ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ,ଥେରୁବାଲି ଦ୍ଵାରା ସାପ୍ତାହବ୍ୟାପି ପରିବେଶ ଦିବସ ପାଳନ

ଇମ୍ଫା ,ଥେରୁବାଲି ଦ୍ଵାରା ସାପ୍ତାହବ୍ୟାପି ପରିବେଶ ଦିବସ ପାଳନ

ଇମ୍ଫା ,ଥେରୁବାଲି ଦ୍ଵାରା ୩୦ ମଇ ରୁ ୫ ଜୁନ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ପରିବେଶ ସଚେତନତା ଓ ସସ୍ଥାୟୀତାକୁ ଉତ୍ସାହିତ କରିବା। ଏହି କାର୍ଯ୍ୟକ୍ରମରେ ଶ୍ରମିକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପରିବେଶପ୍ରତି ଦାୟିତ୍ୱବାନ ରୂପେ ଗଢି ତୋଳିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିଲା।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଶୋକ କୁମାର ଭୋଇ, କ୍ଷେତ୍ରୀୟ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB), ରାୟଗଡା, ଏବଂ ତାଙ୍କ ସହିତ ଶ୍ରୀ ଆର.କେ. ସାହୁ, ଉପ ପରିବେଶ ଇଞ୍ଜିନିୟର ଓ ଶ୍ରୀ ଏ.କେ. ରାୟ, ଉପ-ସଭାପତି ଭରପ୍ରାପ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ,ଇମ୍ଫା ଉପସ୍ଥିତ ଥିଲେ। ଅତିଥିମାନଙ୍କର ପ୍ରେରଣାଦାୟୀ ବକ୍ତବ୍ୟଗୁଡିକ ଉପସ୍ଥିତ ଶ୍ରମିକ ଓ କର୍ମଚାରୀ ଓ ଛାତ୍ରଛାତ୍ରୀ ମଣ୍ଡଳୀଙ୍କୁ ପରିବେଶ ପାଇଁ ଦୃଢ଼ ପଦକ୍ଷେପ ନେବାରେ ଉତ୍ସାହିତ କରିଥିଲା।

ପ୍ରଦୂଷଣ ନିୟନ୍ତ୍ରଣ, ବର୍ଜ୍ୟବସ୍ତୁ ର ପରିଚାଳନା ଓ ସଂରକ୍ଷଣ ବିଷୟରେ ଆଲୋଚନା ସଭା ଓ ଆନ୍ତର୍କ୍ରିୟାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସପ୍ତାହ ଦୂରାନ୍ତେ କର୍ମଚାରୀ ଓ ତାଙ୍କ ପରିବାର ମାନେ ଏକ ସଚେତନତା ଶୋଭଯାତ୍ରା ଅଂଶଗ୍ରହଣ କରି ସ୍ଥାନୀୟ ଅଞ୍ଚଳରେ “ ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା “ ବାର୍ତ୍ତା ପ୍ରଚାର କରିଥିଲେ।ସେଥିପାଇଁ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରାକୃତିକ ସନ୍ତୁଳନ ଓ ସବୁଜ ଆବରଣ ବୃଦ୍ଧି କରିବା।ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଇମ୍ଫା ଥେରୁବାଲି ପକ୍ଷରୁ ଗ୍ରହଣ କରାଯାଉଥିବା ସସ୍ଥାୟୀ ପଦକ୍ଷେପ ଉପରେ ପ୍ରଶଂସା କରି, ପରିବେଶ ସୁରକ୍ଷାରେ ବ୍ୟକ୍ତିଗତ ଓ ସାମୂହିକ ଭୂମିକାର ଉଲ୍ଲେଖ କରିଥିଲେ।

ଉଦଯାପନୀ ଦିବସରେ , ସମସ୍ତ ଅଂଶ ଗ୍ରହଣକାରି ଆଗାମୀ ଦିନରେ ମଧ୍ୟ ପରିବେଶ ପାଇଁ ସକ୍ରିୟ ଓ ଦାୟିତ୍ୱବାନ ରହିବେ ବୋଲି ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରସାନ୍ତ କୁମାର ନାୟକ ( ବରିଷ୍ଠ ପରିଚାଳକ , ଗୁଣବତ୍ତା ନିୟନ୍ତ୍ରଣ) ଓ ଶ୍ରୀ ଦୀପକ କୁମାର ଓଝା (ସହକାରୀ ପରିଚାଳକ ,ଲୋକ ସଂପର୍କ)ଙ୍କ ଯୁଗ୍ମ ସଂଯୋଜନାରେ ଉପ-ସଭାପତି ଭରପ୍ରାପ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ,ଇମ୍ଫା ଶ୍ରୀ ଏ.କେ. ରାୟ ଙ୍କ ନିର୍ଦ୍ଦେଶନାରେ ବ୍ୟବସ୍ଥାପିତ ଓ ଆୟୋଜିତ ହୋଇଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ 

masiha

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ଅବସରରେ ଶୋଭାଯାତ୍ରା 

Sunil Chandra Nayak

ତେରେସିଂହାରେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟ ମଞ୍ଚସ୍ଥ

Sunil Chandra Nayak

Leave a Comment

error: Content is protected !!