ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ବୈଠକ  ଜଳସାଥୀ ଙ୍କୁ ନିୟମିତ କରିବା, ବୀମାଭୁକ୍ତ କରିବା ଦାବି

ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ବୈଠକ 

ଜଳସାଥୀ ଙ୍କୁ ନିୟମିତ କରିବା, ବୀମାଭୁକ୍ତ କରିବା ଦାବି 

ରାଉରକେଲା: ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ରାଉରକେଲାର ଅମର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜଳସାଥୀ ନେତ୍ରୀ ବିଳାସିନୀ ପ୍ରଧାନ ଓ ରାଉରକେଲା ନେତ୍ରୀ ଜ୍ୟୋତ୍ସ୍ନା କିଶାନ ଓ ସବିତା ରଥ, ଗଂଜାମ ନେତ୍ରୀ ସୁପ୍ରଭା ରାଉତ ଙ୍କ ଆବାହକତ୍ବ ରେ ଆୟୋଜିତ ଏହି ସମାବେଶରେ, ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ ଙ୍କ ମାର୍ଗଦର୍ଶକ ଭାବେ ଉପସ୍ଥିତ ରହି ମହାସଂଘର ବିଭିନ୍ନ କାର୍ଯ୍ୟକ୍ରମ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଜଳସାଥୀଙ୍କ ୨୦ ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇ ଏହାର ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା l ଓଡ଼ିଶା ଜଳସାଥୀ ମହାସଂଘ ଦ୍ୱାରା ପ୍ରସ୍ତୁତ କୋଡିଏ ଦଫା ଦାବି ମଧ୍ୟରେ ରହିଛି ୧)ଜଳସାଥୀ ମାନଙ୍କୁ ରାଜ୍ୟ ସରକାରଙ୍କ ସେବା ପ୍ରଦାନକାରୀ ଭାବରେ ସ୍ୱୀକୃତି, ନିୟମିତ ବେତନ ଏବଂ ସାମାଜିକ ନିରାପତ୍ତାର ସୁବିଧା ସହିତ ସେମାନଙ୍କର ଆନୁଷ୍ଠାନିକ ସ୍ୱୀକୃତି ସୁନିଶ୍ଚିତ କରିବା,୨) ସର୍ବନିମ୍ନ ମଜୁରୀ ଅଧିନିୟମ ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ହାର ଅନୁଯାୟୀ ଜଳସାଥୀ ମାନଙ୍କୁ ମଜୁରୀ ପ୍ରଦାନ, ୩) ସମସ୍ତ ଜଳସାଥୀଙ୍କୁ ସରକାରୀ ପ୍ରତିନିଧି ଭାବରେ ଅନୁମତି ଦିଆଯିବା ଉଚିତ ଯାହା ଦ୍ବାରା ଗ୍ରାହକ ସେମାନଙ୍କୁ ସରକାରଙ୍କ ଅଂଶ ଭାବରେ ସ୍ୱୀକୃତି ଦେବା,୪) ସମସ୍ତ ଜଳସାଥୀ ଙ୍କ ପାଇଁ ସର୍ବନିମ୍ନ ସ୍ଥିର ବେତନ ଦେୟ ପ୍ରଦାନ କରି ଚାକିରି ସୁରକ୍ଷା ନିଶ୍ଚିତ କରିବା,୫) ସଂଗୃହିତ ଜଳ ଟିକସ ପରିମାଣର ବର୍ତ୍ତମାନର ଦିଆଯାଉଥିବା ୭.୫% ରୂ ସର୍ବନିମ୍ନ ପ୍ରୋତ୍ସାହନ ୧୦% କୁ ବୃଦ୍ଧି କରିବା,୬) ଦୁର୍ଗା ପୂଜା ସମୟରେ ବାର୍ଷିକ ବୋନସ୍ ପ୍ରଦାନ, ୭)ସମସ୍ତ ଜଳସାଥୀଙ୍କୁ ବୀମା କଭରେଜ୍ ପ୍ରଦାନ କରନ୍ତୁ, କାରଣ କାର୍ଯ୍ୟରତ ଜଳସାଥୀ ବର୍ଷସାରା ଖରା, ବର୍ଷା ଓ ବିପତ୍ତି ରା ସମୁଳହୀନ ହୁଅନ୍ତି ଏବଂ ବିପଦପୂର୍ଣ୍ଣ ଜଳ ମିଟର ଯାଞ୍ଚ, ଜଳ ପରୀକ୍ଷା, ଏବଂ ଘର ପରିଦର୍ଶନ ପରି କାର୍ଯ୍ୟ ଅନ୍ତର୍ଭୁକ୍ତ , ୮) ସମସ୍ତ ଜଳସାଥୀ ଙ୍କୁ ୟୁନିଫର୍ମ, ଜୋତା, ଛତା, ଗ୍ଲୋଭସ୍ ଏବଂ ଦୁଇ ଚକିଆ ଯାନ ଯୋଗାଇବା ,୯) ସଂଗୃହିତ ବିଲ୍ ଦେୟ ଜମା କରିବାରେ ସାହାଯ୍ୟ କରିବାକୁ ସେମାନଙ୍କ ଆକାଉଣ୍ଟରେ ସର୍ବନିମ୍ନ ଏକ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ କରିବା ,୧୦) କାର୍ଯ୍ୟକ୍ଷମ ପାଇଁ ସମସ୍ତ ଜଳସାଥୀମାନଙ୍କୁ ପାମଟପ୍ ଉପକରଣ ଯୋଗାଇବା ୧୧) କୈାଣସି ଜଳସାଥୀ ଏକ ବୈଧ କାରଣ ବିନା ଚାକିରୀ ରୂ ବରଖାସ୍ତ ହେବା ଉଚିତ୍ ନୁହେଁ, କେବଳ ରାଜସ୍ବ ଆୟ ଧାର୍ଯ୍ୟ ଲକ୍ଷ୍ୟ ହାସଲ ନ ହେବା ଦର୍ଶାଇ ସେମାନଙ୍କୁ ଚାକିରୀ ରୂ ଅନ୍ତର କରାଯାଇପାରିବ ନାହିଁ, ୧୨) ଜଳସାଥୀ ମାନଙ୍କୁ ପ୍ରୋଭିଡେଣ୍ଟ୍ ଫଣ୍ଡ ଏବଂ ଗ୍ରାଚ୍ୟୁଇଟି ପ୍ରଦାନ କରାଯିବା, ୧୩)

