ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗ୍ରସ୍ତ

ଓଡ଼ିଶା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗ୍ରସ୍ତ

ରାଉରକେଲା : ରାଜ୍ୟ ସରକାରଙ୍କର ମାନ୍ୟବର ରାଜ୍ୟ କ୍ରୀଡା ,ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ରାଉରକେଲା ଗ୍ରସ୍ତରେ ଆସି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ପାନପୋଷ ଗାନ୍ଧୀ ଛକରେ ପହଞ୍ଚିବା ମାତ୍ରେ ଶତାଧିକ କର୍ମକର୍ତ୍ତା ଓ କର୍ମୀ ତାଙ୍କୁ ସ୍ବାଗତ ଜଣାଇବା ସହିତ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ମନ୍ତ୍ରିଙ୍କୁ ଏକ ବିରାଟ ବାଇକ୍ ଶୋଭଯାତ୍ରାରେ ରାଉରକେଲାର ବିଶ୍ରା ଛକ ନିକଟସ୍ଥ ବିଶ୍ରମୁଣ୍ଡା ଷ୍ଟାଡିୟମ୍ କୁ ନିଆଯାଇ ଥିଲା । ସେଠାରେ ଅନୁଷ୍ଟିତ ଅଣ୍ଡର ୧୫ ସି ଏମ ୨୦୨୫ ଫୁଟବଲ ଖେଳର ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ । ସେ ଖେଳାଳି ମାନଙ୍କୁ ଭେଟି ସେମାନଙ୍କ ଉତ୍ସାହିତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଏହି ମ୍ୟାଚ୍ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ସହିତ ଗ୍ରାମାଞ୍ଚଳ ତଳସ୍ତର ପର୍ଯ୍ୟନ୍ତ ପହଞ୍ଚି ପ୍ରକୃତ ଟାଲେଣ୍ଟ ଖେଳାଳି ମାନଙ୍କୁ ଆକର୍ଷଣ କରି ପାରିଛି ଏବଂ ଏହା ଏକ ଆରମ୍ଭ ମାତ୍ର ବୋଲି ମତ ରଖିଥିଲେ । ଝାରସୁଗୁଡ଼ା ବିଧାୟକ ତଥା ଫୁଟବଲ ଆସୋସିଏସନର ସଭାପତି ଟଙ୍କଧର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଏହା ଏକ ମ୍ୟାଚ କେବଳ ନୁହେଁ ଏହିଁ ସମାରୋହ ଏକ ସ୍ବପ୍ନ, ଶୃଂଖଳା ଓ ଆଶୀର୍ବାଦ ନିର୍ଧାରଣ କରିପାରିଛି ବୋଲି କହିଥିଲେ । ବରଗଡ଼ ଫାଇନାଲ ମ୍ୟାଚରେ ବିଜୟୀ ହେବା ଆମ ଓଡ଼ିଶାର ଗ୍ରାମାଞ୍ଚରେ ପହଞ୍ଚି ପାରିଛି ଏହା ପ୍ରମାଣ କରି ପାରିଛି ଯେ ଭବିଷ୍ୟତରେ ଆଗକୁ ଓଡ଼ିଶା ଫୁଟବଲ ଖେଳାଳି ଦେଶକୁ ଉପସ୍ଥାପନା କରିପାରିବ । ବିଜୟୀ ଖେଳାଳିଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା । ଏହାପରେ ମନ୍ତ୍ରୀ ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କୁ ଭେଟଘାଟ କରିବା ପାଇଁ ପହଞ୍ଚି ଥିଲେ । କାର୍ଯ୍ୟାଳୟରେ ପହଞ୍ଚିବା ମାତ୍ରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜିଲ୍ଲା, ମଣ୍ଡଳ ଓ ବିଭିନ୍ନ ମୋର୍ଚ୍ଚା ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ କରାଯାଇ ଥିଲା । ସେ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ବିବିଧ ସମସ୍ୟା ଶୁଣିଥିଲେ । ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଠାରୁ ମନ୍ତ୍ରୀ ମହୋଦୟ ରାଉରକେଲା ହାଉସ ଯାଇ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ ଏବଂ ସେଠାରୁ ସେ ରାଉରକେଲା ଏୟାର ପୋର୍ଟ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଉପସ୍ଥିତ ନେତୃ ମଣ୍ଡଳୀ ଓ କର୍ମୀମାନେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା , ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପ୍ରାକ୍ତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି , ରମେଶ ଅଗ୍ରୱାଲ, ଜସୱନ୍ତ ନାୟକ ଏବଂ ରାଜ୍ୟ, ଜିଲ୍ଲା, ମଣ୍ଡଳ ସ୍ତରୀୟ ବହୁ କାର୍ଯ୍ୟକର୍ତ୍ତା, କର୍ମୀ ଆଦି ଉପସ୍ଥିତ ଥିଲେ। ଜିଲ୍ଲା ଓ ଜନତାଙ୍କ ତରଫରୁ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ରାଉରକେଲା ଗ୍ରସ୍ତ କରିଥିବାରୁ ମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲା_ପ୍ରାଥମିକଶିକ୍ଷକ ସଂଘ ଏକ୍ସ କ୍ୟାଡର 

Sunil Chandra Nayak

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଙ୍କ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ସମସ୍ୟା ଘେରରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଲେ ପୁରାତନ ଛାତ୍ର ସଂଘ…

masiha

Leave a Comment

error: Content is protected !!