ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟପୁରର ଷ୍ଟ୍ରିଟ ଲାଇଟ କାର୍ଯକ୍ଷମ ଦାବି/ପ୍ରଶାସନ ର ନିଦ ଭାଗିବ କେବେ 

ପାଟପୁରର ଷ୍ଟ୍ରିଟ ଲାଇଟ କାର୍ଯକ୍ଷମ ଦାବି/ପ୍ରଶାସନ ର ନିଦ ଭାଗିବ କେବେ 

 ମୟୂରଭଂଜ – ୮/୦୬ —  ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ର ପାଟପୁର ଛକ ବସ ଯୋଗେ ଦୂରଦୁରାନ୍ତରକୁ ଯାଆସ କରୁଥିବା ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ l ଦୈନିକ ରାତିରେ କଟକ, ଭୁବନେଶ୍ୱର ଏବଂ କୋଲକାତାକୁ ଯାଉଥିବା ଲୋକମାନେ ଏହି ଛକରେ ରାତିରେ ସେମାନଙ୍କର ବସ ଅପେକ୍ଷାରେ ଥାଆନ୍ତି l ଏହାସହିତ କୋଲକାତା, ଭୁବନେଶ୍ୱର, କଟକ ଆଡୁ ରାଇରଙ୍ଗପୁରକୁ ଆସୁଥିବା ବସଗୁଡ଼ିକ ଭୋର ପ୍ରାୟ 3/4ଟା ବେଳେ ଏହି ଦୁଇଟି ସ୍ଥାନ ଅତିକ୍ରମ କରିଥାନ୍ତି l ନାଳ, ନଦୀ ପାଖରେ ଏହି ଦୁଇଟି ସ୍ଥାନ ଥିବାରୁ ରାତିରେ ସରୀସୃପମାନଙ୍କର ଭୟ ରହିଥାଏ l ଏଠାରେ ଥିବା ଷ୍ଟ୍ରିଟ ଲାଇଟ ଅଚଳ ହୋଇଥିବାରୁ ଏଠାକୁ ବସ ଅପେକ୍ଷା ଏବଂ ବସରୁ ଓହ୍ଲାଉଥିବା ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରାୟ 6ମାସ ହେବ ଅଚଳ ହେଇଛି l ତୁରନ୍ତ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଥିବା ଷ୍ଟ୍ରିଟ ଲାଇଟକୁ କାର୍ଯ୍ୟକ୍ଷମ କରିବା ଦିଗରେ ବ୍ଲକ ଏବଂ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି l ଅଂଚଳବାସୀ ଜନପ୍ରତିନିଧି ଙ୍କୁ ପଚାରିଲେ ଆମେ ଷ୍ଟ୍ରିପ ଲାଇଟ୍ ବିଷୟରେ କିଛି ଜାଣି ନାହୁଁ ।ଷ୍ଟ୍ରିପ ଲାଇଟ୍ ବସାଇଲା,ଏହାର ଗ୍ୟାରେଣ୍ଟି ପିରିୟବ କେତେ ଦିନ ? ଏହାର ରକ୍ଷଣ ବେକ୍ଷଣ କରିବ କିଏ ? ଖରାପ ହେଲେ ମରାମତି କରିବା କିଏ? ବ୍ଳକ ପ୍ରଶାସନକୁ ପଚାରିଲେ ଆମେ କିଛି ଜାଣି ନାହୁଁ ।ତେଣୁ ଜିଲ୍ଲାପାଳ ମହୋଦୟ ଗ୍ରାମାଞ୍ଚଳରେ ମୁଖ୍ୟ ବଜାର ଛକ କିଭଳି ସବୁଦିନ ଆଲୋକିତ ରହିବ ଏବଂ ଏହା ସରପଞ୍ଚ,କି ପଞ୍ଚାୟତ ସମିତି କି ଡିଆରଡିଏ ବିଭାଗରେ ରହିବ ତାହାର ବିଧିବଦ୍ଧ ପଦକ୍ଷେପ ନିଅନ୍ତୁ ଯେଭଳି ଗ୍ରାମାଞ୍ଚଳ ଲୋକେ ଷ୍ଟ୍ରିଟ୍ ଆଲୁଅ ରୁ ବଞ୍ଚିତ ନ‌ ହେଵେ? ଗ୍ରାମାଞ୍ଚାଳ ବଜାର,ସ୍କୁଲ,ହାଟ ,ଦେବାଳୟ ,ମୁଖ୍ୟ ଛକ ସବୁବେଳେ ଆଲୋକିତ ହେବେ ।ଗାଁ ହସିବ ।

 ମୟୂରଭଂଜର ରୁ ଅକ୍ଷୟ ବିଶ୍ବାଳ

Related posts

ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ 

Sunil Chandra Nayak

ଫୁଲଗଛ ପ୍ରତି ସମର୍ପିତ ପ୍ରାଣ ବିଜୟ ସ୍ବାଇଁ

Sunil Chandra Nayak

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

masiha

Leave a Comment

error: Content is protected !!