିକିଆ ବୈଠକ

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ର ମାସିକିଆ ବୈଠକ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଭାପତିତ୍ବ ଓ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦିନର କାର୍ଯ୍ୟକ୍ରମ ସମ୍ପର୍କରେ, ସଦସ୍ୟ ଙ୍କ ଆର୍ଥିକ ଅଭିବୃଦ୍ଧି, ସାମାଜିକ ଦାୟିତ୍ଵବୋଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାର ଶ୍ରୀରାମ ଫାଇନାନ୍ସର ଆଞ୍ଚଳିକ ମୁଖ୍ୟ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ, ଦେବାଶିଷ ଦାସ, ଉପଦେଷ୍ଟା କୁଞ୍ଜବିହାରୀ ରାଉତ,ଗ୍ରେସି ଡେଭିଡ, ବିଦ୍ୟୁତଲତା ସୂତାର, ସୁନ୍ଦର ସାହୁ, ସସ୍ମିତା ପ୍ରଧାନ, ପ୍ରଶାନ୍ତ ନାୟକ, ଧନଞ୍ଜୟ ଚୈ।ଧୁରୀ,ମନୀଶା ଭଞ୍ଜ, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ସୈାମ୍ୟରଞ୍ଜନ ରାଉତ,ତାପସ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବୈଠକର ନିଷ୍କର୍ଷ ଅନୁଯାୟୀ ଆସନ୍ତା ୮ ତାରିଖ ଦିନ ସହରର ବିଭିନ୍ନ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ, ଆସନ୍ତା ଜୁନ ୨୯ ତାରିଖ ରେ ସମ୍ବଲପୁର ଠାରେ ଅନୁଷ୍ଠାନର ଜାତୀୟ କାର୍ଯ୍ୟକ୍ରମ କରାଯାଇଥିଲା। ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠାନର ଅନ୍ୟତମ ଅଂଶ ରାୟଗଡ଼ା ଜିଲ୍ଲାର ଠକ୍କର ବାପା ଆଶ୍ରମ ଠାରେ ସଦସ୍ୟ ବିପିନ ଚୈ।ଧୁରୀ, ବିପିନ ବିଶ୍ବାଳଙ୍କ ନେତୃତ୍ବରେ ୩୦ ଗୋଟି ଫଳ ବୃକ୍ଷଚାରା ରୋପଣ କରାଯାଇଥିଲା। ଶେଷରେ ଶ୍ରୀ ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଛାତ୍ରଙ୍କ ହଷ୍ଟେଲ ଛାଡିବା ଘଟଣା ନେଇ ସାନଟେମରା ବିଦ୍ୟାଳୟରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଜିଲାପାଳ, ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଜିଲ୍ଲା ଶିକ୍ଷାଅଧିକାରୀ

Sunil Chandra Nayak

ଆଳି ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଉତ୍କଳ ଦିବସ ପାଳନ ଅବସରରେ ଭୂତଳ ଜଳର ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!