ସମସ୍ତ ନୂତନ ସଂଯୋଗ ପାଇଁ ଜଳସାଥୀ ମାନଙ୍କୁ ସର୍ବନିମ୍ନ ୫୦୦ ଟଙ୍କା ପ୍ରୋତ୍ସାହନ ପ୍ରଦାନ,୧୪) ଜଳ ଗୁଣବତ୍ତା ପରୀକ୍ଷା ପାଇଁ ସମସ୍ତ ଜଳସାଥୀଙ୍କୁ ସର୍ବନିମ୍ନ ୨,୦୦୦ଟଙ୍କା ସହାୟତା ପ୍ରଦାନ କରାଯିବା, ୧୫) ହାରାହାରି ମିଟର ପଠନ ଚାର୍ଜ ୨୦ ଟଙ୍କା କରିବା,୧୬) ସମସ୍ତ ଜଳସାଥୀଙ୍କୁ ସର୍ବନିମ୍ନ ମାସିକ କ୍ଷେତ୍ର ଭତ୍ତା, ଖାଦ୍ୟ, ମୋବାଇଲ୍ ଏବଂ ସ୍ଥିର ଭତ୍ତା ପ୍ରଦାନ,୧୭) ମୃତ୍ୟୁ ଘଟିଲେ ୧୦ଲକ୍ଷ ଟଙ୍କା ନିର୍ଭରଶୀଳ ପରିବାର ସଦସ୍ୟ କିମ୍ବା ଜୀବନସାଥୀଙ୍କୁ ପ୍ରଦାନ କରାଯିବା ,୧୮) ଯଦି ଜଣେ ଜଳସାଥୀ କାର୍ଯ୍ୟ କରିବା ସମୟରେ କୈାଣସି ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ଚିକିତ୍ସା ଖର୍ଚ୍ଚ ଏବଂ ଶାରୀରିକ ଆଘାତ ପାଇଁ ସରକାର କ୍ଷତିପୂରଣ ବହନ କରିବା ,୧୯) ଜଳସାଥୀ ମାନଙ୍କୁ ସମ୍ପତ୍ତି ସଂଗ୍ରହ ଏବଂ ହୋଲଡିଂ ଟ୍ୟାକ୍ସ ସଂଗ୍ରହ ଦାୟିତ୍ୱ ପ୍ରଦାନ ,୨୦) ଜଳ ଗୁଣବତ୍ତା ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ପାଇଁ ସମସ୍ତ ଜଳସାଥୀଙ୍କୁ ବୈଷୟିକ ତାଲିମ ପ୍ରଦାନ କରାଯିବା ଆଦି ରହିଛି। ଏହି ଅବସରରେ ଅନ୍ୟ ଅତିଥି ଙ୍କ ମଧ୍ୟରେ ସାମ୍ବାଦିକ ସଂଘ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ,ସମ୍ବାଦିକ ମଳୟ ରାୟ ଓ ସସ୍ମିତା ପ୍ରଧାନ ପ୍ରମୁଖ ଜଳସାଥୀ ଙ୍କ ଦାବି ପ୍ରତି ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜଳସାଥୀ ସବିତା ରଥ,ପିଙ୍କି କୋଠିଆ, ପମି ନାୟକ, ମଧୁସ୍ମିତା ମହାନନ୍ଦ, ରାଣୀ ସେଠୀ, ମିନତୀ ଆଚାର୍ଯ୍ୟ, ସଂଗୀତା ନାୟକ, ସୈାଭାଗିନୀ ମିଶ୍ର, ରୂପାଲି ମଣ୍ଡଳ , ସୁଶ୍ରୀ ମନସ୍ବିନୀ ପ୍ରମୁଖ କାର୍ଯ୍ୟକ୍ଷେତ୍ରରେ ହେଉଥିବା ଅସୁବିଧା ସମ୍ପର୍କରେ ଓ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳୁନଥିବା ନେଇ ଅଭିଯୋଗ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ଦେବଗଡ଼, ବରଗଡ଼, ନୁଆପଡା, ଢେଙ୍କାନାଳ, ଅନୁଗୋଳ, ବଲାଙ୍ଗିର,ବିରମିତ୍ରପୁର ଓ ଭୁବନେଶ୍ୱର ସମେତ ବିଭିନ୍ନ ଅଂଚଳରୁ ରୁ ୨୦୦ରୁ ଉର୍ଦ୍ଧ୍ବ ଜଳସାଥୀ ଏହି ସମ୍ମିଳନୀରେ ଯୋଗଦେଇଥିଲେ।

