ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ 

ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ର ପ୍ରସ୍ତୁତି ବୈଠକ ର ଅଧ୍ୟକ୍ଷତା 

ନବରଙ୍ଗପୁର:( ତା ୮.୬.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ଆସନ୍ତା ୧୨/୬/୨୫ ରୁ ୧୮/୬/୨୫ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରି ଗାଁ ନରସିଂହ ଭତରା ,ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ , ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ,ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ମାନ୍ୟବର ମନ୍ତ୍ରୀ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଗୃହରେ ସ୍ବାସ୍ଥ୍ୟ,ଖଣି,ପରିବହନ, ପାନୀୟ ଜଳ, ଯୋଗାଣ,ସାମାଜିକ ସୁରକ୍ଷା,ସମାଜ କଲ୍ୟାଣ,ଶିଳ୍ପ,ଶ୍ରମ, ଦକ୍ଷତା ବିକାଶ,ଜିଲ୍ଲା ପରିଷଦ ବିଭାଗର ବର୍ଷ ପୂର୍ତ୍ତି ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଓ ଯୋଜନା ପ୍ରଣୟନ ଉପରେ ବିଭିନ୍ନ ତଥ୍ୟ ପି ପି ଟି ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ଅବଗତ ହୋଇଥିଲେ।ନୂତନ ମଣ୍ଡେଇ ପଡିଆରେ ଆୟୋଜିତ ହେବାକୁ ଥିବା ବିକାଶ ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ୍,ଖାଦ୍ୟ ଉତ୍ସବ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ,ଗ୍ରାମାଞ୍ଚଳ ରୁ ବ୍ଲକ ଓ ସହରାଞ୍ଚଳ ରେ ବିକାଶ ବାହନ ଯାତ୍ରା ଦ୍ଵାରା ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ର ବିଶେଷ ପ୍ରଚାର ପ୍ରସାର ,ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଶାନ୍ତି ଶୃଙ୍ଖଳା, ପାର୍କିଂ, ମାଜିଷ୍ଟ୍ରେଟ ଦାୟିତ୍ଵ, ଶୌଚାଳୟ, ପାନୀୟ ଜଳ, ପରିମଳ, ଅଗ୍ନିଶମ ନିରାପତ୍ତା,ଷ୍ଟଲ୍ ,ସାଂସ୍କୃତିକ କାର୍ଯ୍ୟକ୍ରମ,ପଡିଆ ସଫେଇ,ବିଶେଷ ପ୍ରଚାର ପ୍ରସାର,ମିଡିଆ,ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା, ଷ୍ଟେଜ,ଅତିଥି ସ୍ଵାଗତ,ବିଦ୍ୟୁତ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇ ଏହାର ସଫଳ ରୂପାୟନ ପାଇଁ ବିଶେଷ ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ।ବିଭାଗୀୟ ଷ୍ଟଲ୍ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ କୁ ସଫଳ ଭାବରେ ପ୍ରଦର୍ଶନ ପାଇଁ ବିଶେଷ ଗୁରୁତ୍ବ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗିୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାରେ ବିଭିନ୍ନ ଷ୍ଟାର୍ଟଅପ ଉଦ୍ୟୋଗୀ ଏବଂ ଶିଳ୍ପ ଉଦ୍ୟୋଗୀ ଙ୍କୁ ଉତ୍ସାହିତ ,ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଓ କାର୍ଯ୍ୟ , ବିଶିଷ୍ଟ ଖେଳାଳି, ସାହିତ୍ୟିକ, କଳାକାର ଉପରେ ବିଶେଷ ଧାରଣା,ବିଭାଗୀୟ ସଫଳ କାହାଣୀର ପ୍ରଦର୍ଶନ, ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ର ବିକାଶ ଓ ଇକୋ ଟୁରିଜମ ,ସଡ଼କ ସୁରକ୍ଷା ଓ ଶୁନ ଦୁର୍ଘଟନା ଦିବସ,ମକା ପ୍ରକ୍ରିୟାକରଣ ଓ ଆନୁଷଙ୍ଗିକ ଶିଳ୍ପ ର ବିକାଶ,ଆଦର୍ଶ ଥାନା,ପୋଷଣ, ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଉପରେ ଗୁରୁତ୍ବ ଦେଇ ମାନ୍ୟବର ମନ୍ତ୍ରୀ କହିଥିଲେ। ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲ୍ଲାରେ ବିଭାଗୀୟ ବିଭିନ୍ନ ଯୋଜନା ର ପ୍ରଣୟନ ଓ ହିତାଧିକାରୀ ମାନଙ୍କୁ ପହଞ୍ଚିଥିବା ସହାୟତା,ବିକାଶ ମୂଳକ କାର୍ଯ୍ୟକ୍ରମର ବିକାଶ ମେଳା ରେ ସଫଳ ପ୍ରଦର୍ଶନ ଓ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ କୁ କହିଥିଲେ।ବିକାଶ ମେଳା ରେ ମୋଟ ବିଭାଗୀୟ ଷ୍ଟଲ୍ ୩୬ ଏବଂ ପାରମ୍ପରିକ ଖାଦ୍ୟ ଷ୍ଟଲ ୨୫ ଏଭଳି ୬୧ ଟି ଷ୍ଟଲ ର ଆୟୋଜନ କରାଯାଉଛି।ଶେଷରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଞ୍ଚାୟତ ସ୍ତରୀୟକଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ଶୁଭାରମ୍ଭ

Sunil Chandra Nayak

Proud of Cuttack Sadar Rabindranath pati passed away.

Sunil Chandra Nayak

ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!