ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ଯୁବ – ଛାତ୍ର ବୈଠକ

ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ଯୁବ – ଛାତ୍ର ବୈଠକ

ଆଜି ଧର୍ମଗଡ଼ ବ୍ଲକ ବୋଡେ଼ନ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘର ଯୁବ- ଛାତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।ମନୋଜ ବାଗ ଙ୍କ ନେତୃତ୍ବରେ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଉକ୍ତ ଅଂଚଳର ଅନେକ ଯୁବ ଛାତ୍ର ମାନେ ଯୋଗ ଦେଇଥିଲେ। ଆଲୋଚକ ଭାବରେ ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ବ୍ଲକ କୋଷାଧ୍ୟକ୍ଷ ୟୋଗେସ ତାଣ୍ଡି, ବୁଦ୍ଧ ଚେରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଚକ୍ରଧର ବେଣୁପାଣି, ଉପ ସଭାପତି ପ୍ରେମଲାଲ ଜଗତ, AOSCFର ଯୁବ ସଭାପତି ଢଗମାଳିଆ ନାଏକ ଯୋଗ ଦେଇ ବହୁଜନ ସମାଜ ଏକ ହେବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଇତିହାସ କହେ ଏଦେଶ ଏକ ସସ୍ମୃଦ୍ଧି ସମ୍ପନ୍ନ ଦେଶଥିଲା। ହେଲେ ପରବର୍ତ୍ତି ସମୟରେ ବର୍ଣ୍ଣ ଓ ଜାତି ବ୍ୟବସ୍ଥାହେତୁ ଏଠିକାର ଲୋକଙ୍କ ମଧ୍ୟରେ ଏକତା ନଷ୍ଟ ହେଲା। ଫଳସ୍ୱରୂପ ଏ ଦେଶକୁ ବାରମ୍ବାର ବିଦେଶୀ ମାନେ ଆକ୍ରମଣ କଲେ ଓ ଧନସମ୍ପତ୍ତି ଲୁଣ୍ଠନ କରିବା ସହିତ ଦୀର୍ଘ ବର୍ଷ ଶାସନ କଲେ. ତଥାଗତ ବୁଦ୍ଧ, ମହାତ୍ମା ଫୁଲେ, ବିର୍ସା ମୁଣ୍ଡା ଆଦି ମହାପୁରୁଷ ବ୍ୟବସ୍ଥା ବିରୁଦ୍ଧରେ ଲଢ଼ି ଲୋକଙ୍କୁ ଏକଜୁଟ ହେବାର ବାର୍ତ୍ତାଦେଲେ। ସ୍ୱାଧୀନତା ପରବର୍ତ୍ତି ସମୟରେ ଡ଼. ଆମ୍ବେଦକର ସମ୍ବିଧାନ ରଚନା କରି ଏଦେଶର ସମସ୍ତ ଜନସାଧାରଣଙ୍କୁ ସମାନ ଅଧିକାର ଦେଲେ. କିନ୍ତୁ ୭୫ ବର୍ଷ ପରେ ମଧ୍ୟ ଏହି ବହୁଜନ ସମାଜ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟପାଇଲେ ନାହିଁ।ସରକାର ମାନେ ବିଭିନ୍ନ ଷଡଯନ୍ତ୍ର କରି ଆମ୍ଭ ମାନଙ୍କୁ ସମ୍ବିଧାନ ପ୍ରଦତ୍ତ ଅଧିକାରରୁ ବଂଚିତ କଲେ।ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ବ୍ୟବସ୍ଥାକୁ ଘରୋଇକରଣ କରି ଆମ ଦେଶ ଭିତରେ ଦୁଇଟି ଗୋଷ୍ଠୀ ସୃଷ୍ଟି କରୁଛନ୍ତି। ଫଳରେ ବହୁଜନ ସମାଜର ଗରୀବ ଜନସାଧାରଣ ଆହୁରି ଗରୀବ ହେଉଛନ୍ତି।ଆମର ଯୁବକ ଯୁବତୀ ନିଯୁକ୍ତି ନପାଇ ଦାଦନ ଯାଇ ଜୀବନ ହାରୁଛନ୍ତି। ଜନ ପ୍ରତିନିଧି ମାନେ ଲୋକଙ୍କ ମୌଳିକ ସୁବିଧା ବିଷୟରେ ଉଦାସ ରହୁଛନ୍ତି। ଏଭଳି ପରିସ୍ଥିତିରେ ଯୁବ ଛାତ୍ର ମାନେ ଏ ଦେଶର ଇତିହାସ ଓ ରାଜନୀତି କୁ ବୁଝି ନିଜର ହକ ଅଧିକାର ହାସିଲ ପାଇଁ, ତଥା ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ପରିଶେଷରେ ଆସନ୍ତା ୧୫ ତାରିଖ ଦିନ ଭବାନୀପାଟଣା ଠାରେ ହେବାକୁ ଥିବା ମହାସଂଘର ଜିଲ୍ଲା ବୈଠକକୁ ସମସ୍ତେ ଯୋଗ ଦେବାକୁ ଆହ୍ୱାନ କରି ବୈଠକ ଶେଷ ହୋଇଥିଲା।ଏହି ବୈଠକ ରେ ରୋହିତ ଖମାରୀ, ପ୍ରବୀଣ ମହାନନ୍ଦ, ଶେଖର ସାଗର, ମେଘବ ସୁନାନୀ, ଓମପ୍ରକାଶ ବାଗ, ଉଦିତ ନାଏକ, ଆଦିତ୍ୟ ଖମାରୀ, ଆଶିଷ ଖମାରୀ, ବିଶ୍ୱଜିତ ନିଆଲବ, ଶଶୀ ଭୂଷଣ ଛୁରା, ପାତଳେଶ୍ୱର ବେମାଲ ଆଦି ଅନେକ ଯୁବକ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋଶଳ ମହା ବନ୍ଦ ଜୁନାଗଡ ରେ ପ୍ରଭାବ ଶୂନ୍ୟ

masiha

ତାପମାତ୍ରା ବୃଦ୍ଧି ପାଉଛି : ପ୍ରବଳ ଗରମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତ ବାସି

Sunil Chandra Nayak

ରାୟଗଡ଼ାରେ ଶ୍ରୀମଦ ଭାଗବତ କଥା ମହୋତ୍ସବ 

masiha

Leave a Comment

error: Content is protected !!