ସମ୍ମିଳନୀରେ ଆଗାମୀ ବର୍ଷା ପାଇଁ ପଶ୍ଚିମ ଓଡ଼ିଶାରେ ରା କର୍ମକର୍ତ୍ତା ଭାବେ ଲୋକେଶ୍ବରୀ ରଣା(ବଲାଙ୍ଗୀର ), ସଭାପତି, ଜ୍ୟୋତ୍ସ୍ନା କିଷାନ (ରାଉରକେଲା ), ସାଧାରଣ ସମ୍ପାଦକ, ପିଙ୍କି କୋଠିଆ (ଝାରସୁଗୁଡା ) କାର୍ଯ୍ୟକାରୀ ସଭାପତି, ସ୍ମିତାରାଣୀ ସେଠି (ଅନୁଗୁଳ ), ସୁଜାତା ନାୟକ (ସମ୍ବଲପୁର ), ରଶ୍ମିତା ବିଶ୍ୱାଳ (ସୁନ୍ଦରଗଡ଼ )ପ୍ରମୁଖ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ମୋନାଲିସାଙ୍କୁ ସମ୍ବର୍ଦ୍ଧିତ କଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

Sunil Chandra Nayak

ଭାରତ ସରକାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ , କେନ୍ଦ୍ରୀୟ ସଂଚାର କାର୍ଯ୍ଯ୍ୟଳଯ୍ୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

masiha

୧୬୩ ତମ ଗଙ୍ଗାଧର ଜୟନ୍ତୀ ମହା ସମାରୋହ ରେ ପାଳିତ  କୁଳମଣି ସାହୁ ଙ୍କୁ ଗଙ୍ଗାଧର ମେହେର ସମ୍ମାନ

Sunil Chandra Nayak

Leave a Comment

error: Content is protected !!