ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା 

କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଓ କବି ବଳରାମ ରାଉଳଙ୍କ ଅଧ୍ୟକ୍ଷତାରେ କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

କେଦାରନାଥ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଅତିଥିମାନେ କହିଲେ କେଦାରନାଥ କୃଷକ,ଭୂମିହୀନ ମଣିଷ, ଅଣସଂଗଠିତ ଶ୍ରମିକ ଶ୍ରେଣୀ ପ୍ରତି ଥିଲେ ସମ୍ବେଦନଶୀଳ । କେବଳ ସମ୍ବେଦନଶୀଳ ନଥିଲେ ଅବହେଳିତ ନିସ୍ବମଣିଷର ସୁଖଦୁଃଖର ସାଥି ଥିଲେ । ମେହେନତି ମଣିଷର ଉତ୍ଥାନ ପାଇଁ ତାଙ୍କର ସଂଗ୍ରାମଶୀଳ ଜୀବନ ମୁଖ୍ୟତଃ ସାଲିସ ବିହୀନ ସଂଗ୍ରାମ ଆମପାଇଁ ସ୍ମରଣୀୟ ହୋଇରହିବ। ଓଡି଼ିଶାର ସରକାରୀ, ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ସେ ଯେପରି ଭାବରେ ଅଣ୍ଟା ଭିଡିଥିଲେ ଓ ଭାଷା ଆନ୍ଦୋଳନ ସମୟରେ କଳାପତାକା ପ୍ରଦର୍ଶନ ଆନ୍ଦୋଳନରେ ସକ୍ରିୟ ରହି ଓଡ଼ିଆ ଭାଷା ବଞ୍ଚାଅ ଆନ୍ଦୋଳନରେ ସାମିଲ୍ ହୋଇଥଲେ ତାହା ଆଜିର ଇତିହାସରେ ଏକ ସ୍ମୃତି ଚିହ୍ନ । ସାଧାରଣ ମଣିଷକୁ ନ୍ୟାୟ ପ୍ରଦାନ ଏବଂ ଗଣତାନ୍ତ୍ରିକ ସମାଜ ଗଠନ ପାଇଁ ତାଙ୍କର ବଳିଷ୍ଠ ଯୁକ୍ତି ଓ ମନ୍ତବ୍ୟ ଆଜି ବହୁ ବୁଦ୍ଧିଜୀବୀମାନଙ୍କୁ ଚିନ୍ତା କରିବାର ଅବକାଶ ସୃଷ୍ଟି କରିଛି। ତାଙ୍କର ଅସମୟ ଦେହାବସାନ ସମାଜ ପାଇଁ ଅପୂରଣୀୟ କ୍ଷତି। ତାଙ୍କର ପୁଣ୍ୟ ଏକାଦଶାହ ତିଥି ଅବସରରେ ବହୁ ବିଶିଷ୍ଟ ଜନନେତା,ଲେଖକ, ଶିକ୍ଷାବିତ୍, ସାମାଜିକ କର୍ମୀ ଯୋଗଦେଇ ତାଙ୍କର ଜୀବନ ଦର୍ଶନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କଲଚରାଲ ଏକାଡେମୀ ଦ୍ବାରା ସମ୍ପାଦିତ “ ସ୍ମୃତିରେ ସ୍ମୃତିରେ” ଶୋକ ପୁସ୍ତିକା ବଣ୍ଟନ କରାଯାଇଥିଲା। ଏହି ପୁସ୍ତିକାରେ ଓଡି଼ିଶାର ପ୍ରସିଦ୍ଧି ଅର୍ଜନ କରିଥିବା କବି,ଲେଖକ ମାନଙ୍କ କେଦାରନାଥ ପ୍ରଧାନଙ୍କ ପ୍ରତି ଥିବା ବିଚାରବିମର୍ଶ ରହିଛି।

ବାମପନ୍ଥୀ ଚିନ୍ତାଧାରା ତଥା ସମାଜସେବୀ ଅନୁଚିନ୍ତାକୁ ଏହି ଅବସରରେ ରାଉରକେଲା ତଥା ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ଵ କରୁଥିବା ପଟ୍ଟାମୁଣ୍ଡାଇର ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ବିଚିତ୍ରାନନ୍ଦ ସାହୁ, ପ୍ରଦୋଷ ମହାନ୍ତି,ଛବି ମହାନ୍ତି, ମୀନକେତନ ପଶାୟତ,କପିଳ ଚରଣ ବାରିକ, ନରେନ୍ଦ୍ର ଗୋପ, ଡଃ ନଗେନ କୁମାର ଦାସ, ପିତବାସ ନାୟକ, ରାଧାମୋହନ ନାୟକ, ଡଃ କୃପାସିନ୍ଧୁ ନାୟକ, ବିମାନ ମାଇତି,ଅରବିନ୍ଦ ପାତ୍ର, ଲକ୍ଷ୍ମଣ ଚନ୍ଦ୍ର ଦାସ, ସଦାନନ୍ଦ ସାହୁ ଅଂଶ ଗ୍ରହଣ କରିଥିବା ବେଳେ ସଂଜୁଲତା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ତାଙ୍କର ସୁପୁତ୍ର କମଳ ପ୍ରଧାନ, ପଙ୍କଜ ପ୍ରଧାନ ଓ ତାଙ୍କ ପରିବାରବର୍ଗ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରମିକ ବଦଳ ରେ ମେସିନ କରିଛି କାମ!   

masiha

ଭାରତରତ୍ନ ଡ. ଭୀମରାଓ ଆମ୍ବେଦକର’ଙ୍କ ୧୩୨’ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!